ନୂଆଦିଲ୍ଲୀ: କୋରୋନା ଭାଇରସରୁ ଦେଶର ନାଗରିକଙ୍କୁ ବଞ୍ଚାଇବା ପାଇଁ ଦେଶରେ 21ଦିନର ଲକ୍ ଡାଉନ୍ ଜାରି ରହିଛି । କିନ୍ତୁ ଏହି ଲକ୍ ଡାଉନର ଅବଧି ଏପ୍ରିଲ 14ରେ ଶେଷ ହେଉଛି । ଏହାକୁ ଆଉ ଆଗକୁ ବଢାଯିବ କି ନାହିଁ, ସେନେଇ ଏହାର ନିଷ୍ପତ୍ତି ଆଜି ନିଆଯିବ ।
ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ ଡାଉନ୍ ବଢିବା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅନ୍ୟପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସତର୍କ କରି କହିଛି, ଯଦି ଏହି ଲକ୍ ଡାଉନ୍ ଖୋଲାଯାଏ ତେବେ ଭାଇରସର ଘାତକ ପରିଣତି ସମସ୍ତଙ୍କୁ ଭୋଗିବାକୁ ପଡିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
ପ୍ରକାଶଥାଉକି, ଏହା ପୂର୍ବରୁ ମୋଦି ସମସ୍ତ ରାଜନୈତିକ ଦଳର ସଂସଦୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ବିରୋଧୀ ଦଳ ନେତା ଲକ୍ ଡାଉନ୍ ବଢାଇବା ନେଇ ମତ ପ୍ରକାଶ କରିଥିଲେ ।