ETV Bharat / bharat

ମୋଦିଙ୍କୁ ଟିଏମସି କର୍ମୀ ପଠାଇଲେ ‘ଜୟ ବଙ୍ଗଳା’ ପୋଷ୍ଟକାର୍ଡ

ବିଜେପିର ‘ଜୟ ଶ୍ରୀରାମ’ ନାରା ପରେ ଟିଏମସିର ‘ଜୟ ବଙ୍ଗଳା’ । ଦମଦମ ଅଞ୍ଚଳର ଟିଏମସି କର୍ମୀ ଓ ସ୍ଥାନୀୟ ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଇଛନ୍ତି ‘ଜୟ ବଙ୍ଗଳା’ ଲେଖାଥିବା ପୋଷ୍ଟକାର୍ଡ଼ ।

author img

By

Published : Jun 4, 2019, 8:17 PM IST

ଫଟୋ ସୌଜନ୍ଯ: ଏଏନଆଇ

କୋଲକାତା: ଖବରର ଶିରୋନାମା ସାଜିଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିର ‘ଜୟ ଶ୍ରୀରାମ’ ନାରା ପରେ ଟିଏମସିର ‘ଜୟ ବଙ୍ଗଳା’ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃଣମୂଳ କଂଗ୍ରେସ କର୍ମୀ ପଠାଇଛନ୍ତି ଜୟ ବଙ୍ଗଳା, ଜୟ ହିନ୍ଦ ଓ ବନ୍ଦେ ମାତରଂ ଲେଖାଥିବା 10,000 ପୋଷ୍ଟକାର୍ଡ ।

ଦମଦମ ଅଞ୍ଚଳର ଟିଏମସି କର୍ମୀ ଓ ସ୍ଥାନୀୟ ଲୋକେ ପଠାଇଛନ୍ତି ଏହି ପତ୍ର । ନିର୍ବାଚନ ଆରମ୍ଭରୁ ପଶ୍ଚିମବଙ୍ଗରେ ନିଆଁ ଲଗାଇଛି ଜୟ ଶ୍ରୀରାମ ନାରା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ଯୁବକଜଣଙ୍କ ନାରା ଦେଇ ଜେଲ ଯିବା କଥା ହେଉ କିମ୍ବା କାରକେଡ଼୍ ଯିବା ସମୟରେ ଜୟ ଶ୍ରୀରାମ କହିବାରୁ ଦିଦଙ୍କ ତାଗିଦ୍ । ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀ ମମତାଙ୍କୁ ଜୟ ଶ୍ରୀରାମ ନାରା ଲେଖାଥିବା ପୋଷ୍ଟକାର୍ଡ ପଠାଇବାର ଘୋଷଣା ଯୋଗାଇଥିଲା ଖୋରାକ୍ ।

ଗତକାଲି ଅର୍ଥାତ୍ ସୋମବାର ଉତ୍ତର 24 ପ୍ରଗଣା ଜିଲ୍ଲାରେ ମମତା ବାନାର୍ଜୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ତାଲା ଭାଙ୍ଗିବା ସହ ଅଫିସ କାନ୍ଥରେ ଟିଏମସିର ଦଳୀୟ ଚିହ୍ନ ଆଙ୍କିଥିଲେ ।

Intro:Body:

dfsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.