ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 17, 2020, 7:02 PM IST

1.ଆସନ୍ତା 19 ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ଘୋଷଣା କରିଛନ୍ତି ।

2.ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ମୁଖ୍ୟଶାସନ ସଚିବ

ଆଜି(ସୋମବାର) ଭିଡିଓ କନଫରେନ୍ସ ଜରିଆରେ ୧୦ ଜିଲ୍ଲାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ ।

3.ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା 18ଟି ଗେଟ୍

ସୋମବାର ହୀରାକୁଦ ଡ୍ୟାମରୁ ପୁଣି 6ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ 18ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି ।

4.ନୂଆ କ୍ରୀଡାନୀତିରେ ପରିବର୍ତ୍ତନ, କ୍ରୀଡା ଛାତ୍ରାବାସରେ ରହିବେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଖେଳାଳି

ସୋମବାର ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ସଂଘ ଗୁଡିକ ସହ ଭିଡିଓ କନଫରେନ୍ସିରେ ବୈଠକ କରି କିଛି ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି ।

5.ତଥ୍ୟ ମାଗିଲେ ତଥ୍ୟ ଦେଉନାହାଁନ୍ତି କଟକ ଜିଲ୍ଲା ପ୍ରଶାସନ: ଆରଟିଆଇ କର୍ମୀ

ଆରଟିଆଇରେ ତଥ୍ୟ ମାଗିଲେ ତଥ୍ୟ ଦେଉନାହାଁନ୍ତି କଟକ ଜିଲ୍ଲାପାଳ । ମହାମାରୀ କୋରୋନ ଲଢେଇରେ ବ୍ୟାପକ ପରିମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।

6.ଶରଦ ପାୱାରଙ୍କ ଘରେ ପଶିଲା କୋରୋନା, ମୁମ୍ବାଇ ଘରେ ୪ କର୍ମଚାରୀ ସଂକ୍ରମିତ

ଏନସିପି ନେତା ତଥା ମହାରାଷ୍ଚ୍ର ସରକାରରେ ସହଯୋଗୀ ଶରଦ ପାୱାରଙ୍କ ଘରେ ପହଞ୍ଚିଲା କୋରୋନା । ପାୱାରଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନରେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

7.2G ସ୍ପେକ୍ଟ୍ରମ୍ ସ୍କାମ; ହାଇକୋର୍ଟରେ ନିୟମିତ ଶୁଣାଣୀ କରିବାକୁ ଇଡିର ଦାବି

2G ସ୍ପେକ୍ଟ୍ରମ୍ ସ୍କାମର ଶୁଣାଣି ଖୁବ ଶୀଘ୍ର ହାଇକୋର୍ଟରେ ଆରମ୍ଭ ହୋଇପାରେ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟଙ୍କୁ ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଦାବି କରିଛି ।

8.ସୁପ୍ରିମକୋର୍ଟରେ NEET, JEE 2020 ସ୍ଥଗିତ ରଖିବା ଆବେଦନ ଖାରଜ, ପୂର୍ବକାର୍ଯ୍ୟକ୍ରମ ଅନୁସାରେ ହେବ ପରୀକ୍ଷା

ସୁପ୍ରିମ କୋର୍ଟରେ NEET, JEE 2020 ସ୍ଥଗିତ ରଖିବା ଆବେଦନ ଖାରଜ, ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ହେବ ପରୀକ୍ଷା, ଏଠାରୁ ସଂପୂର୍ଣ୍ଣ ବିବରଣୀ ପାଆନ୍ତୁ...

9.ଆମିର ଖାନ-ତୁର୍କୀର ପ୍ରଥମ ମହିଳାଙ୍କ ଫଟୋ ଭାଇରାଲ, ସୋସିଆଲ ମିଡିଆରେ ଅଭିନେତାଙ୍କୁ ବୟକଟ ଦାବି

ଆମିର ଖାନ ନିଜ ଫିଲ୍ମ ଲାଲ ସିଂହ ଚଡ୍ଡାର ଶୁଟିଂ ସମୟରେ ତୁର୍କୀ ପହଞ୍ଚିଥିଲେ । ଏହି ସମୟରେ ସେ ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟିଥିଲେ ବୋଲି ଚର୍ଚ୍ଚା ହେଉଛି ।

10.ଗ୍ଲେନମାର୍କର ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ଦୀପଙ୍କର ଭଟ୍ଟାଚାର୍ଯ୍ୟ

ବିଶ୍ବସ୍ତରୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଇଣ୍ଡିପେଣ୍ଡଣ୍ଟ ନନଏକ୍ସିକ୍ୟୁଟିଭ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ 14 ଅଗଷ୍ଟରୁ ଆସନ୍ତା 5 ବର୍ଷ ପାଇଁ ଏହି ଦାୟିତ୍ବ ତୁଲାଇବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.