ETV Bharat / bharat

ମହାରାଷ୍ଟ୍ରରେ ରବିବାର 552 ନୂଆ କୋରୋନା ପଜିଟିଭ ଚିହ୍ନଟ - ଦେଶରେ କୋରୋନା ଆତଙ୍କ

କୋରୋନା ଅପଡେଟ୍‌
କୋରୋନା ଅପଡେଟ୍‌
author img

By

Published : Apr 19, 2020, 9:35 AM IST

Updated : Apr 19, 2020, 8:57 PM IST

20:56 April 19

ମହାରାଷ୍ଟ୍ରରେ ରବିବାର 552 ନୂଆ କୋରୋନା ପଜିଟିଭ ଚିହ୍ନଟ

ମହାରାଷ୍ଟ୍ରରେ ରବିବାର 552 ନୂଆ କୋରୋନା ପଜିଟିଭ  ମାମଲା ସାମ୍ନାକୁ ଆସିଛି । ଏହାସହ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ବର୍ତ୍ତମାନସୁଦ୍ଧା ରାଜ୍ୟରେ ମୋଟ ସକ୍ରିୟ କୋଭିଡ ପଜିଟିଭ ମାମଲା  4200 ରେ ପହଞ୍ଚିଛିଥିବା ବେଳେ ମୋଟ 223 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି 507 ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

12:27 April 19

ଲକଡାଉନରେ ବନ୍ଦ ରହିବ ଅଣ ଜରୁରୀକାଳୀନ ଇ-କମର୍ସ ସେବା

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି ଲକଡାଉନ | ତାଲା ବନ୍ଦ ଯୋଗୁଁ ଅର୍ଥନୈତୀକ ଗତିବିଧିରେ ମଧ୍ୟ ଲାଗିଛି ବ୍ରେକ୍‌ | କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଅନୁମତି ଦିଆଯାଇଛି | ତେବେ ଲକଡାଉନ ସମୟରେ ଅଣ ଜରୁରୀକାଳୀନ ଇ-କମର୍ସ ସେବା ଉପରେ ରୋକ ଜାରି ରହିବ ବୋଲି ଗୃହମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଆଦେଶ ଦେଇଛି । ତେବେ ଅନଲାଇନ କମ୍ପାନୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଯୋଗାଇପାରିବେ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । 

11:30 April 19

ଗୁଜୁରାଟରେ ଆଉ 228 କୋରୋନା ଆକ୍ରାନ୍ତ ଚିହ୍ନଟ

ଗୁଜୁରାଟରେ ଆଉ 228 କୋରୋନା ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ସୁଦ୍ଧା ରରାଜ୍ୟରେ 1602 ପଜିଟଭ ମିଳିଥିବା ସୂଚନା । କୋରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁସଂଖ୍ୟା 58କୁ ବୃଦ୍ଧି ।

11:21 April 19

ମୁମ୍ବାଇ ହସ୍ପିଟାଲରେ 5 ଡାକ୍ତରଙ୍କ ସମେତ 31 ନର୍ସ କୋରୋନା ପଜିଟିଭ

ମୁମ୍ବାଇର ଏକ ହସ୍ପିଟାଲରେ 5 ଡାକ୍ତରଙ୍କ ସମେତ 31 ଜଣ ନର୍ସ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା । ସମସ୍ତଙ୍କୁ ଆଇସୋଲେସନ ସେଣ୍ଟରକୁ ପଠାଯାଇଛି । ସେହିପରି ରବିବାର ମହାରାଷ୍ଟ୍ରର ନାଗପୁରରୁ 9ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ନାଗପୁର ସହରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 72ରେ ପହଞ୍ଚିଛି ।  

09:46 April 19

ଇନ୍ଦୋରରେ କୋରୋନା ସଂକ୍ରମିତ ଥାନାଧିକାରୀଙ୍କ ଦେହାନ୍ତ

ମହାମାରୀ କୋରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କୋରୋନା ବିରୋଧରେ ଜାରି ଲଢେଇ ମଧ୍ୟରେ ମଧ୍ୟପ୍ରଦେଶ ଇନ୍ଦୋରର ଆକ୍ରାନ୍ତ ଥାନାଧିକାରୀ ଦେବେନ୍ଦ୍ର ଚନ୍ଦ୍ରବଂଶୀଙ୍କର ଦେହାନ୍ତ ହୋଇଯାଇଛି । ଗତ 10 ଦିନରୁ ଦେବେନ୍ଦ୍ରଙ୍କର ଚିକିତ୍ସା ଜାରି ରହିଥିଲା । 45 ବର୍ଷୀୟ ଦେବେନ୍ଦ୍ର ଜୁନୀ ପୋଲିସ ଷ୍ଟେସନରେ ଥାନାଧାକାରୀ ଥିଲେ । ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରେ କୋରୋନା ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । 

09:11 April 19

ଦେଶରେ କୋରୋନା ଆତଙ୍କ: 500 ଟପିଲା ମୃତ୍ୟୁ ସଂଖ୍ୟା, 2230 ସୁସ୍ଥ

ଥମୁନାହିଁ କୋରୋନା ଆତଙ୍କ । ମହାମାରୀ କୋରୋନା ଭାଇରସ ପ୍ରଭାବରେ ଦେଶରେ ମୃତ୍ୟୁ ସଂଖ୍ୟା 500 ଟପିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ କୋରୋନାରେ ମୃତ୍ୟୁ ସଂଖ୍ୟା 507 ରହିଛି । ଅନ୍ୟପକ୍ଷେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 15712ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 12,974 ରହିଥିବା ବେଳେ 2230 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି ।

Last Updated : Apr 19, 2020, 8:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.