ETV Bharat / bharat

ବିଶ୍ବର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି

ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ମାଗାଜିନ୍ ‘TIME’ 2020 ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ ହୁଏ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଅଧିକ ପଢନ୍ତୁ...

author img

By

Published : Sep 23, 2020, 12:25 PM IST

 ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ମାଗାଜିନ୍ ‘TIME’ 2020 ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ ହୁଏ । ଏଥିରେ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ବ ଅନ୍ତର୍ଭୁକ୍ତ ହୋଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ଶାହିନବାଗର ଚେହେରା ପାଲଟିଥିବା ବିଲକିସ୍ ଦାଦିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଦିଲ୍ଲୀର ଶାହିନବାଗ ଠାରେ ନାଗରିକତା ସଂଶୋଧନ ଅଧିନିୟମ ବିରୋଧରେ ପ୍ରତିବାଦ କରାଯାଉଥିଲା । ସେହି ସମୟରେ ‘ଶାହିନବାଗ୍ ଦାବି’ ସମଗ୍ର ବିଶ୍ବରେ ପରିଚିତ ହୋଇଥିଲେ । ସେ ମଧ୍ୟ ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତିତ୍ବ ମଧ୍ୟରେ ଅଛନ୍ତି ।

ଏହାସହ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ରବିନ୍ଦର ଗୁପ୍ତା ଏବଂ ସୁନ୍ଦର ପିଚାଇଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ବିଶ୍ବର ବିଭିନ୍ନ ସ୍ଥାନରୁ 100 ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ‘ଟାଇମ୍’ ଚଳିତ ବର୍ଷ ଅଧିକାଂଶ ନେତାଙ୍କ ନାମ ଅନ୍ତର୍ଭୁକ୍ତ କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାତ୍ର ଭାରତୀୟ ନେତା ଭାବରେ ସ୍ଥାନିତ ହୋଇଛନ୍ତି ।

ପ୍ରକାଶଥାଉକି, TIME ପତ୍ରିକାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କମଲା ହାରିସ୍, ଜୋ ବିଡେନ, ଆଞ୍ଜେଲା ମର୍କେଲ, ନାନସୀ ପାଉଲୋସିଙ୍କ ଭଳି ପ୍ରମୁଖ ନେତାଙ୍କ ନାମ ସ୍ଥାନିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.