ETV Bharat / bharat

କୋରୋନା କଟକଣା: ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ଟାଇମ ସ୍ଲଟ - tirupati balaji temple time slots for darshan

ଭକ୍ତମାନଙ୍କୁ ଟାଇମ୍ ସ୍ଲଟ୍ ପଦ୍ଧତିରେ ବାଲାଜୀ ମନ୍ଦିର ଦର୍ଶନ କରିବାକୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ନିଷ୍ପତ୍ତି ନେଇଛି ।

tirupati balaji temple time slots for darshan
ଟାଇମ୍ ସ୍ଲଟ୍ ପଦ୍ଧତି ଭକ୍ତ କରିବେ ତିରୁପତି ବାଲାଜୀ ମନ୍ଦିର ଦର୍ଶନ
author img

By

Published : Mar 18, 2020, 8:24 AM IST

ଅମରାବତୀ: ସମଗ୍ର ଦେଶରେ COVID-19ର ପରିସ୍ଥତିକୁ ଦୃଷ୍ଟିରେ ରଖି ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ମନ୍ଦିରରେ ଭିଡକୁ ରୋକିବା ପାଇଁ ଭକ୍ତଙ୍କୁ ନିର୍ଦ୍ଧାରିତ ସମୟରେ ଦର୍ଶନ କରିବାକୁ କୁହାଯାଇଛି ।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଭକ୍ତମାନଙ୍କୁ ଟାଇମ୍ ସ୍ଲଟ୍ ପଦ୍ଧତିରେ ଟୋକନ୍ ବଣ୍ଟନ କରି ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ପଠାଇବାକୁ ନିଷ୍ପତ୍ତି ନେଇଥିବା ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ସିଂହ କହିଛନ୍ତି । ଗତ ମଙ୍ଗଳବାର ଠାରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ଭକ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ।

ଏହାଛଡା ଟିଟିଡି ପକ୍ଷରୁ ଭକ୍ତଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ତୀର୍ଥଯାତ୍ରୀମାନଙ୍କୁ ପାହାଡ ମନ୍ଦିରରେ ପ୍ରବେଶ ପୂର୍ବରୁ ଯାଞ୍ଚ କରାଯାଉଛି । ଏହାଛଡା ସ୍ବଚ୍ଛତାର ଧ୍ୟାନ ରଖିବା ସହ ସର୍ବସାଧାରଣ ସ୍ଥାନ, ରାସ୍ତା, ବସ୍ ଲଗାତାର ସଫା କରାଯାଉଛି | ଏପଟେ ପ୍ରତ୍ୟେକ ଭକ୍ତଙ୍କ COVID-19 ଯାଞ୍ଚ କରାଯାଉଛି । ଏଥିସହ ରୁଇଆ ହସ୍ପିଟାଲରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଛି |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.