ETV Bharat / bharat

ମତଦାନ ଚିହ୍ନ ଦେଖାନ୍ତୁ, ଟ୍ୟାକ୍ସି-ବସ୍ ଭଡାରେ ରିହାତି ପାଆନ୍ତୁ

ମତଦାନର ପ୍ରମାଣ ସ୍ବରୂପ ଅଙ୍ଗୁଳିରେ ଥିବା କାଳୀ ଦେଖାଇଲେ ବସ କିମ୍ବା ଟ୍ୟାକ୍ସି ଭଡାରେ ରିହାତି।

author img

By

Published : Apr 17, 2019, 9:15 AM IST

ପ୍ରତିକାତ୍ମକ ଫଟୋ

ବସ୍ତୀ: ଲୋକସଭା ନିର୍ବାଚନରେ ଭୋଟିଂ ପ୍ରତିଶତକୁ ବଢାଇବା ପାଇଁ ନୂଆ ପ୍ରୟାସ। ଭୋଟରଙ୍କୁ ସଚେତନ କରିବାକୁ ୟୁପିର ବସ୍ତୀରେ କରାଯାଇଛି ସଚେତନତା। ଆଉ ଏହି ଗଣତନ୍ତ୍ରର ମହାନ ପର୍ବରେ ଘରୋଇ ଟ୍ୟାକ୍ସି ଏବଂ ବସ ଚାଳକ ମଧ୍ୟ ସାମିଲ ହୋଇଛନ୍ତି। ଯାହାର ଶୁଭାରମ୍ଭ କରିବାକୁ ଯାଇ ଭୋଟ ଦଲେ ଯାତ୍ରୀଙ୍କ ପାଇଁ ମାଗଣା ସେବା ଯୋଗାଇ ଦିଆଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି ବସ ଓ ଟ୍ୟାକ୍ସି ଚାଳକମାନେ ଯାତ୍ରୀଙ୍କୁ ଭୋଟ ଦେଲେ ମାଗଣାରେ ଭଡା ଦେବାକୁ କହିଛନ୍ତି। ମତଦାନ କରିବାର ପ୍ରମାଣ ସ୍ବରୂପ ଅଙ୍ଗୁଳିରେ ଥିବା କାଳୀ ଦେଖାଇଲେ ବସ କିମ୍ବା ଟ୍ୟାକ୍ସି ଭଡାରେ ରିହାତି ମିଳିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଘରୋଇ ବସ ଓ ଟେମ୍ପୋ ଚାଳକଙ୍କ ସହଯୋଗରେ ଏଭଳି ପ୍ରସ୍ତୁତି କରିଥିବା ଜଣାପଡିଛି । ଆସନ୍ତା ମେ 12ତାରିଖରେ ୟୁପିରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ ପାଇଁ ମତଦାନ। ଏଥିପାଇଁ ଘରୋଇ ବସ ଓ ଟ୍ୟାକ୍ସି ଚାଳକଙ୍କ ସହ ପ୍ରଶାସନ ବୈଠକ କରାଯାଇଛି ।

ଏଥିରେ ଚାଳକମାନେ ଯାତ୍ରୀଙ୍କୁ ମତଦାନ ଉପରେ ସଚେତନ କରିବେ। ଏଥିପାଇଁ ସମସ୍ତ ଯାତ୍ରୀଙ୍କଠୁ 1ଟଙ୍କା କମ ନେବେ। ଏହାସହ ଭୋଟ ଦେବାର ଆସନ୍ତା 3ଦିନ ଯାଏଁ ଏଭଳି ଅଭିଯାନ ଜାରି ରହିବ। ଯେଉଁ ଯାତ୍ରୀ ନିଜ ହାତରେ ଲାଗିଥିବା ଘରୋଇ ବସ କିମ୍ବା ଟ୍ୟକ୍ସି ଚାଳଙ୍କୁ ଦେଖାଇବେ, ସେହି ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡାରୁ 2ଟଙ୍କା କମ ଦେବାକୁ ପଡିବ ବୋଲି ଜଣାପଡିଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.