ETV Bharat / bharat

ଆଜିଠୁ ଦୁବାଇ ଯାତ୍ରା କରିପାରିବେ ପର୍ଯ୍ୟଟକ, ହେଲେ ରହିଛି ଏସବୁ ସର୍ତ୍ତ...

author img

By

Published : Jul 7, 2020, 11:08 AM IST

କୋରୋନା ସଙ୍କଟ ମଧ୍ୟରେ ଆଜିଠାରୁ ଦୁବାଇ ଯାତ୍ରା କରି ପାରିବେ ବିଦେଶୀ ପର୍ଯ୍ୟଟକ । ଯାତ୍ରୀମାନଙ୍କ ପାଇଁ ସରକାର ଏକ ପ୍ରୋଟୋକଲ୍ ମଧ୍ୟ ଜାରି କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ । ଅଧିକ ପଢନ୍ତୁ...

ଆଜିଠାରୁ ଦୁବାଇ ଯାତ୍ରା କରି ପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ସଙ୍କଟ ମଧ୍ୟରେ ଆଜିଠାରୁ ଦୁବାଇ ଯାତ୍ରା କରି ପାରିବେ ବିଦେଶୀ ପର୍ଯ୍ୟଟକ । ଏନେଇ ଅନୁମତି ଦେଇଛି ଦୁବାଇ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁବାଇ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରିଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ସାରା ବିଶ୍ୱରେ ନିୟମ ଏବଂ ନିର୍ଦ୍ଦେଶାବଳୀକୁ କୋହଳ କରାଯାଉଛି, ଏନେଇ ଦୁବାଇ ପୁଣିଥରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଛି ।

ଯାତ୍ରୀମାନଙ୍କ ପାଇଁ ସରକାର ଏକ ପ୍ରୋଟୋକଲ୍ ତାଲିକା ମଧ୍ୟ ଜାରି କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ । ପର୍ଯ୍ୟଟକମାନଙ୍କୁ କୋରୋନା ନେଗେଟିଭ୍ ସାର୍ଟିଫିକେଟ୍ ଉପସ୍ଥାପନ କରିବାକୁ ପଡିବ କିମ୍ବା ଦୁବାଇ ବିମାନବନ୍ଦରରେ ପରୀକ୍ଷା ଦେବାକୁ ପଡିବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍ ଆସିବ, ସେମାନଙ୍କୁ 14 ଦିନ ପାଇଁ ଅଲଗା ରଖାଯିବ । ଦୁବାଇ ଯାତ୍ରା କରିବାର 96 ଘଣ୍ଟା ପୂର୍ବରୁ କୋରୋନା ପରୀକ୍ଷା କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ପର୍ଯ୍ୟଟକମାନଙ୍କର ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବୀମା ରହିବା ଉଚିତ ଏବଂ ସେମାନେ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ଡାଉନଲୋଡ୍ କରିବା ଉଚିତ, ଯେଉଁଥିରେ ସେମାନଙ୍କର ସମସ୍ତ ସୂଚନା ରହିଛି। ଏଥିସହ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘୋଷଣାନାମା ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ ବୋଲି ଦୁବାଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.