ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @ 9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Aug 1, 2020, 8:59 AM IST

1-ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହା ଦ୍ଵାରା ଜନସାଧାରଣ ୮ଟି ସେବା ପାଇପାରିବେ । ଏହି ପୋର୍ଟାଲ ସହାୟତାରେ ଫାୟାର ସେଫଟି ସାର୍ଟିଫିକେଟ ସହ ଅନ୍ୟ ଅଗ୍ନିଶମ ବିଭାଗ ସହ ଜଡିତ ସେବା ଅନଲାଇନରେ ପାଇପାରିବେ ।

2-ଏଥର ଅନଲାଇନରେ ଦେଓମାଳି ନାଟକ ମହୋତ୍ସବ

ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ । ତିନି ଦିନ ଧରି ଚାଲିବା ବହୁଭାଷୀ ନାଟକ କାର୍ଯ୍ୟକ୍ରମ ।

3-ସ୍ୟାଣ୍ଡ ଆନିମେସନରେ ସୋନୁ ସୁଦଙ୍କୁ ଶୁଭେଚ୍ଛା

ପୁରୀରେ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସୋନୁଙ୍କୁ ତାଙ୍କ ମହନୀୟ କାର୍ଯ୍ୟ ପାଇଁ ପ୍ରଶଂସା ସହ ଶୁଭେଚ୍ଛା ଜଣାଇଛନ୍ତି । ସୋନୁଙ୍କ ପ୍ରତିଛବିକୁ ନିଜ ସ୍ୟାଣ୍ଡ ଆଣିନେସନରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ।

4-ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

କେନ୍ଦୁଝରରେ ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କଲେ ଶ୍ରମିକ ।

5-ପିଏମ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ

ଅଗଷ୍ଟ 3 ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପାକିସ୍ତାନୀ ଭଉଣୀଙ୍କ ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି

6-ରାମମନ୍ଦିର ଭୂମିପୂଜା: ଦୀପରେ ଝଲସିବ ଅଯୋଧ୍ୟା

ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଖୁସିର ମୂହୁର୍ତ୍ତକୁ ଦୀପାବଳି ଭାବେ ପାଳନ କରାଯିବ । ଅଗଷ୍ଟ 4 ଓ 5 ତାରିଖ ଦିନ ଧୁମଧାମରେ ଆୟୋଜିତ ହେବ ଦୀପୋତ୍ସବ । ଦୀପର ଆଲୋକରେ ଆଲୋକିତ ହେବ ରାମନଗରୀ ।

7-ନବରତ୍ନ ଖଚିତ ବସ୍ତ୍ରରେ ଝଲସିବେ ରାମଲଲା

ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ । ଏହି ଶୁଭ ଦିନ ପାଇଁ ରାମଲଲାଙ୍କ ପାଇଁ ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରାଯାଇଛି । ଭାଗବତ ପ୍ରସାଦଙ୍କ ପରିବାର ଗତ ଦୁଇ ପିଢି ଧରି ରାମଲଲାଙ୍କ ପାଇଁ ବସ୍ତ୍ର ତିଆରି କରିଆସୁଛନ୍ତି ।

8-ଆଇଏନଏସ ହଂସର କମୋଡୋର ଦାୟିତ୍ବ ନେଲେ ଅଜୟ ଥିଓଫିଲସ

କମୋଡୋର ଥିଓଫିଲସ୍, ନାଭାଲ ଏକାଡେମୀର ଆଲୁମନାସ । ଗତ ଜୁଲାଇ 1, 1991ରେ ଭାରତୀୟ ନୌସେନାରେ ନିଯୁକ୍ତ ହୋଇଥିଲେ।

9-ଆବର୍ଜନା ସଂଗ୍ରହ ପାଇଁ ସଚେତନତା, ସମ୍ବର୍ଦ୍ଧିତ ହେଲେ ସ୍ବଚ୍ଛ ସାଥୀ ଓ ସୁପରଭାଇଜର

ସହରରେ ଆବର୍ଜନା ସଂଗ୍ରହ ସହ ସଚେତନତା ସୃଷ୍ଟି କ୍ଷେତ୍ରରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଭୂମିକାକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ଆବର୍ଜନା ପୃଥକୀକରଣ ଓ ମାଇକ୍ରୋ କମ୍ପୋଷ୍ଟ ତିଆରି କ୍ଷେତ୍ରରେ ମଧ୍ୟ ସେମାନଙ୍କ ଗୁରୁ ଦାୟିତ୍ବ ରହିଛି ।

10-କାଳୀ ନଦୀର ଭଗୀରଥ ସନ୍ଥ ସିଚେଓ୍ବାଲ, ଶେଷ ନିଶ୍ବାସ ଯାଏଁ ପ୍ରଦୂଷଣ ବିରୋଧରେ କରିବେ ଲଢେଇ

ଆଜକୁ 20 ବର୍ଷ ତଳେ 15 ଜୁଲାଇ 2000 ମସିହାରେ ଜଲନ୍ଧରର କାଳୀ ବେଇଁ ନଦୀକୁ ପରିଷ୍କାର କରିବା ପାଇଁ ଅଣ୍ଟା ଭିଡିଥିଲେ ବଲବୀର । ତାଙ୍କ ପରିଶ୍ରମରେ ପ୍ରଦୂଷଣ କାରଣରୁ ନିଜର ଅସ୍ତିତ୍ବ ହରାଇ ବସିଥିବା ଏହି ନଦୀର ଜଳ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିର୍ମଳ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.