ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

author img

By

Published : Aug 23, 2020, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

1.ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ହିଂସା ଛାଡି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମହାଦେବ ମାଡକାମି ।

2.ବଗଲା ଧର୍ମଶାଳା ପ୍ରସଙ୍ଗ, ମୁଷ୍ଟିମେୟ ଅଧିକାରୀଙ୍କୁ ବାନ୍ଧି ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ବଗଲା ଧର୍ମଶାଳା ଜମି ବିକ୍ରି ନେଇ ରାଜନୀତି ଥମିବା ନାଁ ନେଉନି। ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଅନେକ ମଠ ଭଙ୍ଗା ହେଲା ସେ ସମୟରେ କେହି ମୁହଁ ଖୋଲିଲେ ନାହିଁ ।

3.ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ ସର୍ବାଧିକ 2993 ପଜିଟିଭ ଚିହ୍ନଟ

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ସର୍ବାଧିକ 2993 ପଜିଟିଭ ଚିହ୍ନଟ । ସଂକ୍ରମଣରେ ଆଗରେ ରହିଛି ଖୋର୍ଦ୍ଧା ।

4.ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କିଲର କୋରୋନା, ମୃତ୍ୟୁ ସଂଖ୍ୟା 400 ପାର୍‌

ରାଜ୍ୟରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ମୃତ୍ୟୁ ହାର । ଆଜି ପୁଣି 10 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ 409ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ।

5.ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ: ସିପିଆଇ-ଏମର ବିରୋଧ ପ୍ରଦର୍ଶନ

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ପୁରୀ ଜିଲା ସିପିଆଇ-ଏମ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧ କରିଛି ।

6.ଦେଶରେ 3.5 କୋଟି ଟପିଲା କୋରୋନା ଟେଷ୍ଟିଂ ସଂଖ୍ୟା

ଦେଶରେ ପ୍ରତିଦିନ 8 ଲକ୍ଷରୁ ଅଧିକ କୋରୋନା ନମୁନା ପରୀକ୍ଷା କରାଯାଉଛି । ଫଳରେ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଟେଷ୍ଟିଂ ସଂଖ୍ୟା 3.5 କୋଟିରୁ ଅଧିକ ହୋଇଛି ।

7.ଶିକ୍ଷାଦାନ ପାଇଁ ଲଦାଖର ପ୍ରଧାନ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର 2020

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଦାଖର ଜଣେ ଶିକ୍ଷକ ଏଥର ଜାତୀୟ ପୁରସ୍କାର 2020 ପାଇଁ ମନୋନୀତ ହୋଇଛନ୍ତି ।

8.ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରୁଥିବା ନେତାଙ୍କୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧ

ଙ୍କଟ ସମୟରେ କଂଗ୍ରେସ ଦଳରେ ପୂନର୍ଗଠନ ଦାବି କରିବା ଏହା ଉପଯୁକ୍ତ ସମୟ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

9.ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଗୃହ ମନ୍ତ୍ରଣାଳୟର SOP ଜାରି

ବନ୍ଦେ ଭାରତ ଯୋଜନା ଅଧୀନରେ ଅଣ-ଯୋଜନାବଦ୍ଧ ବାଣିଜ୍ୟିକ ବିମାନ ଏବଂ ଏୟାର ବବଲ୍ ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରଣାଳୟ ଶନିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛି।

10.କୋରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ‘ଏପିଭାକକୋରୋନା’ ପ୍ରସ୍ତୁତ କଲା ଋଷ୍

ଋଷ ନିଜର ପ୍ରଥମ ଟିକା ସଫଳତାର ସହ ପ୍ରସ୍ତୁତ କରିସାରିଥିବା ବେଳେ ଏବେ କୋରୋନାର ମୁକାବିଲା ପାଇଁ ଋଷ ନିଜର ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଋଷ ପ୍ରଥମ ଟିକାର ନାଁ ‘ସ୍ପୁଟନିକ-ଭି’ ଥିବା ବେଳେ ଦ୍ୱିତୀୟ ଟୀକାର ନାମ ‘ଏପିଭାକକୋରୋନା’ ରଖାଯାଇଛି ।

For All Latest Updates

TAGGED:

TOP NEWS@5PM
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.