ETV Bharat / bharat

କୋରୋନା ଆତଙ୍କ: ଗୁଜୁରାଟରେ 16 ନୂଆ ଆକ୍ରାନ୍ତ, ମୋଟ 144

ସୋମବାର ଗୁଜୁରାଟରେ 16 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗୁଜୁରାଟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 144ରେ ପହଞ୍ଚିଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona upadate
ଗୁଜୁରାଟରେ 16 ନୂଆ ଆକ୍ରାନ୍ତ
author img

By

Published : Apr 6, 2020, 2:07 PM IST

ଗାନ୍ଧୀନଗର: ସୋମବାର ଗୁଜୁରାଟରେ 16 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗୁଜୁରାଟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 144ରେ ପହଞ୍ଚିଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ସୋମବାର ଚିହ୍ନଟ ହୋଇଥିବା 16 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ଅହମ୍ମଦାବାଦର ହୋଇଥିବା ବେଳେ ଭଦୋଦରାର 2 ଜଣ, ପଟନ, ମେହସନା ଏବଂ ସୁରାଟରୁ ଜଣେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ମୋଟ 144 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 21 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 11 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସେହିପରି ମହାରାଷ୍ଟ୍ରରେ ସୋମବାର 33 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟୀ 781ରେ ପହଞ୍ଚିଛି । ପ୍ରକାଶ ଥାଉକି, ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 4067ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 292 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 109 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଳାୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.