କୋଲକାତା: ଉନବିଂଶ ଶତାବ୍ଦୀର ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ଇଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜାକୁ ବର୍ଷେ ପୁରିଛି । ଏହାସହ ଆଜି ତାଙ୍କର ପୂଣ୍ୟତିଥି ମଧ୍ୟ । ଏହାକୁ ନେଇ ଅମିତ ଶାହା ଏକ ଟ୍ବିଟ କରିଥିଲେ । ଏହାପରେ ଶାହାଙ୍କ ଟ୍ବିଟର ଜବାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ।
ଅମିତ ଶାହା ଟ୍ବିଟ କରି ଇଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ଲେଖିଛନ୍ତି, ବିଦ୍ୟାସାଗର ଜଣେ ବିଶିଷ୍ଟ ସମାଜ ସଂସ୍କାରକ ଓ ବଙ୍ଗଳା ରେଭେନ୍ସର ଅନ୍ୟତମ ସ୍ତମ୍ଭକାର । ଯିଏ ମହିଳା ସଶକ୍ତିକରଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ନିରନ୍ତର ଉଦ୍ୟମ ଅନେକ ସାମାଜିକ ମନ୍ଦକୁ ଦୂର କରି ବିଧବାଙ୍କ ପୁନଃବିବାହ ଆଇନକୁ ସମ୍ଭବ କରିପାରିଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଓ ଲୋକସଭା ସଦସ୍ୟ ଅଭିଷେକ ବାନାର୍ଜୀ ଶାହାଙ୍କ ଟ୍ବିଟରେ ରିଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି, ଇଶ୍ବର ଚନ୍ଦ୍ର ବିଦ୍ୟାସାଗର ଜଣେ ମହାନ ସାମାଜିକ ସଂସ୍କାରକ ଯିଏକି ଧର୍ମନିରପେକ୍ଷ, ମୁକ୍ତ ଚିନ୍ତାଧାରା ସମାଜ ପାଇଁ ପ୍ରେରଣା ଭାବରେ ଉଚ୍ଚ । ବିଡମ୍ବନାର ବିଷୟ ଯେ ଶାହାଙ୍କ କର୍ମୀମାନେ ବିଦ୍ୟାସାଗରଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ ସେତେବେଳେ ବିଦ୍ୟାସାଗରଙ୍କ ମୂଲ୍ୟବୋଧକୁ ଅମିତ ଶାହା କିପରି ସମ୍ମାନ ଦେଉଥିଲେ ।
ବିଦ୍ୟାସାଗରେ କଲେଜ ମଧ୍ୟରେ ଲୋକସଭା ରାଲି ସମୟରେ ଭଙ୍ଗାରୁଜା ହୋଇଥିଲା । 2019 ମେ ମାସରେ ଅମିତ ଶାହାଙ୍କ ନେତୃତ୍ବରେ ଏହି ରାଲି ହେଉଥିଲା । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭଙ୍ଗାରୁଜା କରିଥିବା ଟିଏମସି ଅଭିଯୋଗ କରିଥିଲା । ଏହାପରେ ଲୋକସଭା ନିର୍ବାଚନରେ ବିଜେପି 42 ଆସନରୁ 18ଟି ଆସନ ହାତେଇବାରେ ସଫଳ ହୋଇଥିଲା ।