ETV Bharat / bharat

ଦିଲ୍ଲୀରେ 550 ଛୁଇଁଲା କୋରୋନା ପଜିଟିଭ, 331 ତବଲିଘି ସମ୍ପୃକ୍ତ

author img

By

Published : Apr 7, 2020, 11:46 PM IST

ଦିଲ୍ଲୀରେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ନିଜାମୁଦ୍ଦିନ ମର୍କାଜରୁ ଫେରିଛନ୍ତି । ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରେ 331 ପଜିଟିଭ ବାହାରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ 550 ଛୁଇଁଲା କୋରୋନା ପଜିଟିଭ, 331 ତବଲିଘି ସମ୍ପୃକ୍ତ
ଦିଲ୍ଲୀରେ 550 ଛୁଇଁଲା କୋରୋନା ପଜିଟିଭ, 331 ତବଲିଘି ସମ୍ପୃକ୍ତ

ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନି । ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା 500 ପାର କରିଥିବାବେଳେ ମଙ୍ଗଳବାର ନୂଆ 25ଟି ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 550 ଛୁଇଁଛି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ନିଜାମୁଦ୍ଦିନ ମର୍କାଜରୁ ଫେରିଛନ୍ତି । ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରେ 331 ପଜିଟିଭ ବାହାରିଛନ୍ତି । ଏମାନଙ୍କୁ କ୍ବାରେଣ୍ଟାଇନରେ ରଖି ଚିକିତ୍ସା କରାଯାଉଛି । ଏମାନେ ସମସ୍ତେ ମର୍କାଜରେ ରହିଥିବାବେଳେ କୋରୋନା ଆକ୍ରାନ୍ତ ହୋଇଥିଲେ ।

ଏହାସହ ଏହି 550 ଆକ୍ରାନ୍ତଙ୍କ ମଧ୍ୟରୁ 170 ଜଣ ବିଦେଶ ଗସ୍ତ କରିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କିଛି ଲୋକ ବିଦେଶ ଗସ୍ତ ନକରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଆସିଥିଲେ । 49ଟି କେସର କୋରୋନା ପଜିଟିଭ ରିପୋର୍ଟ ଉପରେ ଏବେବି ତଦନ୍ତ ଚାଲିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.