ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 12, 2020, 9:00 AM IST

1-ନାବାଳିକା ଗଣଦୁଷ୍କର୍ମ ଘଟଣା, ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍‌

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୋଟିସ ।

2-ଏପରି ଚାଲିଛି ପଞ୍ଚାୟତସ୍ତରରେ କାମ, ସରପଞ୍ଚଙ୍କ ଠାରୁ ବିଡିଓ ଯାଏଁ ପିସି ମାୟାରେ ବାୟା

ବିନା ପିସିରେ ହେଉନି ପଞ୍ଚାୟତସ୍ତରରେ ଉନ୍ନୟନ ମୂଳକ କାମ । ସରପଞ୍ଚଙ୍କ ଠାରୁ ବିଡିଓ ଯାଏ ସମସ୍ତେ ପିସି ମାୟାରେ ବାୟା ।

3-ଆଜିଠୁ ଦିଲ୍ଲୀରୁ ଗଡିବ 80 ନୂଆ ସ୍ବତନ୍ତ୍ର ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଆଜିଠାରୁ ଭାରତୀୟ ରେଳ 80ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ଯାହାର ବୁକିଂ ସେପ୍ଟେମ୍ବର 10ରେ ଭାରତୀୟ ରେଳ ୱେବସାଇଟରେ ଖୋଲିଛି। ଏଗୁଡିକ ସଂପୂର୍ଣ୍ଣ ସଂରକ୍ଷିତ ଟ୍ରେନ୍ ହେବ । ଷ୍ଟେସନ କାଉଣ୍ଟରରୁ ଟିକେଟ୍ ମଧ୍ୟ ଉପଲବ୍ଧ ହେବ।

4-ସେନାଧିକାରୀଙ୍କୁ ମାଡ, ଫଡନାଭିସ କହିଲେ ଶିବସେନା ଚଳାଇଛି 'ଗୁଣ୍ଡା ରାଜ୍'

ଅବସରପ୍ରାପ୍ତ ଭାରତୀୟ ନୈସେନା ଅଧିକାରୀଙ୍କୁ ଆକ୍ରମଣ କରି ଶୁକ୍ରବାର ଚାରିଜଣ ଶିବସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଚକିତ ହୋଇ ଠାକୁର ସରକାରଙ୍କୁ ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

5-ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଧାଫାଶ, 90 କୋଟିରୁ ଉର୍ଦ୍ଧ୍ବ ହେରୋଇନ ଜବତ

ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଧାଫାଶ କଲା ଦିଲ୍ଲୀ ପୋଲିସ। ଏହି ସମୟରେ 23 କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ 90 କୋଟିରୁ ଅଧିକ ହେବ। ଅପରେସନରେ ଜଡିତ୍ ଥିବା କିଙ୍ଗପିନ୍ ସମେତ ଏହି ଲିଙ୍କର 5 ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇଛି ।

6-ନୂଆ ରୂପ ପାଇବ ସ୍ବର୍ଗଦ୍ବାର, ଖୁବ ଶୀଘ୍ର ସରିପାରେ ବିକାଶ କାର୍ଯ୍ୟ

ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରର ଉନ୍ନତି ଓ ସଂପ୍ରସାରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଥିଲେ । ଏହା ପରେ ସ୍ବର୍ଗଦ୍ବାରା ପାଖରୁ ଉଚ୍ଛେଦ କାମ ଆରମ୍ଭ ହେବା ସହିତ ଜୋରସୋରରେ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । ଓବିସିସି ଓ ଫୋନିକ୍ସ ଫାଉଣ୍ତେସନ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଆଗେଇ ନିଆଯାଉଛି ।

7-ବ୍ୟବସାୟୀଙ୍କ ଘରେ ଚଢାଉ, ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତ

ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଚଢାଉ । ଜିଏଷ୍ଟି ଓ କମରସିଆଲ ଟ୍ୟାକ୍ସ ବିଭାଗ ପକ୍ଷରୁ କରାଯାଇଛି ରେଡ୍‌ । ଜବତ ହେଲା ନଗଦ ଟଙ୍କା ଓ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ।

8-ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, 10 ଗିରଫ

ବେଆଇନ ମଦ ପ୍ରସ୍ତୁତି ଏବଂ ବିକ୍ରି ଅଭିଯୋଗରେ ମୋଟ 13ଗୋଟି କେସ ରୁଜୁ ହୋଇଛି । ତେବେ 10ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ ।

9-ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ପ୍ରଶାସନକୁ ସାଧୁବାଦ ଜଣାଇଲେ ହିତାଧିକାରୀ

ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ କରାଗଲା ପଟ୍ଟା ବଣ୍ଟନ । ମୋଟେର ଓ ଡାଲଗୁମ୍ମା ପଞ୍ଚାୟତର ୨୨ ଜଣ ଭୂମିହୀନଙ୍କୁ ଦିଆଗଲା ଜମି ପଟ୍ଟା ।

10-ଭେଣ୍ତିଂ ଜୋନରେ ମିଳିବ ଅକ୍ସିମିଟର: ପଞ୍ଜାବ ସରକାର

କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଅଭିନବ ପ୍ରୟାସ ଆପଣେଇଛନ୍ତି ପଞ୍ଜାବ ସରକାର । ମାତ୍ର 514 ଟଙ୍କାରେ ପ୍ରତ୍ୟକ ରାଜ୍ଯବାସୀଙ୍କୁ ଯୋଗାଇବେ ଅକ୍ସିମିଟର । ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.