ETV Bharat / bharat

ମଙ୍ଗଳବାର ସୁଦ୍ଧା ଦେଶରେ ସରିଛି 1,77,43,740 କୋଭିଡ ଟେଷ୍ଟ: ICMR

author img

By

Published : Jul 29, 2020, 12:55 PM IST

ଅନ୍ୟ ଦେଶ ତୁଳନାରେ ଆମେରିକା ପରେ ଭାରତରେ ଅଧିକ ପରିମାଣରେ କୋଭିଡ ଟେଷ୍ଟ କରାଯାଉଛି । ଯାହା ଫଳରେ ସମୟ ମଧ୍ୟରେ ସଂକ୍ରମିତଙ୍କ ଚିହ୍ନଟ କରଯାଇ ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ...

ମଙ୍ଗଳବାର ସୁଦ୍ଧା ଦେଶରେ ସରିଛି 1,77,43,740 କୋଭିଡ ଟେଷ୍ଟ: ଆସିଏମଆର

ନୂଆଦିଲ୍ଲୀ: ଦେଶରେ 15 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 34 ହଜାର 193 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଦେଶବାସୀ ଭୟଭୀତ ଥିବାବେଳେ, ଚିନ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ଏପରି ସ୍ଥିତିରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ ଟେଷ୍ଟକୁ ବଢାଇ ଦିଆଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆସିଏମଆର) ମୁତାବକ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋଭିଡ ଟେଷ୍ଟ କରାଯାଉଥିବା ଲ୍ୟାବରେ 4 ଲକ୍ଷ 8 ହଜାର 855ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବୁଧବାର ସକାଳ ସୁଦ୍ଧା 1 କୋଟି 77 ଲକ୍ଷ 43 ହଜାର 740ରେ କୋଭିଡ ଟେଷ୍ଟ କରାଯାଇଛି ।

ତେବେ ଦେଶରେ ବୃଦ୍ଧି ପାଉଥିବା ଏହି ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଅନେକ ରାଜ୍ୟରେ ସଚେତନତାକୁ ନେଇ କଟକଣା ବଢାଇ ଦିଆଯାଉଛି । ଆଉ କୋରୋନା ସାମ୍ପଲ ଟେଷ୍ଟକୁ ବହୁଳ ମାତ୍ରାରେ ବୃଦ୍ଧି କରିବା ଫଳରେ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରି ଦେଶରେ ଏହାର ବିସ୍ତାରକୁ କମ କରିବା ମୂଳ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.