ETV Bharat / bharat

ଦିଲ୍ଲୀକୁ ତବଲିଘି ଡର, 386 କୋରୋନା ପଜିଟିଭ - ଦିଲ୍ଲୀରେ କୋରୋନା ପଜିଟିଭ

ଶୁକ୍ରବାର ଦିଲ୍ଲୀର ପୁଣି ବଢିଛି ଚିନ୍ତା । କାରଣ 93ଟି ନୂଆ ମାମଲା ସାମ୍ନାକୁ ଆସିଛି । ରିପୋର୍ଟ ପଜିଟିଭ ଆସିବା ପରେ ଏମାନଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀକୁ ତବଲିଘି ଡର, 386 କୋରୋନା ପଜିଟିଭ
ଦିଲ୍ଲୀକୁ ତବଲିଘି ଡର, 386 କୋରୋନା ପଜିଟିଭ
author img

By

Published : Apr 3, 2020, 11:44 PM IST

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ଘାରିଛି ନିଜାମୁଦ୍ଦିନ ମର୍କାଜର ସମାବେଶ ଡର । ତବଲିଘି ଜମାତର ଏହି ସମାବେଶରେ ଅନେକ ଲୋକ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ 259 ଜଣ କୋରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ତେବେ ଶୁକ୍ରବାର ଦିଲ୍ଲୀର ପୁଣି ବଢିଛି ଚିନ୍ତା । କାରଣ 93ଟି ନୂଆ ମାମଲା ସାମ୍ନାକୁ ଆସିଛି । ରିପୋର୍ଟ ପଜିଟିଭ ଆସିବା ପରେ ଏମାନଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଏହାସହ ରାଜଧାନୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 386 ଛୁଇଁଛି । ଏମାନଙ୍କ ମଧ୍ୟରେ 259 ଜଣ ତବଲିଘି ଜମାତର ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ।

ସରକାର ଏବେ ମଧ୍ୟ ସମାବେଶରେ ଯୋଗ ଦେଇଥିବା ଆହୁରି ଅନେକ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା କରାଯାଉଛି । ଏହାସହ ଶୁକ୍ରବାର ଦିଲ୍ଲୀରେ 2 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.