ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର - @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 15, 2020, 3:09 PM IST

1.ଓଲିଉଡ ଅଭିନେତା ଶ୍ରୀତମ ଦାସ କୋରୋନା ପଜିଟିଭ

କୋରୋନା କବଳରେ ଓଲିଉଡର ଆଉ ଜଣେ ଆଗ ଧାଡ଼ିର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ । ସୋସିଆଲ ମିଡିଆରେ ଖୋଦ୍ ଶ୍ରୀତମ ଏନେଇ ସୂଚନା ଦେଇଛନ୍ତି ।

2.କ୍ୟାବିନେଟ ବୈଠକ ଶେଷ; ସୁବର୍ଣ୍ଣରେଖା ଉପରେ ନିର୍ମାଣ ହେବ ବ୍ରିଜ, ଜିଏସଟି ବିଲକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ ବୈଠକ ଶେଷ । 3ଟି ପ୍ରସ୍ତାବକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

3.କୋରୋନାର କରୁଣ ଚିତ୍ର: ପାଖ ମାଡିଲେନି କେହି, ସ୍ତ୍ରୀଙ୍କ ଆଗରେ ଆଖି ବୁଜିଲେ ସ୍ବାମୀ

କୋରୋନାର କରୁଣ ଚିତ୍ର । ପତ୍ନୀ ଆଖି ଆଗରେ ଛଟପଟ ହୋଇ ଆଖି ବୁଜିଲେ ସ୍ବାମୀ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ।

4.ଦିଲ୍ଲୀରେ ଓଡିଶା ସଂସ୍କୃତି ସେଣ୍ଟର ଓ ଲାଇବ୍ରେରୀ ପାଇଁ ଜାଗା ଦେବାକୁ ବିଜେଡିର ଦାବି

ଦିଲ୍ଲୀରେ ଓଡିଶା ସଂସ୍କୃତି ସେଣ୍ଟର ଓ ଲାଇବ୍ରେରୀ ପାଇଁ ଉପଯୁକ୍ତ ଜାଗା ଦେବାକୁ ରାଜ୍ୟସଭାରେ ବିଜେଡିର ଦାବି ।

5.ରାଜ୍ୟରେ କୋରୋନା ସ୍ଥିତି ଅସମ୍ଭାଳ, ଆଜି ପୁଣି 3645 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ 1 ଲକ୍ଷ କୋରୋନା ମାମଲା ପାର କରିବା ସତ୍ତ୍ବେ ସଂକ୍ରମଣରେ ବ୍ରେକ ଲାଗିବାର ନାଁ ଧରୁନି । ଏପରି ସ୍ଥିତି ପୁଣି 3 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

6.ରାଜ୍ୟରେ କୋରୋନା ନେଲା 8 ମୁଣ୍ଡ, ମୋଟ ସଂଖ୍ୟା 645କୁ ବୃଦ୍ଧି

ରାଜ୍ୟରେ ଉତ୍କଟ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ସୋମବାର ରାଜ୍ୟରେ କୋରୋନା କବଳରେ ପୁଣି ଗଡିଛି 8 ଜଣଙ୍କ ମୁଣ୍ଡ । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମୋଟ 645କୁ ବୃଦ୍ଧି ହୋଇଥିବା ଜଣାପଡିଛି ।

7.ଜୟା ବଚ୍ଚନଙ୍କୁ କଙ୍ଗନାଙ୍କ ଆଟାକ୍‌; କହିଲେ ଆମ ପ୍ରତି ବି ଦେଖାନ୍ତୁ ଦୟା

ହିନ୍ଦୀ ସିନେ ଜଗତର ପିଛା ଛାଡୁଛି ବାଦ ବିବାଦ । ଗୋଟିଏ ନସରୁଣୁ ଏଠି ମୁଣ୍ଡ ଟେକୁଛି ଏକ ନୂଆ ବିବାଦ । ବିଗତ କିଛି ଦିନ ହେବ ଶିବସେନା ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଥିବା ବଲିଉଡ କୁଇନ କଙ୍ଗନା ରଣାୱତ ପୁଣି ଖୋଜି ବାହାର କରିଛନ୍ତି ଏକ ନୂଆ ଟାର୍ଗେଟ ।

8.'ସମଗ୍ର ବିଶ୍ବରେ ସର୍ବାଧିକ କୋରୋନା ଟେଷ୍ଟ ଦିଲ୍ଲୀରେ ହେଉଛି'

ଦେଶରେ ବଢୁଥିବା କୋରୋନା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ ବିବୃତି ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି ସମଗ୍ର ଦୁନିଆରେ ସର୍ବାଧିକ କୋରୋନା ଟେଷ୍ଟ ଦିଲ୍ଲୀରେ କରାଯାଇଛି ।

9.ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଇମ୍ରାନ ସରକାର, କହିଲେ ଦିଆଯାଉ ଏମିତି ଦଣ୍ଡ...

ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ। ସେମାନଙ୍କୁ କଡାରୁ କଡା ଦଣ୍ଡ ମିଳିବା ଦରକାର। ଏଭଳି କଠୋର ଭାଷାରେ ଏପରି ଘୃଣ୍ୟ କାମକୁ ନିନ୍ଦା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

10.ଶାରଜାହରେ ସୌରଭ ଗାଙ୍ଗୁଲି, ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିର କଲେ ସମୀକ୍ଷା

6 ଦିନ କ୍ବାରେଣ୍ଟାଇନ ଶେଷ କରିବା ପରେ ଶାରଜାହରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି । ଆଇପିଏଲ ପ୍ରସ୍ତୁତି ନେଇ କଲେ ସମୀକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.