ETV Bharat / bharat

ସମୟୋପଯୋଗୀ ସହାୟତା ! ଋଣ କିସ୍ତି ଓ ସୁଧ ପଇଠରେ ବିଳମ୍ବକୁ ରିଜର୍ଭ ବ୍ୟାଙ୍କର ଅନୁମତି

author img

By

Published : Mar 28, 2020, 11:12 AM IST

ସାଂପ୍ରତିକ ସଂକଟ ସମୟରେ ଉପାର୍ଜନରେ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଋଣଗ୍ରହୀତାମାନଙ୍କର ଆର୍ଥିକ ଚାପକୁ ଲାଘବ କରିଛି ଆରବିଆଇ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ । ସେ ଆଶ୍ବସ୍ତ କରିଦେଇଛନ୍ତି ଯେ ବେସରକାରୀ ବ୍ୟାଙ୍କରେ ଗ୍ରାହକମାନଙ୍କ ଅର୍ଥ ନିରାପଦ ରହିଛି ଏବଂ ଆତଙ୍କିତ ହୋଇଟଙ୍କା ଉଠାଣ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

a
ସମୟୋପଯୋଗୀ ସହାୟତା ! ଋଣ କିସ୍ତି ଓ ସୁଧ ପଇଠରେ ବିଳମ୍ବକୁ ରିଜର୍ଭ ବ୍ୟାଙ୍କର ଅନୁମତି

ମାରାତ୍ମକ କୋରୋନା ଭାଇରସ୍‌ର ସାମୁଦାୟିକ ସଂଚାରଣକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ 24 ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଘୋଷିତ ତିନି ସପ୍ତାହ ବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ମଧ୍ୟମ ବର୍ଗ ଓ ବ୍ୟାବସାୟିକ ସଂସ୍ଥା ଆର୍ଥିକ ଚାପରେ ଘାରି ହେଉଥିବା ବେଳେ ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ, ମାସିକ ଋଣ କିସ୍ତି ଏବଂ ନିର୍ଦ୍ଦିଷ୍ଟ ସମୟ ଅବଧିର ସମସ୍ତ ପ୍ରକାର ଋଣରେ ସୁଧ ପଇଠ ଉପରେ ତିନି ମାସ ପାଇଁ ସ୍ଥଗିନ ଅବସ୍ଥା ଜାରି କରିବା ଏବଂ ପଲିସି ରେଟ୍‌କୁ 75 ବେସିସ୍‌ ପଏଣ୍ଟ ହ୍ରାସ କରିବା ସମେତ କେତେକ ସହାୟତା ପଦକ୍ଷେପ ଘୋଷଣା କରିଛି ।

ସାରା ଦେଶରେ ଅର୍ଥନୈତିକ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁଁ ଠିକ୍‌ ସମୟରେ ଦରମା ଓ ମଜୁରି ମିଳିବ କି ନାହିଁ ବୋଲି ସନ୍ଦେହରେ ଥିବା କର୍ମଚାରୀ ବର୍ଗ ଏବଂ ଆଗକୁ ମାସିକିଆ ଋଣ କିସ୍ତି ବା EMI ପଇଠ ତାରିଖ ପାଖେଇ ଆସୁଥିବାରୁ ଋଣ ପରିଶୋଧ ନେଇ ଚିନ୍ତିତ ଅବସ୍ଥାରେ ଥିବା ଲକ୍ଷ ଲକ୍ଷ ଗୃହ ଋଣଗ୍ରହୀତା ଓ ଗାଡ଼ି ଋଣଗ୍ରହୀତା ଏହି ପଦକ୍ଷେପ ଯୋଗୁଁ ବେଶ୍‌ ଆଶ୍ବସ୍ତି ଅନୁଭବ କରିଛନ୍ତି ।

ମୁମ୍ବାଇରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, “2020 ମାର୍ଚ୍ଚ 1 ତାରିଖରେ ବକେୟା ରହିଥିବା ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ ଅବଧିର ଋଣ କିସ୍ତି ପଇଠ ଉପରେ ତିନି ମାସ ପାଇଁ ସ୍ଥଗିନ ଅବସ୍ଥା ଜାରି କରିବା ସକାଶେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସମେତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ, ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ, ସମବାୟ ବ୍ୟାଙ୍କ, ସର୍ବ ଭାରତୀୟ ଆର୍ଥିକ ସଂସ୍ଥା ଏବଂ ଗୃହ ଋଣ ପ୍ରଦାନକାରୀ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍ସ ସଂସ୍ଥା ସମେତ ସମସ୍ତ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନିକୁ ଅନୁମତି ପ୍ରଦାନ କରାଗଲା ।”

ସେ କହିଲେ ଯେ, ନିର୍ଦ୍ଦିଷ୍ଟ ଅବଧିର ଋଣ ପରିଶୋଧ ସମୟରେ ରିହାତି ଏବଂ କାର୍ଯ୍ୟକାରୀ ମୂଳଧନ ଉପରେ ସୁଧ ପଇଠରେ ବିଳମ୍ବ ଯୋଗୁଁ ସଂପତ୍ତି ବର୍ଗୀକରଣର ପାହ୍ୟା ଖସିବ ନାହିଁ । ଏହାର ମୌଳିକ ଅର୍ଥ ହେଉଛି ଯେ ଏହି ସମୟ ମଧ୍ୟରେ କୌଣସି ଋଣର କିସ୍ତି ପଇଠରେ ଖିଲାପ କରାଗଲେ ସେହି ଋଣ ଆକାଉଣ୍ଟକୁ ଅନର୍ଜକ ଋଣ ବା ବ୍ୟାଡ୍‌ ଲୋନ୍‌ ଭାବରେ ଶ୍ରେଣୀଭୁକ୍ତ କରାଯିବ ନାହିଁ ।

ଦେଶର ଅର୍ଥନୀତି ଉପରେ କୋରୋନା ଭାଇରସ୍‌ ପ୍ରାଦୁର୍ଭାବର ପ୍ରଭାବକୁ ହ୍ରାସ କରିବା ସକାଶେ ଆର୍ଥିକ ପ୍ରଣାଳୀରେ ଅତିରିକ୍ତ 2.74 ଲକ୍ଷ କୋଟି ନଗଦ ଟଙ୍କା ଭରିବା ଲାଗି ବିଭିନ୍ନ ବ୍ୟାଙ୍କ ଅଲଗା ଜମା କରୁଥିବା ଅର୍ଥ ପରିମାଣକୁ ମଧ୍ୟ ରିଜର୍ଭ ବ୍ୟାଙ୍କ କମ କରିଛନ୍ତି ଏବଂ ଏହା ସହିତ ବେଞ୍ଚମାର୍କ୍‌ ପଲିସି ରେଟ୍‌କୁ ହ୍ରାସ କରିଛନ୍ତି ।

ମୁମ୍ବାଇରେ ମାର୍ଚ୍ଚ 24, 26 ଓ 27 ତାରିଖ ତିନି ଦିନ ଧରି ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ୍‌ ଆର୍ଥିକ ନୀତି କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରି ଶକ୍ତିକାନ୍ତ ଦାସ କହିଲେ, “ଅଭିବୃଦ୍ଧିର ପୁନରୁଦ୍ଧାର, କୋଭିଡ୍‌-19ର ପ୍ରଭାବ ହ୍ରାସ କରିବା ସହିତ ମୁଦ୍ରାସ୍ଫୀତି ହାରକୁ ଧାର୍ଯ୍ୟଲକ୍ଷ୍ୟ ଭିତରେ ସୀମିତ ରଖିବାକୁ ସୁନିଶ୍ଚିତ କରିବା ଲାଗି ପଲିସି ରେପୋ ରେଟ୍‌ରେ ବଡ଼ ଧରଣର ହ୍ରାସ ସହିତ ଆବଶ୍ୟକ ହେଲା ପର୍ଯ୍ୟନ୍ତ ଆର୍ଥିକ ନୀତିର ଏହି ଉଦାରତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ବଜାୟ ରଖିବା ଲାଗି ଏ ସଂପର୍କରେ ବିସ୍ତୃତ ଆଲୋଚନା ପରେ ଆର୍ଥିକ ନୀତି କମିଟି ସର୍ବସମ୍ମତ ଭାବେ ସମ୍ମତି ଦେଇଥିଲେ” ।

ସପକ୍ଷରେ 4 ଏବଂ ବିରୋଧରେ 2, ଏହିଭଳି ସଂଖ୍ୟାଗରିଷ୍ଠତା ଭିତ୍ତିରେ ଆର୍ଥିକ ନୀତି କମିଟି ରେପୋ ରେଟ୍‌ ହ୍ରାସକୁ ଅନୁମୋଦନ ଦେଇଥିଲେ । ଏହି ରେଟ୍‌ ବା ହାରରେ ସମସ୍ତ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କରୁ କ୍ଷୁଦ୍ର ଅବଧିର ଋଣନେଇ ଥାଆନ୍ତି ଏବଂ ସେଥିରେ 75 ବେସିସ୍‌ ପଏଣ୍ଟ ହ୍ରାସ କରାଯାଇ ଏହି ହାରକୁ 5.15% ରୁ 4.4% କରାଗଲା । ଏହା ଫଳରେ ରିଭର୍ସ ରେପୋ ରେଟ୍‌ ମଧ୍ୟ ହ୍ରାସ ପାଇଛି । ଏହି ହାରରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବଳକା ଅର୍ଥକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରନ୍ତି । ଏଥିରେ 90 ବେସିସ୍‌ ପଏଣ୍ଟ ହ୍ରାସ ପାଇଛି ଏବଂ ଏହା 4.9% ରୁ 4%କୁ ଖସିଛି । ରେପୋ ରେଟ୍‌ ଏବଂ ରିଭର୍ସ ରେପୋ ରେଟ୍‌ ଭିତରେ ଥିବା ପାର୍ଥକ୍ୟକୁ ଯଥାସମ୍ଭବ କମ କରିବା ପାଇଁ ଏବଂ ରିଜର୍ଭ ବ୍ୟାଙ୍କ ପାଖରେ ବଳକା ପାଣ୍ଠି ରଖିବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ନିରୁତ୍ସାହିତ କରିବା ଲାଗି ଏହା କରାଯାଇଛି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, “ତଦନୁସାରେ, ସୀମାନ୍ତ ସ୍ଥାୟୀ ସୁବିଧା ବା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (MSF) ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ମଧ୍ୟ 5.40 ପ୍ରତିଶତରୁ 4.65 ପ୍ରତିଶତକୁ ହ୍ରାସ ପାଇଛି ।”

ଆର୍ଥିକ ନୀତି କମିଟି ବୈଠକ ଲାଗି ନିର୍ଦ୍ଧାରିତ ତାରିଖକୁ ଆଗକୁ ଘୁଞ୍ଚାଇ ଏହି ସବୁ ପଦକ୍ଷେପ ଘୋଷଣା କରାଯାଇଛି । ପୂର୍ବରୁ କମିଟିର ବୈଠକ ମାର୍ଚ୍ଚ 31 ତାରିଖରେ ଆରମ୍ଭ ହେବ ଏବଂ ବୈଠକର ନିଷ୍କର୍ଷ ଏପ୍ରିଲ 3ରେ ଘୋଷିତ ହେବ ବୋଲି ଦିନଧାର୍ଯ୍ୟ କରାଯାଇଥିଲା । 1934ର ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅନୁସାରେ ପଲିସି ରେଟ୍‌ ସ୍ଥିର କରିବାର ଅଧିକାର କେବଳ ଆର୍ଥିକ ନୀତି କମିଟିର ରହିଛି ଏବଂ କମିଟିର ମଞ୍ଜୁରି ବିନା ପଲିସି ରେଟ୍‌ ଅର୍ଥାତ୍‌ ରେପୋ ଏବଂ ରିଭର୍ସ ରେପୋ ରେଟ୍‌ରେ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରିପାରିବ ନାହିଁ ।

କରୋନା ଭାଇରସ୍‌ ପ୍ରାଦୁର୍ଭାବ ଆରମ୍ଭ ହେବା ମାତ୍ରେ ହିଁ ଆମେରିକା ଏବଂ ୟୁରୋପର କେତେକ କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିଜ ଦେଶରେ ବିଭିନ୍ନ ପଦକ୍ଷେପ ଘୋଷଣା କରିସାରିଥିଲେ ହେଁ ଦେଶରେ ଦେଖାଦେଇଥିବା ଗୁରୁତର ସ୍ବାସ୍ଥ୍ୟ ସଂକଟର ମୁକାବିଲା ଦିଗରେ ନୀତି ପ୍ରଣୟନ କରିବାରେ ରିଜର୍ଭ ବ୍ୟାଙ୍କ ବିଳମ୍ବ କରୁଛି ବୋଲି ସମାଲୋଚନା ହେବା ପରେ ଆର୍ଥିକ ନୀତି କମିଟିର ବୈଠକକୁ ଆଗୁଆ ତାରିଖରେ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲା ।

ଋଣଗ୍ରହୀତାଙ୍କୁ ସହାୟତା: EMI ପଇଠ ବିଳମ୍ବିତ

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ, 2020 ମାର୍ଚ୍ଚ 31 ତାରିଖ ଦିନ ବକେୟା ଥିବା ଗୃହ ଋଣ, ଗାଡ଼ି ଋଣ ଏବଂ ବ୍ୟକ୍ତିଗତ ଋଣ ଭଳି ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ ଅବଧି ବିଶିଷ୍ଟ ଋଣର ସମାନ ମାସିକିଆ କିସ୍ତି ବା EMI ପରିଶୋଧ ସମୟ ଉପରେ ସ୍ଥଗିନ ଆଦେଶ ଜାରି କରିବା ସକାଶେ ସମସ୍ତ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ, ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍‌ସ ସଂସ୍ଥା ଭଳି ସବୁ ପ୍ରକାର ଋଣ ପ୍ରଦାନକାରୀ ସଂସ୍ଥାକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି । ଏହାର ଅର୍ଥ ଏଭଳି ସମସ୍ତ ଋଣର ସମୟସୀମା ତିନି ମାସ ଯାଏଁ ଘୁଞ୍ଚି ପାରିବ ଅର୍ଥାତ୍‌ ଯଦି ଋଣଗ୍ରହୀତାମାନେ ଏହି ତିନି ମାସ ମଧ୍ୟରେ EMI ପଇଠ କରିପାରନ୍ତି ନାହିଁ, ତେବେ ଋଣ ପ୍ରଦାନକାରୀ ସଂସ୍ଥା ସେମାନଙ୍କୁ ସ୍ଥଗିନ ଆଦେଶ ଜନିତ ରିହାତି ଦେଇପାରିବେ ଏବଂ ସେମାନଙ୍କ ଋଣ ଆକାଉଣ୍ଟକୁ ଅନର୍ଜକ ସଂପତ୍ତି ବା NPA ଭାବରେ ଶ୍ରେଣୀଭୁକ୍ତ କରାଯିବ ନାହିଁ ।

ପୂର୍ବରୁ, ଯଦି ଜଣେ ଋଣଗ୍ରହୀତା, ମୂଳଧନ ବାବଦରେ ହେଉ କି ସୁଧ ବାବଦରେ ଋଣ କିସ୍ତି ପଇଠରେ 90 ଦିନ ଯାଏ ଖିଲାପ କରନ୍ତି,ତେବେ ବ୍ୟାଙ୍କ ତାଙ୍କ ଋଣ ଆକାଉଣ୍ଟକୁ ନନ୍‌-ପରଫର୍ମିଂ ଆସେଟ୍‌ (NPA) ବା ଏକ ଅନାଦେୟ ଋଣ ଆକାଉଣ୍ଟ ରୂପେ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ହେଉଥିଲା । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା କ୍ଷେତ୍ରରେ NPA ଘୋଷଣା କରିବାର ସମୟ ସୀମା 120 ଦିନ ଥିଲା ।

ରିଜର୍ଭ ବ୍ୟାଙ୍କ କହିଛି ଯେ, ଏହି ସମୟ ମଧ୍ୟରେ EMI ପଇଠ ନ କରିଲେ ବି ଋଣଗ୍ରହୀତାଙ୍କ ବକେୟା ଋଣ ପରିମାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ବ୍ୟବସାୟ କ୍ଷେତ୍ରକୁ ସହାୟତା

ବ୍ୟବସାୟୀ ସଂପ୍ରଦାୟ ପାଇଁ ଆଶ୍ବାସନାର କଥା ଯେ, ବ୍ୟବସାୟ ଓ ଶିଳ୍ପ ପାଇଁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ଅନୁମୋଦିତ ଓଭରଡ୍ରାଫ୍‌ଟ ସୁବିଧା, ବକେୟା ଅର୍ଥ ଉପରେ ସୁଧ ପଇଠକୁ ବିଳମ୍ବିତ କରିବା ଲାଗି ଅନୁମତି ଦେବାକୁ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଏବଂ ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ସମୟ ଭିତରେ ବଢ଼ିଥିବା ମୋଟ ସୁଧକୁ ବିଳମ୍ବ ଅବଧିର ସମୟ ଅତିକ୍ରାନ୍ତ ହେବା ପରେ ପଇଠ କରାଯିବ । ଏହାର ଅର୍ଥ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ବାବଦ ଋଣ ଉପରେ ସୁଧକୁ ତିନି ମାସ ବିଳମ୍ବରେ ପଇଠ କରିପାରିବେ ।

ବ୍ୟବସ୍ଥା ଭିତରେ ଅର୍ଥ ଯୋଗାଣକୁ ପ୍ରୋତ୍ସାହନ ପଦକ୍ଷେପ

ଆର୍ଥିକ ବ୍ୟବସ୍ଥାରେ ନଗଦ ଅର୍ଥ ଯୋଗାଣରେ ଉନ୍ନତି ଲାଗି ଗୋଟିଏ ବର୍ଷ ପାଇଁ ସମସ୍ତ ବ୍ୟାଙ୍କର କ୍ୟାସ୍‌ ରିଜର୍ଭ ରେସିଓ (CRR)ରେ 100 ବେସିସ୍‌ ପଏଣ୍ଟ କାଟ୍‌ କରି ଏହାକୁ 4% ରୁ 3%କୁ ଆଣିବାକୁ ରିଜର୍ଭ ବ୍ୟାଙ୍କ ସ୍ଥିର କରିଛନ୍ତି । ଏହି ପଦକ୍ଷେପ ଯୋଗୁଁ ଆର୍ଥିକ ବ୍ୟବସ୍ଥାରେ ଅତିରିକ୍ତ 1.37 ଲକ୍ଷ କୋଟି ନଗଦ ଟଙ୍କା ପ୍ରଚଳିତ ହେବ । ଦୈନିକ ସର୍ବନିମ୍ନ CRR ବାଲାନ୍ସ ଆବଶ୍ୟକତା 90% ରୁ 80% କୁ ହ୍ରାସ କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଛନ୍ତି । ଗୋଟିଏ ଥର ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ମାର୍ଚ୍ଚ 28 ରୁ କାର୍ଯ୍ୟକାରୀ ହେବ ଏବଂ ଏ ବର୍ଷ ଜୁନ୍‌ 26 ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ।

ସୀମାନ୍ତ ସ୍ଥାୟୀତ୍ବ ସୁବିଧା ବା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (MSF) ଅଧୀନସ୍ଥ ବୈଧାନିକ ନଗଦ ରାଶି ଅନୁପାତ ବା ଷ୍ଟାଚ୍ୟୁଟୋରୀ ଲିକ୍ବିଡିଟି ରେସିଓ (SLR)ର 2% ରୁ 3%କୁ ବୃଦ୍ଧି କରି ସଞ୍ଚିତ ଅର୍ଥସୀମା ବୃଦ୍ଧି କରିବା ଲାଗି ମଧ୍ୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଛନ୍ତି । ଏହା ତୁରନ୍ତ ପ୍ରଭାବ ସହ କାର୍ଯ୍ୟକାରୀ ହେବ ଏବଂ ଏ ବର୍ଷ ଜୁନ୍‌ 30 ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ । ଏହାଦ୍ବାରା ଆର୍ଥିକ ବ୍ୟବସ୍ଥାରେ ଅତିରିକ୍ତ 1.37 ଲକ୍ଷ କୋଟି ଟଙ୍କା ପ୍ରବେଶ କରିବ ।

ଏହି ଦୁଇଟି ପଦକ୍ଷେପ, CRR ହ୍ରାସ ଏବଂ MSF ଦ୍ବାରା, ମିଳିତ ଭାବେ ଆର୍ଥିକ ବ୍ୟବସ୍ଥାରେ ମୋଟ 2.74 ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ପ୍ରଚଳିତ ହେବ ।

ଫେବ୍ରୁଆରୀରୁ GDPର 3.2% ସମତୁଲ ନଗଦ ଅର୍ଥ ପ୍ରବେଶ କରିଛି

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, 2020 ଫେବୃଆରୀରେ ବସିଥିବା ଗତ ଆର୍ଥିକ ନୀତି କମିଟି ବୈଠକ ପରଠୁ ଏ ପର୍ଯ୍ୟନ୍ତ ଆର୍ଥିକ ବ୍ୟବସ୍ଥାରେ ପ୍ରବେଶ କରାଯାଇଥିବା ନଗଦ ଅର୍ଥର ପରିମାଣ 2.8 ଲକ୍ଷ କୋଟି କିମ୍ବା ଦେଶର ମୋଟ ଘରୋଇ ଉତ୍ପାଦ ବା GDPର 1.4% । ଏବଂ ଆଜିର ଏହି ଘୋଷଣା ସହିତ ଆର୍ଥିକ ବ୍ୟବସ୍ଥାରେ ପ୍ରବେଶ କରାଯାଉଥିବା ମୋଟ ନଗଦ ଅର୍ଥର ପରିମାଣ ଦେଶର GDPର 3.2% ସହ ସମାନ ହେବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ, “ନିଶ୍ଚିତ ଭାବରେ ବଜାରର ସ୍ବାଭାବିକ କାର୍ଯ୍ୟକାରିତା, ଅଭିବୃଦ୍ଧି ଧାରାର ପ୍ରତିପୋଷଣ ଏବଂ ଆର୍ଥିକ ସ୍ଥିରତା ବଜାୟ ରଖିବା ଦିଗରେ ଆମେ ପ୍ରୟାସରତ ।”

GDP ଅଭିବୃଦ୍ଧି, ମୁଦ୍ରାସ୍ଫୀତି ସଂପର୍କରେ ପୂର୍ବାନୁମାନ ନାହିଁ

ଏଥର, ଅତ୍ୟନ୍ତ ଅନିଶ୍ଚିତ ପରିସ୍ଥିତି ଯୋଗୁଁ ମୁଦ୍ରାସ୍ଫୀତି ଏବଂ GDP ଅଭିବୃଦ୍ଧି ସଂପର୍କରେ କୌଣସି ଆକଳନ ଉପସ୍ଥାପନ କରିବାକୁ ରିଜର୍ଭ ବ୍ୟାଙ୍କ ମନା କରିଦେଇଛନ୍ତି ।

କୋରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଉପୁଜିଥିବା ଅଭୂତପୂର୍ବ ପରିସ୍ଥିତିର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କର ବିଜ୍‌ନେସ କଣ୍ଟିନ୍ୟୁଟି ପ୍ଲାନ୍‌ (BCP)ର ଅଂଶବିଶେଷ ଭାବରେ 150 ଜଣ କର୍ମଚାରୀ, ସେବା ପ୍ରଦାନକାରୀ ଏବଂ ଆଇଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଏହାର ଅଫିସ୍‌ରେ ପୃଥକ୍‌ ଭାବେ ରଖିଛନ୍ତି ।

ସାଧାରଣ ଲୋକଙ୍କୁ ଆଶ୍ବାସନା ଦେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ ଯେ ଭାରତୀୟ ବ୍ୟାଙ୍କ ଗୁଡ଼ିକରେ ଜମା ହୋଇଥିବା ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଏଭଳି ଅଭୂତପୁର୍ବ ପରିସ୍ଥିତି ଯୋଗୁଁଆତଙ୍କିତ ହୋଇ ଟଙ୍କା ଉଠାଣ କରିବାର ଆବଶ୍ୟକତା ଆଦୌ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.