ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@1 PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1 PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 7, 2020, 12:52 PM IST

Updated : Sep 7, 2020, 12:58 PM IST

1-ବର୍ଷା-ଅନୁଭବ ବିବାଦ, ଅକ୍ଟୋବର 12ରେ ପରବର୍ତ୍ତୀ ଶୁଣାଣି

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା । ଅକ୍ଟୋବର 12 ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଆଜି ମାମଲାର ଶୁଣାଣି ହେବାକୁ ଥିବାବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ତେବେ ଶୁଣାଣିକୁ ଅକ୍ଟୋବର 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

2-ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ 3861 ସଂକ୍ରମିତ

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି 3861 ନୂଆ ଆକ୍ରାନ୍ତ ଚିହ୍ନଟ । 10 ମୃତ ।

3-ଆଜି କୋରୋନାରେ 10 ମୃତ: 551ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ପ୍ରତିଦିନ ବଢୁଛି ମୃତକଙ୍କ ସଂଖ୍ୟା । ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 551ରେ ପହଞ୍ଚିଛି ।

4-ଆତଙ୍କୀଙ୍କ ଯୋଜନା ପଣ୍ଡ, କୁପୱାରାରେ ଆଇଡି ନିଷ୍କ୍ରିୟ କଲା ସେନା

ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଆତଙ୍କବାଦୀଙ୍କ ଯୋଜନାକୁ ଯବାନମାନେ ପଣ୍ଡ କରିଛନ୍ତି । ଅରମପୋରାରେ ଆଇଡି ଚିହ୍ନଟ କରିବା ସହ ତାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ ।

5-କୋଝିକୋଡ ବିମାନବନ୍ଦରରୁ 653 ଗ୍ରାମ ସୁନା ଜବତ, 4 ଯାତ୍ରୀ ଗିରଫ

ସୋମବାର କେରଳର କୋଝିକୋଡ ବିମାନବନ୍ଦରରେ ଥିବା ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଦୁଇଟି ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ନିକଟରୁ 653 ଗ୍ରାମ ସୁନା ଏବଂ 10,000 ସିଗାରେଟ୍ ଜବତ କରିଛନ୍ତି । ଏନେଇ ଅବକାରୀ କମିଶନର ସୂଚନା ଦେଇଛନ୍ତି ।

6-24 ଘଣ୍ଟାରେ ସରିଛି 7,20,362 ନମୁନା ପରୀକ୍ଷା: ଆଇସିଏମଆର

ଗତ 24 ଘଣ୍ଟାରେ ଦେଶରେ 7ଲକ୍ଷ 20ହଜାର 36 ନମୁନା ପରୀକ୍ଷା ସରିଛି । ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 4 କୋଟି 95 ଲକ୍ଷ 51 ହଜାର 507ଟି ସାମ୍ପଲ ପରୀକ୍ଷା କରାଯାଇଛି ।

7-ଦେଶରେ ବଢୁଛି କୋରୋନା ସଂକ୍ରମଣ, ହ୍ରାସ ପାଉଛି ମୃତ୍ୟୁହାର

ଦେଶରେ ସଂକ୍ରମଣ ମାମଲା ଦୈନିକ ରେକର୍ଡ ସଂଖ୍ୟକ ରିପୋର୍ଟ କରାଯାଉଛି । ହେଲେ ସେପଟେ ସୁସ୍ଥ ହାର ବଢିବା ସହ ମୃତ୍ୟୁହାରର ହ୍ରାସ ପାଇବାରେ ଲାଗିଛି । କୋରୋନା ଜନିତ ମୃତ୍ୟୁହାରର ସାପ୍ତାହିକ ରିପୋର୍ଟରେ ମୃତ୍ୟୁହାର କମିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

8-ଟ୍ରାକରେ ଦୌଡିଲା ମେଟ୍ରୋ, ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଦୀର୍ଘ 5 ମାସର ବ୍ୟବଧାନ ପରେ ଦିଲ୍ଲୀ ମେଟ୍ରୋ ସେବା ପୁନଃ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁସି ବ୍ୟକ୍ତ କରିଛନ୍ତି। ଯାତାୟତ ସମୟରେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

9-ପାକିସ୍ତାନ ସାମ୍ବାଦିକାଙ୍କୁ ଗୁଳି କରି ହତ୍ୟା

ସ୍ବାମୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ମୃତ୍ୟୁ । ପାକିସ୍ତାନର ବାଲୁଚିସ୍ତାନରେ ଜଣେ ମହିଳା ସାମ୍ବାଦିକ ତଥା ସମାଜସେବୀଙ୍କୁ ତାଙ୍କ ସ୍ବାମୀ ଗୁଳି କରି ହତ୍ୟା କରିଛନ୍ତି । କେଚ ଜିଲ୍ଲାର ମୁଖ୍ୟାଳୟ ତୁର୍ବାଟରେ ଏହି ଘଟଣା ଘଟିଛି।

10-ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଖ୍ବାଜା ଗରିବ ନଓ୍ବାଜ ଦରଘା ଓ ବ୍ରହ୍ମା ମନ୍ଦିର

ଅପେକ୍ଷାର ଘଟିଛି ଅନ୍ତ । ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଖ୍ବାଜା ଗରିବ ନଓ୍ବାଜ ଦରଘା ଓ ପୁସ୍କରରେ ଥିବା ବ୍ରହ୍ନା ମନ୍ଦିର । କୋଭିଡ ଯୋଗୁଁ ବନ୍ଦ ରହିଥିଲା ଧାର୍ମିକ ସ୍ଥଳ ।

Last Updated : Sep 7, 2020, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.