ETV Bharat / bharat

ନ୍ୟାସନାଲ ଚାର୍ଟାଡ ​​ଆକାଉଣ୍ଟାଣ୍ଟ ଡେ: କାହିଁକି ଓ କେବେ ପାଳନ ହୋଇଥିଲା ? - ନ୍ୟାସନାଲ ଚାର୍ଟାଡ ​​ଆକାଉଣ୍ଟାଣ୍ଟ ଡେ

ICAI ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୃତ୍ତିଗତ ଆକାଉଣ୍ଟିଂ ଅନୁଷ୍ଠାନ । ଏଥିରେ ପ୍ରାୟ 2.5 ଲକ୍ଷ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି। ଅଧିକ ପଢନ୍ତୁ..

ନ୍ୟାସନାଲ ଚାର୍ଟାଡ ​​ଆକାଉଣ୍ଟାଣ୍ଟ ଡେ: କାହିଁକି ଓ କେବେ ପାଳନ ହୋଇଥିଲା ?

author img

By

Published : Jul 1, 2020, 3:13 PM IST

ନୂଆଦିଲ୍ଲୀ: ଆଜି ହେଉଛି ନ୍ୟାସନାଲ ଚାର୍ଟାଡ ​​ଆକାଉଣ୍ଟାଣ୍ଟ ଡେ । ସାରା ଦେଶରେ ପ୍ରତିବର୍ଷ ଜୁଲାଇ 1ରେ ଏହି ଦିବସ ପାଳନ କରାଯାଏ। 1949 ମସିହା ଏହି ଦିନ ସଂସଦର ଏକ ଆଇନ ଦ୍ୱାରା ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ ​​ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ICAI) ପ୍ରତିଷ୍ଠା କରାଯାଇଥିଲା। ICAI ପ୍ରତିଷ୍ଠା ଦିନ ଚାର୍ଟାଡ ​​ଆକାଉଣ୍ଟାଣ୍ଟଙ୍କୁ ସମ୍ମାନିତ କରିବା ପାଇଁ 'ସିଏ ଡେ' ପ୍ରତିବର୍ଷ ପାଳନ କରାଯାଏ ।

ICAI ସଦସ୍ୟ ସଂଖ୍ୟା ମାମଲାରେ ବିଶ୍ବର ଦ୍ୱିତୀୟ ବୃହତ୍ତମ ବୃତ୍ତିଗତ ଆକାଉଣ୍ଟିଂ ଏବଂ ଆର୍ଥିକ ସଂସ୍ଥା । ଏହି ଦିନର ଗୁରୁତ୍ୱକୁ ହୃଦୟଙ୍ଗମ କରି ମୋଦି ସରକାର ଜୁଲାଇ 1ରେ ସାରା ଦେଶରେ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ।

ICAI ଚାର୍ଟାଡ ​​ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ପରିଚାଳନା କରିବା ସହିତ ବିଭିନ୍ନ ପରୀକ୍ଷା ମଧ୍ୟ କରିଥାଏ । ଏହି ଅନୁଷ୍ଠାନ ସମସ୍ତ ସିଏ ମାନଙ୍କୁ ଲାଇସେନ୍ସ ପ୍ରଦାନ କରେ ।

ସଦସ୍ୟତା ଦୃଷ୍ଟିରୁ ଆମେରିକୀୟ ଇନଷ୍ଟିଚ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଆକାଉଣ୍ଟାଣ୍ଟସ (ସିପିଏ) ପରେ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୃତ୍ତିଗତ ଆକାଉଣ୍ଟିଂ ଅନୁଷ୍ଠାନ । ଏଥିରେ ପ୍ରାୟ 2.5 ଲକ୍ଷ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି।

ଆଇସିଏଆଇ( ICAI ) ସରକାରୀ ସଂସ୍ଥା ପରି ଆରବିଆଇ(RBI), ସେବି(SEBI), ଏମସିଏ(MCA), ସିଏଜି (CAG), ଇରାଦ(IRDA) ଇତ୍ୟାଦି ନୀତି ନିର୍ଦ୍ଧାରଣ କରିବାରେ ମଧ୍ୟ ସମର୍ଥନ କରେ ।

ଏଠାରେ ଯେକୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । 3 ବର୍ଷର ବ୍ୟବହାରିକ ତାଲିମ ପରେ ଜଣେ ICAIର ସଦସ୍ୟ ହୋଇପାରିବ ।

ବିଶେଷ କଥା ହେଉଛି ଏଠାରେ କୌଣସି ସଂରକ୍ଷଣ ନାହିଁ । ସଂରକ୍ଷଣ ସର୍ତ୍ତରେ ଅଫିସ ଧାରକଙ୍କ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ICAI ପ୍ରଥମ ସାର୍ଟିଫିକେଟ CA ଗୋପାଳଦାସ ପଦ୍ମସେ କାପାଡିଆଙ୍କୁ ପ୍ରଦାନ କରାଯାଇଥିଲା । ଗୋପାଳଦାସ ଅନୁଷ୍ଠାନର ପ୍ରଥମ ସଭାପତି ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.