ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Oct 1, 2020, 9:04 PM IST

1. ରାଜ୍ୟ ସରକାରଙ୍କ ଅନଲକ-5 କଟକଣା ଜାରି, ଅକ୍ଟୋବର 31 ଯାଏଁ ସ୍କୁଲ ବନ୍ଦ

ରାଜ୍ୟ ସରକାର ଜାରି କଲେ ଅନଲକ-5 କଟକଣା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ବନ୍ଦ ରହିବ ମନ୍ଦିର ଏବଂ ସମସ୍ତ ଧର୍ମାନୁଷ୍ଠାନ ।

2. ଲଘୁଚାପ ସକ୍ରିୟ, 5 ଦିନ ଲାଗି ରହିବ ପ୍ରବଳ ବର୍ଷା

ପଶ୍ଚିମ-କେନ୍ଦ୍ରୀୟ ଓ ଏହାର ସଂଲଗ୍ନ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟ ଘୁର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

3. ବିହାର ମେଣ୍ଟ ବଞ୍ଚାଇବାକୁ ମଙ୍ଗ ଧରିଲେ ଶାହ, ଜାଣନ୍ତୁ ସିଟ ଭାଗବଣ୍ଟା ରଣନୀତି...

ଏନଡିଏରେ ମେଣ୍ଟ ବଞ୍ଚାଇବା ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ।

4. ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ଯବାନ ଶହୀଦ

ଦୁଇଟି ପୃଥକ ପୃଥକ ଘଟଣାରେ ଏଲଓସିରେ ଭାରତୀୟ ସେନାର 3 ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ପ୍ରାଣ ହରାଇଛନ୍ତି ଏହି ଯବାନ ।

5. ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି, ଆଗକୁ ଆହୁରି ବୃଦ୍ଧି ହେବ MSP

କେବଳ ଏମଏସପି ଜାରି ରହିବ ତାହା ନୁହେଁ, ଆଗାମୀ ଦିନରେ ଏହାର ଆହୁରି ବୃଦ୍ଧି କରାଯିବ ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

6. ବାବ୍ରୀ ମାମଲାରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ

ଅଯୋଧ୍ୟା ବିବାଦିତ ଢାଞ୍ଚା ଧ୍ବଂସ ମାମଲାରେ ପାକିସ୍ତାନ ବୟାନର କଡା ଜବାବ ଦେଇଛି ଭାରତ । ବିବାଦୀୟ ଢାଞ୍ଚା ଧ୍ବଂସ ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁସଲମାନମାନଙ୍କ ପୂଜାପାଠ ସ୍ଥାନଗୁଡିକର ନିରାପତ୍ତା ନିଶ୍ଚିତ କରିବାକୁ ଭାରତକୁ କହିଥିଲା ।

7. ହାଥରସ ଗଣଦୁଷ୍କର୍ମ ମାମଲା: 40ରୁ ଊର୍ଦ୍ଧ୍ବ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମକୁ ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) 40ରୁ ଊର୍ଦ୍ଧ୍ବ ମହିଳା ଆଇନଜୀବୀ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

8. କୁଳଭୂଷଣ ଯାଦବ ମାମଲା: 6 ଅକ୍ଟୋବରରେ ଶୁଣାଣି କରିବେ ଇସଲାମାବାଦ ହାଇକୋର୍ଟ

ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପକ୍ଷ ରଖିବା ପାଇଁ ଆଇନଜୀବୀ ନିଯୁକ୍ତ କରିବା ମାମଲାରେ ଅକ୍ଟୋବର 6ରେ ଶୁଣାଣି କରିବେ ଇସଲାମାବାଦ ହାଇକୋର୍ଟ ।

9. ଚଳିତ ବର୍ଷ ନିରାଡମ୍ବରରେ ପାଳନ ହେବ କର୍ଣ୍ଣାଟକର ଦଶହରା ମହୋତ୍ସବ

ଚଳିତ ବର୍ଷ କୋରୋନା ଲାଗି କର୍ଣ୍ଣାଟକର ରାଜ୍ୟ ମହୋତ୍ସବ ତଥା "ଦଶହରା ମହୋତ୍ସବ-2020"କୁ ସରଳ ଏବଂ ପାରମ୍ପରିକ ଢଙ୍ଗରେ ପାଳନ କରାଯିବ । ପ୍ରତିବର୍ଷ ଉତ୍ସବରେ ଭାଗ ନେଉଥିବା ପ୍ରତିନିଧିମାନଙ୍କୁ କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ନିମନ୍ତ୍ରଣ କରାଯାଇନାହିଁ ।

10. KXIP VS MI: ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲେ କେଏଲ ରାହୁଲ

କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ଶେଖ ଜାଏଦ ଷ୍ଟାଡିୟମରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.