ନୂଆଦିଲ୍ଲୀ: ଦେଶରେ ବଢୁଥିବା ମହାମାରୀ କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବର୍ତ୍ତମାନ 9 ରୁ 10 ଲକ୍ଷ କୋଭିଡ ଟେଷ୍ଟ କରାଯାଉଛି । ଯାହାକୁ ନେଇ 4 କୋଟି ପାର କରିଛି ଏହି ଟେଷ୍ଟ ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 12 ହଜାର 367ଟି କୋରୋନା ସାମ୍ପଲ ଟେଷ୍ଟ ସରିଛି । ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ 4 କୋଟି 43 ଲକ୍ଷ 37 ହଜାର 201ଟି ସାମ୍ପଲ ପରୀକ୍ଷା କରାଯାଇଛି ।
ବର୍ତ୍ତମାନ ଦେଶରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 37,69,524 ପାର କରିଥିବାବେଳେ, ଏଥିରେ 66 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି ।