ହାଇଦ୍ରାବାଦ: ଆଉ ଅଳ୍ପ ଦିନ ପରେ ସରିବ ଲକଡାଉନ । କିନ୍ତୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଅଧିକାଂଶ ରାଜ୍ୟରେ ଏହି ସଂଖ୍ୟା ବିପୁଳ ପରିମାଣରେ ବୃଦ୍ଧି ପାଇଛି ।
ଗୁରୁବାର ତେଲେଙ୍ଗାନାରେ 18ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 471 ଛୁଇଁଛି । ଏଥିରୁ ଅଧିକାଂଶ ତବଲିଗୀ ଫେରନ୍ତା ଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେନ୍ଦ୍ର ସୂଚନା ଦେଇଛନ୍ତି ।
ତେଲେଙ୍ଗାନାରେ ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ କେସିଆର ଲକଡାଉନ ଅବଧି ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନଥିବାବେଳେ 2 ସପ୍ତାହ ପାଇଁ ଏହାକୁ ବଢାଇବାକୁ ସେ ପ୍ରସ୍ତାବ ରଖିଛନ୍ତି ।
ସୌଜନ୍ୟ@ANI