ନୂଆଦିଲ୍ଲୀ: ସମଗ୍ର ବିଶ୍ବକୁ ନାକରେ କନ୍ଦାଇଲାଣି କୋରୋନା ଭାଇରସ । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହା ମଧ୍ୟରେ ବିଶ୍ବରେ କୋରୋନା ଦୃଷ୍ଟିରୁ ଭାରତ ସପ୍ତମ ସ୍ଥାନରୁ ଖସି ପଞ୍ଚମ ସ୍ଥାନରେ ପହଞ୍ଚିଛି । ତେବେ 24 ଘଣ୍ଟାରେ ଦେଶରେ 1 ଲକ୍ଷ 42 ହଜାର 069 ଜଣ ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 46 ଲକ୍ଷ 66 ହଜାର 386 ଜଣ ଲୋକଙ୍କର କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସୂଚନା ଦେଇଛନ୍ତି ।
ତେବେ ପୂର୍ବ ତୁଳନାରେ ଦେଶରେ କୋରୋନା ପରୀକ୍ଷା ଅଧିକ କରାଯାଉଛି । ଏହି କ୍ରମରେ ପତ୍ୟେକ ଦିନ ଦେଶରୁ 10 ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ପ୍ରକାଶ ଥାଉକି, 24 ଘଣ୍ଟାରେ ସର୍ବାଧିକ 9971 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 287 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 46ହଜାର 628ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 1ଲକ୍ଷ 20ହଜାର 406 ଆକ୍ଟିଭ ଆକ୍ରାନ୍ତ ଥିବାବେଳେ 1 ଲକ୍ଷ 19 ହଜାର 293 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା କାରଣରୁ 6929 ଆକ୍ରାନ୍ତ ପ୍ରାଣ ହରାଇଥିବା ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।