ETV Bharat / bharat

ଭାରତ ଛାଡ ଆନ୍ଦୋଳନକୁ 78 ବର୍ଷ...

ଆଜି ହେଉଛି ଭାରତ ଛାଡ଼ ଆନ୍ଦେଳନର 78 ତମ ବାର୍ଷିକୀ । 1942 ମସିହାରେ ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସମସ୍ତ ଭାରତୀୟଙ୍କୁ କର ଅବା ମରର ଡାକରା ଦେଇଥିଲେ। ଅଧିକ ପଢନ୍ତୁ...

author img

By

Published : Aug 8, 2020, 10:41 AM IST

ଭାରତ ଛାଡ ଆନ୍ଦୋଳନକୁ ପୁରିଲା 78 ବର୍ଷ
ଭାରତ ଛାଡ ଆନ୍ଦୋଳନକୁ ପୁରିଲା 78 ବର୍ଷ

ନୂଆଦିଲ୍ଲୀ: ଆଜି ହେଉଛି ଭାରତ ଛାଡ଼ ଆନ୍ଦେଳନର 78 ତମ ବାର୍ଷିକୀ । 1942 ମସିହାରେ ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସମସ୍ତ ଭାରତୀୟଙ୍କୁ କର ଅବା ମରର ଡାକରା ଦେଇଥିଲେ। ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ଭାବେ ମନେ ପକାଯାଏ। ମୁମ୍ବାଇର ଗାୱାଲିଆ ଟ୍ୟାଙ୍କରୁ ଏହି ଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିଲା। ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଯାହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ। ଫଳରେ ବ୍ରିଟିଶମାନେ ମୁଣ୍ଡ ନୁଆଇଁ ଥିଲେ।

୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ଅର୍ଥାତ ୧୯୪୭, ଅଗଷ୍ଟ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ। ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ପୂରା ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.