1.ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା, ଦିନକରେ 140 ସ୍ଥାନୀୟ ସଂକ୍ରମିତ
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା । ଗୋଟିଏ ଦିନରେ ଚିହ୍ନଟ 495 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 140 ସ୍ଥାନୀୟ ଆକ୍ରାନ୍ତ । କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି 355..
2.ରାଜ୍ୟରେ ମୁଣ୍ଡ ନେଉଛି କୋରୋନା; ଦିନକରେ 5 ମୃତ, ସଂଖ୍ୟା 34କୁ ବୃଦ୍ଧି
ଗୋଟିଏ ଦିନରେ 5 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି
3. ପୁରୀ ରୁ ଜାତିସଙ୍ଘ, ରାଜ୍ୟ ପାଇଁ ଗର୍ବ ଆଣିଲେ ଓଡିଆ ଝିଅ ବୈଶାଳୀ
ପୁରୀ ଜିଲ୍ଲାର ବୈଶାଳୀ ମହାନ୍ତି ଜାତିସଙ୍ଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି
4. କୋଭିଡ୍ ମୁକାବିଲା: ଗଞ୍ଜାମ ଗଲେ ଦୁଇ ଆଇଏଏସ
କୋଭିଡ ପରିଚାଳନା ପାଇଁ ଦୁଇ ଆଇଏଏସଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାରୁଲ ପଟୱାରୀ ଓ ବିଶାଲ ସିଂଙ୍କୁ ଗଞ୍ଜାମ ପଠାଇଛନ୍ତି ସରକାର ।
5. ଶୁକ୍ରବାର ସୁଦ୍ଧା ଦେଶରେ କରାଯାଇଛି 9540132 କୋରୋନା ଟେଷ୍ଟ: ICMR
24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 42 ହଜାର 383ଟି କୋରୋନା ନମୁନା ପରୀକ୍ଷା କରାଯାଇଛି
6. ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ, 500ରୁ ଉର୍ଦ୍ଧ୍ବ ବିମାନ ଉଡାଣ ଭରିବ
କୋରୋନା ମହାମାରୀ ପରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ତାର ଚତୁର୍ଥ ପର୍ଯ୍ୟାୟ ଉଡ଼ାଣ ଆରମ୍ଭ କରିଛି ।
7. 3 ପୂର୍ବତନ ଜାମିଆ ମିଲିଆ ଛାତ୍ରଙ୍କୁ ଓସ୍କାରରୁ ନିମନ୍ତ୍ରଣ
ଜାମିଆ ମିଲିଆ ଇସଲାମିଆର 3 ଜଣ ପୂର୍ବତନ ଛାତ୍ରଙ୍କୁ ଓସ୍କାର ଡକରା । ଏହି 3 ଜଣଙ୍କୁ ଓସ୍କାରରେ ବିଚାରପତି ହେବା ପାଇଁ ଆସିଛି ଡକରା ।
8.ଭର୍ଚୁଆଲରେ ଧର୍ମଚକ୍ର ଦିବସର ଉଦଘାଟନ, ଦେଶବାସୀଙ୍କୁ ମୋଦିଙ୍କ ଉଦବୋଧନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରୁ ଧର୍ମ ଚକ୍ର ଦିବସ ଭାବରେ ପାଳନ କରାଯାଉଥିବା ଆଷାଢ ପୂର୍ଣ୍ଣିମା ଉତ୍ସବକୁ ଉଦଘାଟନ କରିଛନ୍ତି
9.31 ଜୁଲାଇ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ
ଭାରତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ଜୁଲାଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ବୋଲି ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କହିଛନ୍ତି
10.ଦେଶରେ ଗୋଟିଏ ଦିନରେ 22,771 ଆକ୍ରାନ୍ତ, 442 ମୃତ
ଦେଶର ଲଗାତାର ରେକର୍ଡ ଭାଙ୍ଗୁଛି କୋରୋନା । 24 ଘଣ୍ଟାରେ 22, 771 ଆକ୍ରାନ୍ତ । 442 ମୃତ । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 6,48, 315କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ଛୁଇଁଲା 18, 655