ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM
TOP NEWS@9PM
author img

By

Published : Sep 17, 2020, 9:10 PM IST

1. ଏସବିଆଇ ଗ୍ରାହକ ଆଲର୍ଟ ! କାଲିଠୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ

ଆସନ୍ତାକାଲି (ସେପ୍ଟେମ୍ବର 18)ରୁ ବଦଳିବ ଦେଶର ବୃହତ୍ତମ କମର୍ସିଆଲ ବ୍ୟାଙ୍କ ଏସବିଆଇର ଏଟିଏମରୁ ଟଙ୍କା ଉଠାଣ ନିୟମ । ଏହା ଅନୁସାରେ ଓଟିପି ନଦେଲେ ଉଠିବନି ଟଙ୍କା ।

2. ବିସ୍ତୀର୍ଣ୍ଣ ବେଳାଭୂମି ଉପଭୋଗ କରିବେ ପର୍ଯ୍ୟଟକ, ଖୋଲିଲା ‘ବ୍ଲୁ ଫ୍ଲାଗ ବିଚ’

ଶ୍ରୀକ୍ଷେତ୍ର ପାନ୍ଥନିବାସ ନିକଟ ବେଳାଭୂମିରେ ଶେଷ ହୋଇଛି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ । ଇତି ମଧ୍ୟରେ ଏହି ବିଶ୍ବସ୍ତରୀୟ ସୁନ୍ଦର ବେଳାଭୂମିକୁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲିଛି ପୁରୀ ଜିଲ୍ଲା ପ୍ରଶାସନ ।

3. ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ଗୃହମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

4. ବାଟାମାଲୁରେ ସେନାର ଏନକାଉଣ୍ଟର, 3 ଆତଙ୍କବାଦୀ ମୃତ

ବାଟାମାଲୁ ଅଞ୍ଚଳରେ ଗୁରୁବାର ଏନକାଉଣ୍ଟର ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

5. ରାଜ୍ୟରେ ଅସମ୍ଭାଳ କୋରୋନା, ଦିନକରେ 4241 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 4241 ଆକ୍ରାନ୍ତ ଚିହ୍ନଟ । ଗୁରୁବାର ରାଜ୍ୟର 30ଟି ଜିଲ୍ଲାରୁ ସର୍ବାଧିକ 4241 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

6. କୃଷି ଅଧ୍ୟାଦେଶକୁ ବିରୋଧ, ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରତ କୌର

କୃଷି ଅଧ୍ୟାଦେଶକୁ ବିରୋଧ କରି ବିଜେପିର ସହଯୋଗୀ ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

7. ମୋଦିଙ୍କ ଜନ୍ମଦିନ ପାଳିଲେ ରିକ୍ସା ଚାଳକ ମଙ୍ଗଲ, ସପ୍ତାହେ ଧରି 50 ଟଙ୍କା ଲେଖାଏଁ ସଞ୍ଚୟ କରିଥିଲେ

ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଗ୍ରାମ୍ୟ ତଥା ଆଦର୍ଶ ଗ୍ରାମ ଡୋମରିରେ ରହୁଥିବା ମଙ୍ଗଲ କେୱଟ ଅନନ୍ୟ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ରାଜଘାଟ ସେତୁକୁ ବେଲୁନରେ ସଜାଇ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇ ସମସ୍ତଙ୍କୁ ଲଡୁ ବଣ୍ଟନ କରି ମୋଦିଙ୍କ ଜନ୍ମଦିନ ପାଳନ କରିଛନ୍ତି ।

8. ବିଜେପି ରାଜ୍ୟସଭା ସାଂସଦ ସହସ୍ରବୁଦ୍ଧିଙ୍କୁ କୋରୋନା, ସଂସଦରେ ହୋଇଥିଲେ ସାମିଲ

ରାଜ୍ୟସଭା ସାଂସଦ ତଥା ମହାରାଷ୍ଟ୍ର ବିଜେପି ନେତା ବିନୟ ସହସ୍ରବୁଦ୍ଧି କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ସାଂସଦ ସହସ୍ରବୁଦ୍ଧି ।

9. ସୁନା ଦାମ 608 ଓ ରୂପା 1214 ଟଙ୍କା ହ୍ରାସ

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ସୁନା ଦାମ 10 ଗ୍ରାମ ପ୍ରତି ହ୍ରାସ ହୋଇ 52,463 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରୂପା ଦାମ କିଲୋ ପିଛା 1,214 ଟଙ୍କା କମି 69,242 ଟଙ୍କା ରହିଛି ।

10. ଦେଶର ବେକାରୀ ସ୍ତର କେତେ ? ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପ୍ରକାଶ କଲା ବେରୋଜଗାରୀ ରିପୋର୍ଟ

ଦେଶରେ ବୃଦ୍ଧି ପାଉଛି ବେରୋଜଗାରୀ ସମସ୍ୟା । ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ବେକାରୀ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ଚେଷ୍ଟା ଫଳପ୍ରଦ ହେଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.