ETV Bharat / bharat

ବିପ୍ଲବର ବହ୍ନି ଭଗତ ସିଂହ - 112 ତମ ଜନ୍ମ ଜୟନ୍ତୀ

‘ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି, ତାହା ହେଉଛି ଦେଶର ସ୍ୱାଧୀନତା । ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ ।’ ଦେଶ ପାଇଁ ଦେଇଥିବା ବଳୀଦାନ ଓ ବୀରତ୍ବର ବାର୍ତ୍ତା ଆଜିବି କୋଟି କୋଟି ଭାରତୀୟଙ୍କ ହୃଦୟରେ ପ୍ରେରଣା ହୋଇ ରହିଛି । ସେହି ମହାନ ସ୍ବାଧିନତା ସଂଗ୍ରାମୀ ଭଗତ ସିଂହଙ୍କର ଆଜି 112 ତମ ଜନ୍ମଜୟନ୍ତୀ । ଯାହାଙ୍କ ବାର୍ତ୍ତା ଥିଲା...

ଫାଇଲ ଫଟୋ
author img

By

Published : Sep 28, 2019, 2:27 PM IST

ହାଇଦ୍ରାବାଦ: ଜଣେ ମନୁଷ୍ୟ ଲକ୍ଷ ଲକ୍ଷ ମନ୍ୟୁଷଙ୍କୁ ମାରିଦେବା ସହଜ କିନ୍ତୁ ଗୋଟିଏ ବିଚାରଧାରାକୁ ମାରିବା ଅସମ୍ଭବ । ଏହା ଥିଲା ଯୁବ କ୍ରାନ୍ତିକାରୀ ଭଗତ ସିଂହଙ୍କ ଆହ୍ବନ । ବିପ୍ଲବବାଦ ଓ ସାମ୍ୟବାଦକୁ ସେ କରୁଥିଲେ ଦୃଢ ସମର୍ଥନ । 1907 ମସିହା ସେପ୍ଟମ୍ବର ମାସ 28 ତାରିଖରେ ପଞ୍ଜାବର ଲିଆଲପୁର ଜିଲ୍ଲାରେ ଜନ୍ମଲାଭ କରିଥିଲେ ଭଗତ ସିଂହ ।

ପିତା କିଷନ ସିଂହ ଜଣେ ସାଧାରଣ କୃଷକ ଥିବାବେଳେ ମାତା ବିଦ୍ୟାବତୀ ଥିଲେ ସୁଗୃହିଣୀ । ପିତା କିଷନ ସିଂହ ମହାତ୍ମା ଗାନ୍ଧୀଙ୍କର ଥିଲେ ଜଣେ ଦୃଢ ସମର୍ଥକ । ତେର ବର୍ଷ ବୟସର ଭଗତ କିନ୍ତୁ ଗୋରା ସରକାର ବିରୋଧରେ ଲଢି ବାକି ନେଇଥିଲା ଶପଥ । ଦେଶକୁ ବ୍ରିଟିଶ କବଳରୁ ମୁକ୍ତି କରି ସ୍ବାଧିନତାର ବୀଜ ବୁଣିବାକୁ କରିଥିଲେ ପ୍ରତିଜ୍ଞା ।

ଉଣେଇଶି ବର୍ଷ ବୟସରେ ଯୁବ ବିପ୍ଳବୀ ଭଗତ ସିଂହ ଗଠନ କରିଥିଲେ ନବଯୌବନ ଭାରତ ସଭା । ବ୍ରିଟିଶ ବିରୋଧରେ ଯୁବକଙ୍କୁ ଏକତ୍ର କରି ସ୍ବାଧିନତାର ମନ୍ତ୍ର ଦେବା ଥିଲା ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ଲାଲା ଲଜପତ ରାୟଙ୍କର ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ ।

bhagat singh birth anniversery
ଫାଇଲ ଫଟୋ

ଭାରତରେ ଚାଲିଥିବା ରାଜନୈତିକ ବାତାବରଣକୁ ଅନୁଧ୍ୟାନ କରିବା ପାଇଁ ବ୍ରିଟିଶ ସରକାର 1928 ମସିହାରେ ସାଇମନ କମିଶନ ନାମକ ଏକ ଦଳକୁ ପଠାଇଥିଲେ । ଏହି କମିଶନ ଲାହୋର ପରିଦର୍ଶନରେ ଆସିବାବେଳେ ଲାଲା ଲଜପତ ରାୟ ଏହାର ଦୃଢ ବିରୋଧ କରିଥିଲେ । ଏହି ବିରୋଧ କ୍ରମଶଃ ହିଂସାର ରୂପ ଧାରଣ କଲା । ଏହି ସମୟରେ ଉପସ୍ଥିତ ବ୍ରିଟିଶ ପୋଲିସର ଲାଠିଚାଳନାରେ ଲାଲାଜୀ ଗୁରୁତର ଆହତ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିଲେ ।

ଲାଲାଜୀଙ୍କର ମୃତ୍ୟୁର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଭଗତ ସିଂହ, ଶୁଖଦେବ ଓ ରାଜଗୁରୁ । ଫଳରେ ଉକ୍ତ ବ୍ରିଟିଶ ଅଫିସରଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ଧରା ମଧ୍ୟ ପଡ଼ିଥିଲେ । ଶେଷରେ ମାର୍ଚ୍ଚ 23 ତାରିଖ 1931 ମସିହାରେ ତିନିବନ୍ଧୁ ସୁଖଦେବ,ରାଜଗୁରୁ ଓ ଭଗତସିଂହଙ୍କୁ ଫାଶୀ ଖୁଣ୍ଟରେ ଚଢାଇଥିଲା କ୍ରୁର ଗୋରା ସରକାର ।

bhagat singh birth anniversery
ଫାଇଲ ଫଟୋ

କିନ୍ତୁ ଦେଶ ପାଇଁ ଏହି ବଳିଦାନର ବାର୍ତ୍ତା ଆଜି ମଧ୍ୟ କୋଟି କୋଟି ଯୁବକଙ୍କ ହୃଦୟରେ ବହ୍ନି ଜାଳୁଛି । ଭଗତ ସିଂହଙ୍କର ଆଜି 112 ତମ ଜନ୍ମ ଜୟନ୍ତୀ । ଅନେକ ଅନୁଷ୍ଠାନ ଏହାକୁ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ରାଜନେତା ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ବ୍ୟୁରୋ ଇନପୁଟ୍, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.