ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 26, 2020, 9:00 AM IST

1-ସ୍ବରାଜ ଟ୍ରାକ୍ଟରରୁ ଭେଣ୍ଟିଲେଟର, 78 ବର୍ଷରୁ ଭାରତର ବିକାଶରେ CSIR

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ହେଉଛି ଭାରତର ସବୁଠାରୁ ବଡ ଅନୁସନ୍ଧାନ ଏବଂ ବିକାଶ ସଂଗଠନ । CSIR ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ।

2-ଆଇପିଏଲ 2020: ଚେନ୍ନାଇକୁ ମାତ୍‌ ଦେଲା ଦିଲ୍ଲୀ

ଆଇପିଏଲ-2020ର ଶୁକ୍ରବାରର ମ୍ୟାଚ୍‌ରେ ସିଏସକେକୁ 44 ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ବୀ ସ’ ମ୍ୟାନ ଅଫ ଦ ମ୍ୟାଚ୍‌ ।

3-ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, 7 ଜଣଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ

ଯୁବକଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ । ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣାଟି ହେଉଛି ଢେଙ୍କାନାଳ ଭୁବନ ଥାନା ଅଞ୍ଚଳର ।

4-ମିଳୁନି ଆଧାର କାର୍ଡ, ଯୋଜନାରୁ ବଞ୍ଚିତ ଜିତେନ୍ଦ୍ର

ଏଯାଏଁ ମିଳିନି ଆଧାର କାର୍ଡ । ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି କନ୍ଧମାଳ ଖେତାପାଯୁ ଗାଁର ଜିତେନ୍ଦ୍ର ସେଠୀ ।

5-ପ୍ରଜାପତି ଉଜାଡିଲା କମଳା ଚାଷ, ଚିନ୍ତାରେ ଚାଷୀ

ପ୍ରଜାପତି ଯୋଗୁଁ ଉଜୁଡି ଯାଉଛି କମଳା ଚାଷ । ନଷ୍ଟ ହେଉଛି ଟ୍ରିପ ଟ୍ରିପ କମଳା । ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି ।

6-ଇଞ୍ଜିନ ଫେଲ୍ ଯୋଗୁଁ ୟୁକ୍ରେନରେ ଖସିଲା ବିମାନ, ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି

ଇଞ୍ଜିନ ଫେଲ ଯୋଗୁଁ An-26 ସାମରିକ ବିମାନ ୟୁକ୍ରେନର ଖାର୍କିଭ ଅଞ୍ଚଳରେ ଖସି ପଡିଥିଲା । ଶୁକ୍ରବାର ସନ୍ଧ୍ୟା ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କ ଜୀବନ ଯାଇଛି ।

7-କୋରୋନା ଚେନ୍‌ ଭାଙ୍ଗିବାକୁ ସପ୍ତାହେ ପାଇଁ ଝାରସୁଗୁଡା ସଟଡାଉନ

ଝାରସୁଗୁଡ଼ାରେ ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହାଡ଼କୁ ସପ୍ତାହ ପର୍ଯ୍ୟନ୍ତ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛି ଝାରସୁଗୁଡ଼ା ବ୍ୟବସାୟୀ ସଂଘ ।

8-କଟକରେ କାୟା ମେଲୁଛି କୋରୋନା, ମହାନଗର ନିଗମରୁ ବର୍ତ୍ତମାନ ସୁଦ୍ଧା 11 ହଜାର ଆକ୍ରାନ୍ତ ଚିହ୍ନଟ

କଟକ ମହାନଗର ନିଗମରେ ଭୟଙ୍କର ଭାବେ ବିସ୍ତାର କରୁଛି କୋରୋନା ଭାଇରସ । ଦୈନିକ ସଂକ୍ରମଣ ବଢିବା ସହ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ବର୍ତ୍ତମାନ ସୁଦ୍ଧା ମହାନଗର ନିଗମରେ 11 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ହୋଇସାରିଥିବାବେଳେ 41ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।

9-ଅନୁଗୋଳରେ ଭୟ ବଢାଉଛି କୋରୋନା, ଗୋଟିଏ ଦିନରେ 284 ପଜିଟିଭ ମାମଲା ଚିହ୍ନଟ

ଅନୁଗୋଳରେ ଶୁକ୍ରବାର ପୁଣି 248ଟି ନୂତନ ମାମଲା ଚିହ୍ନଟ ପରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3697ରେ ପହଞ୍ଚିଛି ।

10-ଲ୍ୟାଣ୍ଡମାଇନ ଚିହ୍ନଟ କରୁଛି ମୂଷା, ବାହାଦୂରୀ ପାଇଁ ମିଳିଲା ସ୍ଵର୍ଣ୍ଣ ପଦକ

ମଣିଷ କି କୃତ୍ରିମ ଉପାୟରେ ନୁହେଁ, ଏବେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରୁଛି ମୂଷା । ଆଉ ଏଥିପାଇଁ ମୂଷାକୁ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଏଭଳି ଘଟଣା ଦେଖିବାକୁ ମିଳିଛି କାମ୍ବୋଡିଆରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.