1.ରାଜ୍ୟରେ ବଢୁଛି ସଂକ୍ରମଣ: ଆଜି 26 ଜିଲ୍ଲାରୁ 1,384 ଆକ୍ରାନ୍ତ
ଆଜି ରାଜ୍ୟରେ 26ଟି ଜିଲ୍ଲାରୁ 1384ଟି ନୂଆ କେସ ସାମ୍ନାକୁ ଆସିଛି । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36,297 ରହିଛି ।
2.ଡରାଉଛି କୋରୋନା: ଦିନକରେ ଗଡିଲା 10ମୁଣ୍ଡ, 200 ଟପିଲା ମୃତ୍ୟୁ ସଂଖ୍ୟା
ପୁଣି 24ଘଣ୍ଟାରେ 10ଜଣଙ୍କ ପ୍ରାଣ ନେଇଛି କୋରୋନା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚାନା ଅନୁସାରେ, ଗଞ୍ଜାମରୁ 3, ଗଜପତିରୁ 2, କଳାହାଣ୍ଡିରୁ 1, ଖୋର୍ଦ୍ଧାରୁ 1, ରାୟଗଡାରୁ 3 ଜଣଙ୍କ ମୃତ୍ୟୁ ହୋଇଛି ।
3.ଭୁବନେଶ୍ୱରରେ 89 କୋରୋନା ଚିହ୍ନଟ, 3 ହଜାର ପାର ହେଲା ସଂଖ୍ୟା
ରାଜ୍ୟ ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ସୋମବାର ଗୋଟିଏ ଦିନରେ 89 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ହଜାର ପାର ସଂକ୍ରମଣଙ୍କ ସଂଖ୍ୟା ।
4.କୋରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଢେଙ୍କାନାଳର 4 ଯୁବକ
କୋରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଢେଙ୍କାନାଳର 4 ଜଣ ଯୁବକ ।
5.ନିଆରା ରାକ୍ଷୀ ପର୍ବ; ବୃକ୍ଷର ସୁରକ୍ଷା ନେଇ ରାକ୍ଷୀ ବାନ୍ଧିଲେ ମହିଳା
ରକ୍ଷା ବନ୍ଧନ ଉତ୍ସବକୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ବନ ସୁରକ୍ଷା ସମିତିର ମହିଳା ସଦସ୍ୟମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।
6.ରାମ ମନ୍ଦିର ନିର୍ମାଣ ପାଇଁ ମୁହୂର୍ତ୍ତ ସ୍ଥିର କରିଥିବା ପୁରୋହିତଙ୍କୁ ଧମକଭରା କଲ
ପୁରୋହିତ ଏନଆର ବିଜୟେନ୍ଦ୍ର ଶର୍ମାଙ୍କୁ କିଛି ଦୁର୍ବୃତ୍ତ ଫୋନ କରି ଧମକ ଦେଉଛନ୍ତି । ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅଗଷ୍ଟ 5ରେ ମୁହୂର୍ତ୍ତ ସ୍ଥିର ହୋଇଛି ।
7.ସିରିଡି ସାଇ ମନ୍ଦିରରେ ପାଳନ ହେଲା ରକ୍ଷା ବନ୍ଧନ
ଆଜି ଶ୍ରାବଣର ଶେଷ ସୋମବାର ସହ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ଏହି ପବିତ୍ର ସମ୍ବନ୍ଧକୁ ସିରିଡିରେ ମଧ୍ୟ ପାଳନ କରାଯାଇଛି ।
8.କୋରୋନା ମୃତକଙ୍କଠୁ ଗାଏବ 6 ଲକ୍ଷ ଟଙ୍କାର ସୁନା ଗହଣା
ହାଇଦ୍ରାବାଦସ୍ଥିତ ବନଜାରା ହିଲ୍ସର ଏକ ଘରୋଇ ଡାକ୍ତରଖାନା ବିରୋଧରେ ଏକ ପରିବାର ଅଭିଯୋଗ କରିଛନ୍ତି ।
9.କୁଲଭୂଷଣ ଯାଦବଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ଭାରତକୁ ଆଉ ଏକ ସୁଯୋଗ
ଇସଲାମାବାଦ ହାଇକୋର୍ଟ ସୋମବାର ଭାରତୀୟ ନାଗରିକ କୁଲଭୂଷଣ ଯାଦବ ମାମଲାର ଶୁଣାଣିକୁ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
10.317 ତାଲିବାନ କଏଦୀଙ୍କୁ ମୁକ୍ତ କଲେ ଆଫଗାନ ସରକାର
ଆଫଗାନିସ୍ତାନ ସରକାର ଗତ ଦୁଇ ଦିନ ମଧ୍ୟରେ 317 ତାଲିବାନ କଏଦୀଙ୍କୁ ମୁକ୍ତ କରିଛନ୍ତି । ଏହାକୁ ମିଶାଇ ତାଲିବାନ ସରକାର ଏବେ ସୁଦ୍ଧା ମୋଟ 4,917 କଏଦୀଙ୍କୁ ମୁକ୍ତ ହୋଇଛନ୍ତି ।