ବେଙ୍ଗାଲୁରୁ: ଲଘୁଚାପଜନିତ ବର୍ଷାରେ ଦକ୍ଷିଣ ଭାରତ ରାଜ୍ୟରେ ବନ୍ୟା ବିତ୍ପତ୍ତି ସୃଷ୍ଟି ହୋଇଛି । ପ୍ରଳବ ବର୍ଷାରେ କର୍ଣ୍ଣାଟକର ବିଜୟପୁରରେ ପାଣି ବଢିବାରୁ ଏକ ଟ୍ରାକ୍ଟର ଭାସିଯାଉଥିବା ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ କର୍ଣ୍ଣାଟକ ସୀମାରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଦୁଗ୍ଧବୋଝେଇ ଏକ ଟ୍ରାକ୍ଟର ମହାରାଷ୍ଟ୍ରର କରଜାଗୀ ସୀମାରେ ବୁଡି ଯିବାର ଦେଖିବାକୁ ମିଳିଛି । ଟ୍ରାକ୍ଟର ଡ୍ରାଇଭର ରାସ୍ତା ଏପାଖରୁ ସେ ପାଖକୁ ଯିବା ସମୟରେ ପ୍ରବଳ ପାଣି ଯୋଗୁଁ ଟ୍ରାକ୍ଟର ମଝିରେ ହିଁ ଓଲଟି ପଡି ବୁଡି ଯାଇଥିଲା । ଡ୍ରାଇଭର ସହ ଗାଡିରେ ଥିବା ଅନ୍ୟ ଜଣେ ପାଣିରେ ପହଁରି ପହଁରି କୂଳକୁ ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ