ETV Bharat / bharat

ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ହେବ ଶୁଭାରମ୍ଭ - PM Modi to launch Garib Kalyan Rojgar Abhiyaan

ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ହେବ ଶୁଭାରମ୍ଭ । ଦିନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ...

ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ହେବ ଶୁଭାରମ୍ଭ

author img

By

Published : Jun 20, 2020, 8:42 AM IST

ନୂଆଦିଲ୍ଲୀ: ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ହେବ ଶୁଭାରମ୍ଭ । ଦିନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ଏହା କୋରୋନା ମହାମାରୀ ସମୟରେ ରୋଜଗାର ହରାଇଥିବା ଅନେକ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବାରେ ସହାୟକ ହେବ ।

50,000 କୋଟି ଟଙ୍କାର ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ରହିବେ ।

ବିହାରର ଖଗଡିୟା ଜିଲ୍ଲା ତେଲିହାର ଗ୍ରାମରେ ଭର୍ଚୁଆଲରେ ଏହାର ଶୁଭାରମ୍ଭ ହେବାକୁ ଥିବା ଏହି ଯୋଜନାରେ ଅନ୍ୟ ପାଞ୍ଚ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ରହିବେ ।

ତେବେ ଆସନ୍ତୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ବାବଦରେ କିଛି ତଥ୍ୟ ଜାଣିବା

  • ଏହି ଅଭିଯାନ 125 ଦିନ ଚାଲିବ । ଯାହା ମାଧ୍ୟମରେ 6 ରାଜ୍ୟର 116 ଜିଲ୍ଲାରେ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି ଦିଆଯିବ ।
  • ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଓ ଓଡିଶାର 116 ଜିଲ୍ଲାରେ ଏହା କାର୍ଯ୍ୟ କରିବ । ଯେଉଁଠିକି ଲକ୍‌ଡାଉନ୍‌ ସମୟରେ ପାଖାପାଖି 25 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି ।
  • ସଡକ, ଗ୍ରାମୀଣ ଆବାସ, ବାଡିବଗିଚା, ବୃକ୍ଷରୋପଣ, ଜଳ ସଂରକ୍ଷଣ ଏବଂ ସିଞ୍ଚନ, ଅଙ୍ଗନବାଡି, ପଞ୍ଚାୟତ ଭବନ ଓ ଜଳ ଜୀବନ ମିଶନ ଭଳି 25 ଗୋଟି କାମ ଏଥିରେ ଉପଲବ୍ଧ ହେବ । ଯେଉଁଥିରେ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ମଧ୍ୟ ଉନ୍ନତି ହେବ ।
  • ତୁରନ୍ତ ରୋଜଗାର ଆବଶ୍ୟକ ଥିବା ଶ୍ରମିକଙ୍କୁ ବିଭିନ୍ନ କର୍ମ କ୍ଷେତ୍ରରେ ରୋଜଗାରର ସୁଯୋଗ ମିଳିବ ।
  • ଶ୍ରମିକଙ୍କର ରୁଚି ଓ କୌଶଳ ଅନୁସାରେ ରୋଜଗାର ଓ ସ୍ବରୋଜଗାରର କାର୍ଯ୍ୟ ଦିଆଯିବ ।
  • ନିଜ ଗ୍ରାମରେ ଜୀବିକା ଉପାର୍ଜନର ଅନ୍ୟ କାର୍ଯ୍ୟକଳାପ ପାଇଁ ପ୍ରୋତ୍ସାହନ ।
  • ସେହିପରି ଏହି ଅଭିଯାନ ଗ୍ରାମାଞ୍ଚଳରେ ଜୀବନଜୀବିକାକୁ ଆଗକୁ ବଢାଇବାରେ କାର୍ଯ୍ୟ କରିବ ।
  • 12ଟି ଅଲଗା ଅଲଗା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଯୋଜନା କାର୍ଯ୍ୟ କରିବ ।
  • 116 ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟ କରିବାକୁ ଥିବାବେଳେ ଏଥିରେ 27ଟି ଆକାଂକ୍ଷା ଜିଲ୍ଲା ସାମିଲ ଅଛି ।

ତେବେ ଏଥିରେ ରୋଜଗାର ପାଇଁ ତଥା ଏ ସମ୍ପର୍କିତ ସୂଚନା ପାଇଁ ନିକଟରେ ଥିବା ଗ୍ରାମପଞ୍ଚାୟତ କିମ୍ବା ବିକାଶ ବିଭାଗ କାର୍ଯ୍ୟାଳୟ ସହିତ ପ୍ରବାସୀ ଶ୍ରମିକମାନେ ଯୋଗାଯୋଗ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.