ETV Bharat / bharat

ସୋମବାର ସୁଦ୍ଧା ଦେଶରେ ସରିଛି 2,52,81,848 କୋଭିଡ ଟେଷ୍ଟ: ICMR

author img

By

Published : Aug 11, 2020, 11:12 AM IST

ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଗୁରୁତ୍ବର ସହ ନେଇ ଆଇସିଏମଆର ପକ୍ଷରୁ କୋଭିଡ ସାମ୍ପଲ ଟେଷ୍ଟ ଦେଶର ବିଭିନ୍ନ ସ୍ଥାନରେ ଥିବା ଲ୍ୟାବରେ ରୀତିମତ ବଢାଇଦିଆଯାଇଛି । ଅଧିକ ପଢନ୍ତୁ...

ସୋମବାର ସୁଦ୍ଧା ଦେଶରେ 2,52,81,848 କୋଭିଡ ଟେଷ୍ଟ କରାଯାଇଛି: ICMR

ନୂଆଦିଲ୍ଲୀ: ଭାରତରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ ଆସୁଛି ଭୟଭୀତ କଲାପରି ରିପୋର୍ଟ । ସମଗ୍ର ବିଶ୍ବରେ ବର୍ତ୍ତମାନ ସମୟରେ ଅତ୍ୟଧିକ ସଂକ୍ରମଣ ସଂଖ୍ୟା ରେକର୍ଡ ହୋଇ ଖୁବ ଅଳ୍ପ ଦିନରେ 22 ଲକ୍ଷ ପାର କରିଛି ସଂକ୍ରମଣ । ଯାହାକୁ ନେଇ ଆହୁରି ଅଧିକ ସଚେତନ ହୋଇପଡିଛି ସ୍ବାସ୍ଥ୍ୟମନ୍ତ୍ରାଳୟ ।

ଗତ 24 ଘଣ୍ଟାରେ ଦେଶରେ 6 ଲକ୍ଷ 98 ହଜାର 290 ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ତେବେ ଅଗଷ୍ଟ 10 ସୁଦ୍ଧା ମୋଟ 2 କୋଟି 52 ଲକ୍ଷ 81 ହଜାର 848ଟି ଟେଷ୍ଟ ସରିଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ।

ଯଦି ଭାରତର ଜନସଂଖ୍ୟା ଦେଖାଯାଏ ତେବେ ଏହି ଟେଷ୍ଟ ବହୁତ କମ ରହିଛି । ଯାହାକୁ ନେଇ ଦିନକୁ ଦିନ ଏହାକୁ ବୃଦ୍ଧି କରିବାରେ ଲାଗିଛି ବିଭାଗ । ତେବେ ସୋମବାର ସୁଦ୍ଧା 22 ଲକ୍ଷ 68 ହଜାର 676ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.