ଚେନ୍ନାଇ: ଫେସବୁକରେ ଲାଇଭ ସୁଇସାଇଡ। ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏପରି ଘଟଣା ଘଟିଛି ତାମିଲନାଡୁର କରୁର ଜିଲ୍ଲାରେ। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ କକୁର ଜିଲ୍ଲା ସାନପ୍ରତ୍ତିର 22ବର୍ଷୀୟ ସଦାନନ୍ଦମ ବୋଲି ଜଣାପଡିଛି। ଘରକୁ ଆର୍ଥିକ ସହାୟତା ଦେବା ପାଇଁ ସେ ଅଧାରୁ ପାଠପଢା ଛାଡିଥିଲେ । ଏବେ ପେଶାରେ ସଦାନନ୍ଦମ ଜଣେ ଚିତ୍ରଶିଳ୍ପୀ। ଏହାସହ ସେ ବାଲି ବିକ୍ରି କାମ ମଧ୍ୟ କରିଥାନ୍ତି ।
ସଦାନନ୍ଦମକୁ କିଛି ଦିନ ତଳେ କୌଣସି ଏକ ମାମଲାରେ ବସୁମତିପଲୟମ ପୋଲିସ ଗିରଫ କରିଥିଲା । ହେଲେ ମିଛ ଅଭିଯୋଗରେ ଫସାଇଥିବା ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅମରାବତୀ ନଦୀ କୂଳରେ ବସି ଥଣ୍ଡାପାନୀୟରେ ପେଷ୍ଟିସାଇଡ ମିଶାଇ ପିଇଥିଲେ । ଏହି ସବୁ ଘଟଣାକୁ ଫେସବୁକରେ ଲାଇଭ କରିଥିଲେ।
ଫଳରେ ଲାଇଭ ଦେଖୁଥିବା କିଛି ଲୋକ ଆମ୍ବୁଲାନ୍ସ ଡାକି ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।