ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 16, 2020, 8:55 AM IST

1-ନେପାଳକୁ ଡବଲ୍ ଭୂକମ୍ପ ଝଟକା, ତୀବ୍ରତା 5.4 ଓ 6.0 ରେକର୍ଡ

ଦୁଇ ଥର ଭୂକମ୍ପରେ ଥରିଲା ନେପାଳ। ରିକ୍ଟର ସ୍କେଲରେ ତୀବ୍ରତା 5.4 ଓ 6.0 ରେକର୍ଡ କରାଯାଇଛି। ଏଭଳି ଏକ ତୀବ୍ର ଝଟକା ବୁଧବାର ସକାଳେ ଅନୁଭୂତ ହୋଇଛି। କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

2-ଟଳିଲା ବଡ ବିପଦ; ଛତିଶଗଡ ସୁକମାରେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ

ମଙ୍ଗଳବାର ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ । 217 ସିଆରପିଏଫ ଯବାନ ଲ୍ୟାଣ୍ଡମାଇନ୍ ଜବତ କରିବା ସହ ନିରାପଦରେ ନିଷ୍କ୍ରିୟ କରିଦେଇଛନ୍ତି ।

3-ମୋଦିଙ୍କୁ ଭରଷା ଦେଲେ ନୀତିଶ, କହିଲେ କାମ ସରିବ 'ଅନ୍ ଟାଇମ'

ବିହାରରେ 541 କୋଟି ଟଙ୍କାର 7ଟି ସହରାଞ୍ଚଳ ଭିତ୍ତିଭୂମି ଯୋଜନାର ମୂଳଦୁଆ ପକାଇବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତିଶ। ଏପଟେ ରାଜ୍ୟ ସରକାର ସମସ୍ତ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି।

4-ବିହାର ଏବଂ କେରଳ ପାଇଁ ଗ୍ରାମୀଣ ପର୍ଯ୍ୟଟନ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ

ଦେଶର ଗ୍ରାମରୁ ପର୍ଯ୍ୟଟନକୁ ସମୃଦ୍ଧି କରିବାର ଏକ ଅଂଶ ଭାବରେ ପର୍ଯ୍ୟଟନ ମନ୍ତ୍ରଣାଳୟ ବିହାର ଏବଂ କେରଳରେ ଗ୍ରାମୀଣ ସର୍କିଟ ଅଧୀନରେ 125 କୋଟି ଟଙ୍କା ବ୍ୟୟରେ ଦୁଇଟି ପ୍ରକଳ୍ପ ମଞ୍ଜୁର କରିଛି।

5-ଜାତୀୟ ସୁରକ୍ଷା ପ୍ରସଙ୍ଗ: ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଲେ ସଞ୍ଜୟ ରାଉତ

ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ରାଜ୍ୟସଭାରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶୂନ୍ୟକାଳ ନୋଟିସ ଆଣିଛନ୍ତି ।

6-ଶେଷଯାତ୍ରାରେ ବି ମିଳିଲାନି ସମ୍ମାନ, କୋରୋନା ଆକ୍ରାନ୍ତଙ୍କ ଶବ ସତ୍କାର ପାଇଁ ହଟହଟା ପରିବାର

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ନୟାନ୍ତ ହେଲେ ପରିବାର ଲୋକ । ଗାଁ ଶ୍ମଶାନରେ ହେଲାନି ସତ୍କାର । ପ୍ରଶାସନର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ ।

7-କୋରୋନା କବଳରେ ନିଜାମୁଦ୍ଦିନ ରେଳ ଷ୍ଟେସନର 10 ଆରପିଏଫ୍ କର୍ମଚାରୀ

ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ୍ ଜାରି ରଖିଛି ଆତଙ୍କ। ବର୍ତ୍ତମାନ ଆରପିଏଫ୍ କର୍ମଚାରୀମାନେ ମଧ୍ୟ କୋରୋନା ଅଧୀନରେ ଅଛନ୍ତି । ନିଜାମୁଦ୍ଦିନ ରେଳ ଷ୍ଟେସନର 10 ଆରପିଏଫ୍ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

8-ବାତ୍ଯା ‘ଫନି’ର ଦେଢ ବର୍ଷ ପରେ ବି ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳିନି ଇନପୁଟ ସବସିଟି

ବାତ୍ୟା ଫନି ଦ୍ବାରା ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିଥିଲେ ଭଦ୍ରକ ସୂର୍ଯ୍ୟମୁଖୀ ଚାଷୀ । ଏଥିପାଇଁ ସେମାନଙ୍କୁ ସହାୟତା ଦେବାକୁ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ବାତ୍ୟାକୁ ଦେଢ ବର୍ଷ ପାଖାପାଖି ପୁରି ଥିବାବେଳେ ସରକାରଙ୍କ ପକ୍ଷକୁ କୌଣସି ସହାୟତା ମିଳିପାରୁ ।

9-ଖୁବ୍ ଶୀଘ୍ର ଅନନ୍ତନାଗରେ ଆବାସିକ କ୍ୱାର୍ଟର୍ ପାଇବେ କାଶ୍ମୀର ପ୍ରବାସୀ ପଣ୍ଡିତ

ଦୂର ହେବ ବହୁଦିନର କଷ୍ଟ ଓ ଯନ୍ତ୍ରଣା। ପ୍ରବାସୀ କାଶ୍ମୀର ପଣ୍ଡିତଙ୍କୁ ରହିବାକୁ ମିଳିବ ଘର ଖଣ୍ଡିଏ। କାରଣ ଖୁବଶୀଘ୍ର ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଭେସୁ ଅଞ୍ଚଳରେ ପ୍ରବାସୀ ପଣ୍ଡିତଙ୍କ ପାଇଁ ଆବାସିକ କ୍ୱାର୍ଟର ନିର୍ମାଣ କରାଯାଉଛି।

10-ଚନ୍ଦନଙ୍କ ସହ ଚର୍ଚ୍ଚା, ଜନ୍ମଦିନରେ କହିଲେ ଫିଟନେସର ରାଜ୍

40 ବର୍ଷରେ ପାଦ ଦେଇଛନ୍ତି ଓଲିଉଡ ବାବୁ ତଥା ଅଭିନେତା ଚନ୍ଦନ କର । 2006ରେ ଫିଲ୍ମ ‘ବାବୁ ଆଇ ଲଭ ୟୁ’ ଜରିଆରେ ଫିଲ୍ମ ଦୁନିଆକୁ ଏଣ୍ଟ୍ରି ମାରିଥିଲେ ଚନ୍ଦନ । ଜନ୍ମଦିନ ଅବସରରେ ଇଟିଭି ଭାରତ ସହ ସାକ୍ଷାତକାର ଦେଇ ଚନ୍ଦନ ବଖାଣିଛନ୍ତି ଦୀର୍ଘ 13 ବର୍ଷର ଅନେକ ସଫଳତା, ବିଫଳତା ଓ ବାଦ ବିବାଦ ଭରା ସ୍ମୃତିକୁ । ଖାଲି ସେତିକି ନୁହେଁ ଚନ୍ଦନ ଏବେ ନିଜ ଫିଗରକୁ ନେଇ ବି ବେଶ୍ ଚର୍ଚ୍ଚାରେ ଥିବାରୁ ଫ୍ୟାନ୍ସଙ୍କୁ କହିଛନ୍ତି ତାଙ୍କ ଡାଏଟ ଓ ୱାର୍କଆଉଟ ସିକ୍ରେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.