ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 21, 2020, 9:11 AM IST

1-ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ । 85 ବର୍ଷ ବୟସରେ ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଆଶୁତୋଷ ତଣ୍ଡନ ସୂଚନା ଦେଇଛନ୍ତି ।

2-ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ଶେଷକୃତ୍ୟ

ଆରପାରିରେ ଓଲିଉଡ ଅଭିନେତା ବିଜୟ ମହାନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ବିଜୟ ମହାନ୍ତି ପଲସ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଘୋଷଣା କରିଛନ୍ତି ।

3-ବେଙ୍ଗାଲୁରୁରେ ଆଉ ବଢିବନି ଲକଡାଉନ ଅବଧି: କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁରେ ବୃଦ୍ଧି ହେବନି ଲକଡାଉନ କଟକଣା । ସୂଚନା ଦେଲେ କର୍ଣ୍ଣାଟକ ସରକାର ।

4-ବିନା ଦରମାରେ ଛୁଟିରେ ପଠାଉଛି ଏୟାର ଇଣ୍ଡିଆ, ପାଇଲଟଙ୍କ ଅଭିଯୋଗ

ସମ୍ପ୍ରତିରେ ଏୟାର ଇଣ୍ଡିଆ ପାଇଲଟଙ୍କ ଛଟେଇକୁ ନେଇ ଆଲୋଚନା କରାଯାଉଥିଲା । ନିଷ୍ପତ୍ତି ଅନୁସାରେ ବିନା ଦରମାରେ ଛୁଟି ନେବା ଉଭୟ ପାଇଲଟ ଏବଂ ଏୟାର ଇଣ୍ଡିଆ ପାଇଁ ବିଜୟ ବୋଲି କୁହାଯାଉଛି ।

5-ଲଦାଖରେ ମୁତୟନ T-90 ଟ୍ୟାଙ୍କର ଶକ୍ତି ବୃଦ୍ଧି ନେଇ BMEL ସହ ଚୁକ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟ ଭରତ ଆର୍ଥ ମୁଭର୍ସ ଲିମିଟେଡ(BMEL) ସହିତ ଏକ ବଡ ଚୁକ୍ତି କରିଛି । ଏହାଦ୍ବାରା ଲଦାଖରେ ମୁତୟନ ଶକ୍ତିଶାଳୀ T-90 ଟ୍ୟାଙ୍କର ଶକ୍ତି ବୃଦ୍ଧି ହେବ ।

6-ପୂରଣ ହେବ ଦୀର୍ଘ ଦିନର ଦାବି, ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର

ପାକିସ୍ତାନର ବଦମାସୀକୁ ବ୍ରେକ ଦେବାକୁ ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାର ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର। ଏହି ଗୁପ୍ତ ସୁଢଙ୍ଗ ନିର୍ମାଣ ହେବା ଦ୍ବାରା ଏଲଓସି ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନରୁ ସୁରକ୍ଷା ଦିଆଯାଇ ପାରିବ।

7-ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ ଘୋଷଣା, ଖୋଲା ପଡିଛି 5 ପ୍ରବେଶପଥ

ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ ଘୋଷଣା । ହେଲେ ଖୋଲା ପଡିଛି 5ଟି ପ୍ରବେଶ । କଣ୍ଟେନମେଣ୍ଟ ଜୋନରେ ବି ଚାଲିଛି ଲୋକଙ୍କ ଅବାଧ ପ୍ରବେଶ ।

8-ବିଲ ସଂଶୋଧିତ ନହେବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ

ପଶ୍ଚିମବଙ୍ଗରେ ଲକ୍ଷାଧିକ ଉପଭୋକ୍ତାମାନଙ୍କର ଅନାବଶ୍ୟକ ଭାବେ ବିଦ୍ୟୁତ ବିଲ ଆସିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏହାରି ଉପରେ ପଶ୍ଚିମବଙ୍ଗର ଶକ୍ତିମନ୍ତ୍ରୀ ଶୋଭାନ ଦେବ ଚାଟାର୍ଜୀ ବିଚାର ବିମର୍ଷ କରିଛନ୍ତି । ବିଲ ସଂଶୋଧିତ ନହେବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କରିବେନି ପଶ୍ଚିମବଙ୍ଗବାସୀ ।

9-ଗ୍ରାମୀଣ ଚାହିଦା ଦ୍ୱାରା ଅର୍ଥନୀତିର ପୁନରୁଦ୍ଧାର ହୋଇପାରିବ କି ?

ଦ୍ରୁତଗତିରେ ଓ ପ୍ରଭାବଶାଳୀ ଭାବେ କୋଭିଡ-୧୯ ବିଶ୍ୱର ଅର୍ଥନୀତିଗୁଡିକୁ ସଂକଟଗ୍ରସ୍ତ କରିଛି, ତାହାର ପ୍ରଭାବ ବର୍ଷ ବର୍ଷ ଧରି ରହିବ । ଏହି ସଂକଟ ଦ୍ୱାରା ଭାରତ ବି ପ୍ରଭାବିତ । ଦେଖିବାକୁ ଗଲେ ଭାରତୀୟ ଅର୍ଥନୀତି ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଛି । ଗ୍ରାମ୍ୟ ଅର୍ଥନୀତିରେ ପୁଣି ଏକ ନୂଆ ଜୀବନର ସଂକେତ ମିଳୁଛି ।

10-ରାଜଧାନୀରେ ପୁଣି ଲୁଟ୍‌: ରାସ୍ତା ଉପରୁ ଝାମ୍ପି ନେଲେ ସୁନା ଚେନ

ପାତ୍ରପଡାର ପଲ୍ଲବି ପ୍ରିୟଦର୍ଶିନୀ ଗତ ୧୭ ତାରିଖରେ ଅପରାହ୍ନ ସମୟରେ ଘରକୁ ଫେରୁଥିବାବେଳେ ହଠାତ ପଛପଟୁ ତାଙ୍କୁ ଆକ୍ରମଣ କରି ସୁନା ଚେନ ଝାମ୍ପି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.