ETV Bharat / bharat

ଦିଲ୍ଲୀକୁ କୋରୋନା ଆତଙ୍କ: ଗୋଟିଏ ଦିନରେ 93 ପଜିଟିଭ - କୋରୋନା ଆକ୍ରାନ୍ତ

ନିଜାମୁଦ୍ଦିନ ମର୍କାଜର ସମାବେଶ ପାଇଁ ଦିଲ୍ଲୀର ସ୍ଥିତି ବିଗିଡିଯାଇଛି । ପ୍ରତିଦିନ ବାହାରୁଥିବା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ତବଲିଘି ସମାବେଶରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀକୁ କୋରୋନା ଆତଙ୍କ: ଗୋଟିଏ ଦିନରେ 93 ପଜିଟିଭ

author img

By

Published : Apr 9, 2020, 1:25 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀର ଅବସ୍ଥା ବିଗିଡିବାରେ ଲାଗିଛି । କୋରୋନା ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଛି । ବୁଧବାର ଗୋଟିଏ ଦିନରେ 93 ଜଣ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ନିଜାମୁଦ୍ଦିନ ମର୍କାଜର ସମାବେଶ ପାଇଁ ଦିଲ୍ଲୀର ସ୍ଥିତି ବିଗିଡିଯାଇଛି । ପ୍ରତିଦିନ ବାହାରୁଥିବା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ତବଲିଘି ସମାବେଶରେ ଯୋଗ ଦେଇଥିଲେ । ବୁଧବାର 93 ପଜିଟିଭ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ 669 ଛୁଇଁଛି । ଗୁରୁବାର ଏହା 700 ଟପିଯିବ ବୋଲି ଆଶା କରାଯାଉଛି ।

ଏପର୍ଯ୍ୟନ୍ତ କୋରୋନାଜନିତ ମୃତ୍ୟୁ ସଂଖ୍ୟା 9ରେ ସୀମିତ ରହିଛି । ପରିସ୍ଥିତିର ଭୟାବହତା ଦେଖି ଦିଲ୍ଲୀ ସରକାର 20ଟି କୋରୋନା ହଟସ୍ପଟ ଜାଗା ଚିହ୍ନଟ କରିଛନ୍ତି । ଏସବୁ ଜାଗାରେ ଲୋକଙ୍କୁ ବାହାରକୁ ବାହାରିବା ଏବଂ ବାହାର ଜାଗାରୁ ଏହି ଅଞ୍ଚଳରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.