ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 19, 2020, 9:04 AM IST

1-୩୧ ପର୍ଯ୍ୟନ୍ତ ହାଇକୋର୍ଟ ଓ ଲକଡାଉନ ଅଞ୍ଚଳର ସମସ୍ତ କୋର୍ଟ ବନ୍ଦ

4ଟି ଜିଲ୍ଲା ଓ ରାଉରକେଲା ମହାନଗରନିଗମରେ ଲକଡାଉନ ଘୋଷଣା ପରିପ୍ରେକ୍ଷୀରେ ହାଇକୋର୍ଟ ଏହି ଅଞ୍ଚଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ କୋର୍ଟ କାର୍ଯ୍ୟକୁ ବାତିଲ କରାଯାଇଛି ।

2-ସୋମବାର ଯାଏଁ ଧର୍ମଗଡ କୋର୍ଟକୁ ବନ୍ଦ ନିର୍ଦ୍ଦେଶ

ଧର୍ମଗଡ ଏସଡିଜେଏମ କୋର୍ଟର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ । 20 ତାରିଖ ଯାଏଁ ବନ୍ଦ ରହିବ ଧର୍ମଗଡ କୋର୍ଟ ପରିସର ।

3-ସ୍ବତନ୍ତ୍ର ଫୋକସରେ ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9 ସହରାଞ୍ଚଳ

ଗଞ୍ଜାମ ଜିଲ୍ଲାରେ କାୟା ମେଲାଇ ଥିବା କୋରୋନା ଭୂତାଣୁ ଏବେ ଦିନକୁ ଦିନକୁ ସାଙ୍ଘାତିକ ହେବାରେ ଲାଗିଛି । ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପ୍ରଶାସନ କଡା ନଜରର ରଖିଛି ।

4-କେନ୍ଦ୍ରାପଡା ମ୍ୟୁନିସିପାଲଟିର 15ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

କେନ୍ଦ୍ରାପଡା ମ୍ୟୁନିସିପାଲିଟିର 15ନଂ ୱାର୍ଡକୁ 48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ। ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିକଟରେ କୋଭିଡ19 ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।

5-ଜିଆରଏସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଜିଆରଏସଙ୍କ ମୃତ୍ୟୁକୁ ନେଇ ବିଶୋଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ବିଡ଼ିଓଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ।

6-କୋରୋନା ଟଙ୍କା ଓ ସାମଗ୍ରୀକୁ ଚଳୁ କରିଦେଲେ ଯୋଗାଣ ଅଧିକାରୀ!

କୋରୋନା କାଳରେ ଲୋକଙ୍କୁ ଶୋଷିବାରେ ଲାଗିଛନ୍ତି କାମତା ପଞ୍ଚାୟତର ଯୋଗାଣ ଅଧିକାରୀ । ସରକାରୀ ସହାୟତାକୁ ଯୋଗାଇବା ବଦଳରେ ତାକୁ ନିଜ ଆତ୍ମସାତ କରି ନିଜେ ମାଲାମାଲ ହେଉଥିବା ଅଭିଯୋଗ ହୋଇଛି ।

7-କେବିକେ ଜିଲ୍ଲାରୁ ଗଞ୍ଜାମକୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ

ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ କେବିକେ ଜିଲ୍ଲାରୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତିକୁ କଂଗ୍ରେସର ବିରୋଧ। ଆସନ୍ତା ୩୧ ତାରିଖ ମଧ୍ୟରେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

8-ସୋପିଆନରେ ଟଳିଥିବା 3 ଆତଙ୍କୀଙ୍କ ଠିକଣା ଖୋଜୁଛି କାଶ୍ମୀର ପୋଲିସ

ସୋପିଆନରେ ନିହତ ହୋଇଥିବା 3 ଆତଙ୍କୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଶନିବାର ସୋପିଆନର ଆମସିପୋରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ 3 ଆତଙ୍କବାଦୀ ।

9-ଭୂକମ୍ପରେ ଥରିଲା ହିନ୍ଦଖୁସ୍, ରିକ୍ଟର ସ୍କେଲରେ ତୀବ୍ରତା 3.8

ଭୂକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦଖୁସ୍ ଅଞ୍ଚଳ। ରବିବାର ସକାଳ ପ୍ରାୟ 5.28ରେ ଏହି ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ବହୁତ କମଥିଲା। ରିକ୍ଟରେ ସ୍କେଲରେ ଏହା 3.8 ରହିଛି।

10-ଦିଲ୍ଲୀରେ ଆହୁରି 3 ଘଣ୍ଟା ପ୍ରବଳ ବର୍ଷିବ, ଖସୁଛି ତାପମାତ୍ରାର ପାରା

ବର୍ଷାରେ ଭାସୁଛି ଦିଲ୍ଲୀ। ସକାଳ ଠାରୁ ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଗଲେଣି ଦିଲ୍ଲୀବାସୀ। ତେବେ ଏହି ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିବ। ଏହାସହ ରାଜଧାନୀରେ ତାପମାତ୍ରା ପାରା କମି କମି ଆସୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.