ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 23, 2020, 11:00 AM IST

1-ଦେଶରେ 56 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 1085 ମୃତ

କୋରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । 7 ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ଭାରତରେ ଏହା ବଢିବା ପରିବର୍ତ୍ତେ କମିବାର ନାଁ ନେଉନାହିଁ ।

2-ଧାର୍ଯ୍ୟ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ରାଜ୍ୟସଭା

ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ଏନେଇ ଆଜି(ବୁଧବାର) ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରଣ କହିଛନ୍ତି ।

3-କୁଡୁମୀ ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ସାଂସଦଙ୍କ ଦାବି

ବୁଧବାର ରାଜ୍ୟସଭାରେ କୁଡୁମୀ ସମ୍ପ୍ରଦାୟଙ୍କୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ ।

4-ଆଜି 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୋଦି

ମହାମାରୀ ସମୟରେ ସାଙ୍ଘାତିକ ପରିସ୍ଥିତି ଦେଇ ଗତି କରୁଛନ୍ତି 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ତେବେ ଉକ୍ତ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ସେଠାକାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକର ଅଧ୍ୟକ୍ଷତା କରିବେ।

5-ବିହାର ନିର୍ବାଚନ; ଗୋଟିଏ ପୋଷ୍ଟରରେ ମୋଦି ନୀତିଶ

ବିହାର ବିଧାନସଭା ନିର୍ବାଚନର ବିଗୁଳ ବାଜିବା ପୂର୍ବରୁ ଆରମ୍ଭ ହୋଇଛି ପୋଷ୍ଟର ୱାର । ତେଜସ୍ବୀ ଯାଦବଙ୍କ ପରେ ପାଟଣାରେ ମୋଦି-ନୀତିଶଙ୍କ ପୋଷ୍ଟର ।

6-ଭିୱଣ୍ଡି କୋଠା ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା 35କୁ ବୃଦ୍ଧି

ମହାରାଷ୍ଟ୍ର ଭିୱଣ୍ଡିରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 35କୁ ବୃଦ୍ଧି । ଏହାସହ ଭଗ୍ନ କୋଠାତଳେ ଏବେ ବି ଅନେକ ଫସି ରହିଥିବା ସୂଚନା ରହିଛି । ସମସ୍ତ 35 ମୃତ ବ୍ୟକ୍ତିଙ୍କୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ ଚିହ୍ନଟ କରିଛି ।

7-ୟୁପିବାସୀଙ୍କୁ ଯୋଗୀଙ୍କ ଦୀପାବଳି ଭେଟି, ଏହି ଜିଲ୍ଲାରୁ ଉଡିବ ଆନ୍ତର୍ଜାତୀୟ ବିମାନ

ଉତ୍ତରପ୍ରଦେଶ ବାସୀଙ୍କୁ ଗୋଟିଏ ପରେ ଗୋଟିଏ ଉପହାର ଦେଇ ଚାଲିଛନ୍ତି ଯୋଗୀ ସରକାର। ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ପ୍ରଚେଷ୍ଠା ଜାରି ରହିଥିବା ବେଳେ ସେଠାକାର ବାସିନ୍ଦାଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଦୀପାବଳିଠୁ କୁସିନଗରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ।

8-ବନ୍ୟା ଧୋଇନେଲା ପରିବା ଚାଷ, ସାପ୍ତାହିକ ହାଟ ଏବେ ପରିବା ଶୂନ୍ୟ

ଜଗତସିଂହପୁର ଜିଲ୍ଲାର ପ୍ରମୁଖ 10 ରୁ ଅଧିକ ସାପ୍ତାହିକ ପରିବା ହାଟ ଗୁଡିକରେ ପରିବା ନ ଥିବାରୁ ଦର ଆକାଶ ଛୁଆଁ ହୋଇଛି। ପାରାଦ୍ବୀପ ସହରର ପରିବା ଚାହିଦା ମେଣ୍ଟାଉ ଥିବା କୁଜଙ୍ଗ ହାଟ ଏବେ ପରିବା ଶୂନ୍ୟ ହୋଇ ପଡିଛି । ସେହିପରି ଜଗତସିଂହପୁର ସହରର ସୋମନାଥ ହାଟ, ନାଉଗାଁ ହାଟ, ବିରିଡି ହାଟ, ବାଲିକୁଦା ହାଟରେ ପରିବା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

9-ଆସନ୍ତା ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗଞ୍ଜାମରେ ପାଳନ ହେବ କୋଭିଡ୍ ସପ୍ତାହ

ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପାଳନ ହେବ କୋଭିଡ୍ ସପ୍ତାହ। ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବା। ଆଗାମୀ ଅକ୍ଟୋବର ମାସ ଜିଲ୍ଲାବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

10-ଗଞ୍ଜେଇ ଚୋରା ଚାଲାଣ ଉପରେ ବୌଦ୍ଧ ପୋଲିସର ତୀକ୍ଷ୍ଣ ନଜର

କନ୍ଧମାଳରେ ଗଞ୍ଜେଇ ରାକେଟ ପର୍ଦ୍ଦାଫାସ ପରେ ଏହାର ଇଫେକ୍ଟ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜେଇ ଚୋରା ଚାଲାଣକୁ ଧରିବାକୁ ବୌଦ୍ଧ ପୋଲିସ ଏକ ଜୋରଦସ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.