ETV Bharat / bharat

ପ୍ରଦୂଷଣର ସମାଧାନ, ଚିନ୍ତା କରିବାର ସମୟ

ମାନବ ସଭ୍ୟତା ଆରମ୍ଭରୁ ମଣିଷ ଏକ ଶିକାରୀ ଭାବେ ଜନ୍ମ ନେଇଥିଲା । ତେବେ ସମୟ ବଦଳିବା ସହିତ ମାନବ ଜାତିର ଉନ୍ନତି ମଧ୍ୟ ଘଟିଛି । ନିଜର ଆବଶ୍ୟକତା ପାଇଁ ପ୍ରକୃତିର ଦାନ ସବୁଜ ଘନ ଜଙ୍ଗଲକୁ ନଷ୍ଟ କରିବା ଆରମ୍ଭ କରିଦେଇଥିଲା ।

ଦିଲ୍ଲୀ ବାୟୁ ପ୍ରଦୂଷଣ
author img

By

Published : Nov 18, 2019, 8:14 PM IST

ହାଇଦ୍ରାବାଦ: ବିଭିନ୍ନ କାରଣରୁ ଦେଶର ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି । ବାୟୁର ଭୟାନକ ପ୍ରଦୂଷଣ ଏବଂ ଗୁଣବତ୍ତା ମାନକରେ ଅବନତି ଘଟିବା କାରଣରୁ ମାନବ ସମାଜ ନକରାତ୍ମକ ଭାବେ ପ୍ରଭାବିତ ହେବାରେ ଲାଗିଛି । ବର୍ତ୍ତମାନ ସ୍ଥିତିରେ ଦିଲ୍ଲୀର ବାୟୁ ମଣ୍ଡଳ ସମ୍ପର୍କରେ ନ କହିବା ହିଁ ଭଲ । ଦିଲ୍ଲୀ ବାୟୁମଣ୍ଡଳର ସ୍ଥିତି ଦେଖିଲେ ଏହା ସ୍ପଷ୍ଟ ଅନୁମେୟ । ମଣିଷ ପ୍ରାକୃତିକ ସମ୍ପଦ ନଷ୍ଟ କରିବାର ଏହା ଫଳ ବୋଲି ଏବେ ଆଲୋଚନା ହେଉଛି । କେବଳ ସେତିକି ନୁହେଁ, ମଣିଷ ସମାଜର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ପରିବେଶର ସନ୍ତୁଳନ ମଧ୍ୟ ବିଗୁଡ଼ୁଥିବା ଦେଖିବାକୁ ମିଳିଛି ।

153ଟି ଦେଶର ବୈଜ୍ଞାନିକମାନଙ୍କୁ ନେଇ ଗଠିତ ହୋଇଥିବା ଏକ କମିଟି ଏହି ଜଳବାୟୁ ବିପର୍ଯ୍ୟୟକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଅଦିନିଆ ବର୍ଷା, ବନ୍ୟା, ମରୁଡ଼ି, ଭୁମିକମ୍ପ, ସୁନାମୀ, ତାପମାତ୍ରା ବୃଦ୍ଧି, ଗ୍ଲାସିୟର ତରଳିବା, ସମୁଦ୍ର ସ୍ତର ବଢିବା ଭଳି ବିପର୍ଯ୍ୟୟ ଦିନକୁ ଦିନ ଦେଖିବାକୁ ମିଳୁଛି । ଫଳରେ ବାୟୁମଣ୍ଡଳରେ ସନ୍ତୁଳନ ବିଗୁଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ବିପର୍ଯ୍ୟୟର ମୂଳ କାରଣ ଯେ ପାଣିପାଗ ଅସନ୍ତୁଳନ ତଥା ପରିବେଶ ନଷ୍ଟ ଏହାକୁ ଆମେମାନେ ଏଡାଇ ଦେଇପାରିବା ନାହିଁ । ଶିଳ୍ପାନୁଷ୍ଠାନ ଗଢି ଉଠିବା, ଜଙ୍ଗଲ ଜମିରେ ସହରୀକରଣ କରାଯିବା ସହ ଜଙ୍ଗଲ କ୍ଷୟ କାରଣରୁ ଏଭଳି ସ୍ଥିତି ଦିନକୁ ଦିନ ହେଉଛି ।

ତେବେ ମାନବ ସଭ୍ୟତା ଆରମ୍ଭରରୁ ହିଁ ମଣିଷ ଏକ ଶିକାରୀ ଭାବେ ଜନ୍ମ ନେଇଥିଲା । ତେବେ ସମୟ ବଦଳିବା ସହିତ ମାନବ ଜାତିର ଉନ୍ନତି ମଧ୍ୟ ଘଟିଛି । ନିଜର ଆବଶ୍ୟକତା ପାଇଁ ପ୍ରକୃତିର ଦାନ ସବୁଜ ଘନ ଜଙ୍ଗଲକୁ ନଷ୍ଟ କରିବା ଆରମ୍ଭ କରିଦେଇଥିଲା । ଜଙ୍ଗଲର ବ୍ୟାପକ କ୍ଷତି କାରଣରୁ ଗ୍ରୀନ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଧିରେ ଧିରେ ନଷ୍ଟ କରିବାରେ ଲାଗିଛି । ଫଳରେ ଗୁରୁତର ଭାବେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି ।

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୁଚକା(AQI)ଙ୍କ ଅନୁସାରେ ଏହାର ସ୍ତର ଅତ୍ୟନ୍ତ ବିପଦଜନକ ହେବାରେ ଲାଗିଛି । ତେବେ ଭୌଗୋଳିକ ସ୍ଥିତି କାରଣରୁ ଦିଲ୍ଲୀ ଏକ ଛୋଟ ଭୁଖଣ୍ଡର ଭୁମିକା ତୁଲାଉଛି । ମାତ୍ର ମନୁଷ୍ୟ ଦ୍ବାରା ଏହି ସ୍ଥିତି ଦିନକୁ ଦିନ ସୃଷ୍ଟି ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତି ସୃଷ୍ଟି କରିବାରେ ମଣିଷ ନିର୍ମିତ କାରକ ଗୁଡ଼ିକ ଏହାର ଯେ ପ୍ରମୁଖ କାରଣ ତାହାକୁ ଆମେ ଏଡ଼ାଇ ଦେଇପାରିବା ନାହିଁ ।

ଦିଲ୍ଲୀରେ ଦିପାବଳୀ ଅବସରରେ ବାଣ ଫୁଟାଇବା ଏବଂ ଚାଷ ଜମିରେ ବ୍ୟାପକ ଭାବେ ନଡ଼ାକୁ ଜାଳିବା ଦ୍ବାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏଭଳି ବ୍ୟାପକ ପ୍ରଦୁଷଣ ପାଇଁ AQI ଅନୁଯାୟୀ ଦିଲ୍ଲୀର ବାୟୁମଣ୍ଡଳର ମାତ୍ରା 500ରୁ ଊର୍ଦ୍ଧ୍ବ ରହୁଥିବା ଦେଖିବାକୁ ମିଳିଛି । ଯଦି ଏହି ମାତ୍ରା 400 ରୁ 500 ମଧ୍ୟରେ ରହିଲେ ପ୍ରଦୂଷଣ ଘାତକ ବୋଲି ଗଣାଯାଇଥାଏ । ମାତ୍ର 500ରୁ ଊର୍ଦ୍ଧ୍ବ ରହିଲେ ତାହା ଅତି ଘାତକ ଭାବେ ପରିଗଣିତ କରାଯାଇଥାଏ । ସେପଟେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କହିଛି 500ରୁ ଊର୍ଦ୍ଧ୍ବ AQI ରହିଲେ ତାହା ଅତି ସାଂଘାତିକ ଭାବେ ପରିଗଣିତ ହେବ । ବାୟୁର ଗୁଣବତ୍ତା ବିଗିଡ଼ିବା ସହିତ ଦିଲ୍ଲୀରେ ପ୍ରତିଦିନ ସାଧାରଣ ଜୀବନ ପ୍ରଭାବିତ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ମୁହଁରେ ମାସ୍କ ବ୍ୟବହାର କରି ଆସୁଛନ୍ତି ।

ତେବେ ଏହି ପ୍ରଦୂଷଣ କେବଳ ଦିଲ୍ଲୀରେ ସୀମିତ ନାହିଁ । ଏହା ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଗାଜିଆବାଦ, ନୋଏଡ଼ା, ଫରିଦାବାଦରେ ମଧ୍ୟ ବାୟୁମଣ୍ଡଳ ବ୍ୟାପକ ଭାବେ ପ୍ରଦୁଷିତ ହେବାରେ ଲାଗିଛି । ଉତ୍ତର ପ୍ରଦେଶର ଏତକ ଅଞ୍ଚଳ ସହିତ ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ଭଳି ରାଜ୍ୟର ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେବାରେ ଲାଗିଛି । ତେବେ ବାୟୁ ମଣ୍ଡଳ ପରିବର୍ତ୍ତନ ପୂର୍ବରୁ ମଧ୍ୟ ସମଗ୍ର ବିଶ୍ବ ପାଇଁ ଏକ ବ୍ୟାପକ ସଂକଟ ଭାବେ ଉଭା ହେବାରେ ଲାଗିଛି । ଏହି ସମସ୍ୟା ବିଶ୍ବର ତୁଙ୍ଗନେତାମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଶୀତ କାକର ସହିତ ଗାଡି, ଶିଳ୍ପ ଏବଂ ଚାଷ ଜମିରେ ଜଳାଯାଉଥିବା ନଡ଼ାରୁ ନିର୍ଗତ ହେଉଥିବା ଗ୍ୟାସ କାରଣରୁ ଅଣନିଶ୍ବାସୀ ହୋଇପଡ଼ୁଛି ମାନବ ସମାଜ । ଦିଲ୍ଲୀର ଦୁଇ ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିଆଣାର ସଂସ୍କୃତି ଏବଂ ପରମ୍ପରା ଦୃଷ୍ଟିରୁ ବେଶ ସମୃଦ୍ଧିଶାଳୀ । ଏହି ଦୁଇ ରାଜ୍ୟରେ ଫସଲ ମଧ୍ୟ ବେଶ ଭଲ ହୋଇଥାଏ । ଫଳରେ ସେଠାରେ ବ୍ୟାପକ ଭାବେ ଫସଲର ଅବଶେଷକୁ ଜଳା ଯାଇଥାଏ । ସାଧାରଣତଃ ଗୋଟିଏ ଟନ ନଡ଼ା ଜଳାଇଲେ 60 କିଲୋ କାର୍ବନ ମନୋକସାଇଡ଼ ଗ୍ୟାସ ଏବଂ 1400 କିଲୋଗ୍ରାମ କାର୍ବନ ଡାଇଅକସାଇଡ଼ ନିର୍ଗତ ହୋଇଥାଏ । ଏହା ସହିତ 3 କିଲୋଗ୍ରାମର ସୂକ୍ଷ୍ମ ଧୁଳିକଣା ଏବଂ ସଲଫର ଡାଇଅକସାଇଡ ନିର୍ଗତ ହୋଇଥାଏ ।

ଏହି ହିସାବରେ ବର୍ଷରେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ହରିଆଣାରେ ଜଳୁଥିବା ନଡ଼ାରୁ ନିର୍ଗତ ଗ୍ୟାସ ବାୟୁମଣ୍ଡଳ ପ୍ରଦୂଷିତ ହେବାର 50 ପ୍ରତିଶତ ଭାଗିଦାରି ହୋଇଥାଏ । ତେବେ ଶୀତଦିନେ ବାୟୁ ପ୍ରଦୁଷଣ ହେବାରେ ଏହା ଦୁଇଗୁଣା ପ୍ରଭାବ ପକାଇଥାଏ ।

ସେପଟେ କେବଳ ବାୟୁ ମଣ୍ଡଳ ନୁହେଁ, ଏହି ନିଆଁ ଜାଳିବା ଦ୍ବାରା ମାଟିର ଉର୍ବରତା ଉପରେ ମଧ୍ୟ ବେଶ ପ୍ରଭାବ ପକାଇଥାଏ । ଏହି ନିଆଁ ଜଳିବା ଦ୍ବାରା ମାଟିରେ ଥିବା ସୁକ୍ଷ୍ମ ଜୀବ ନଷ୍ଟ ହୋଇଥାନ୍ତି । ଫଳରେ ମାଟିର ନମ୍ରତା କମିଥାଏ । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ଚାରି ବର୍ଷ ପୂର୍ବରୁ ଏହି ନଡ଼ା ଜଳାଇବା ବିରୋଧରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ରା ଏହା ଉପରେ କେହି ଧ୍ୟାନ କେନ୍ଦ୍ରିତ କରିନଥିଲେ । ପରିବେଶ ନଷ୍ଟ ହେବା ସହିତ ବିଶ୍ବ ବାୟୁମଣ୍ଡଳର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିଥାଏ । ଏହା ସହିତ ଏହି ପ୍ରଦୂଷଣ ମଧ୍ୟ ବ୍ୟାପକ ଭାବେ ବଢିଥାଏ । ସେହିଭଳି ଏହି ବାୟୁ ପ୍ରଦୂଷଣ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା 23 ପ୍ରତିଶତ ବଢିଥିବା ଜଣାପଡ଼ିଛି ।

ବାୟୁ ପ୍ରଦୂଷଣ ନେଇ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ କହିଛି ଏହି ପ୍ରଦୂଷିତ ବାୟୁ ମଣ୍ଡଳ କାରଣରୁ ଦେଶରେ ପ୍ରତି 8ଜଣଙ୍କ ମଧ୍ୟରେ ଜଣେ ମୃତ୍ୟୁ ବରଣ କରୁଛନ୍ତି । ସେହିଭଳି ଏମସ ଚେତାବନୀ ଦେଇ କହିଛି କି,ଏଭଳି ପ୍ରଦୂଷଣ ସହିତ ବୁଝାମଣା କଲେ ଏଭଳି ଅଞ୍ଚଳରେ ଫୁସଫୁସ ଏବଂ ହୃଦରୋଗ ମାତ୍ରାଧିକ ଭାବେ ବୃଦ୍ଧି ଘଟିଥାଏ । ତେବେ ଏହି ବାୟୁ ପ୍ରଦୂଷଣର ସର୍ବେକ୍ଷଣ କରିଥିବା 180ଟି ଦେଶ ମଧ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି ଭାରତ ।

ଫସଲକୁ ଜାଳିବା ଅପେକ୍ଷା ଏହାର ବିକଳ୍ପ ସମାଧାନ ବାହାର କରିବା ଆବଶ୍ୟକ ରହିଛି । ପାରମ୍ପରିକ ଉପାୟରେ ଏହାର ଜାଳେଣି ଭାବେ ବ୍ୟବହାର କରିବାର ଆବଶ୍ୟକ ରହିଛି । ଏପରି କରିବା ଫଳରେ ବାୟୁ ପ୍ରଦୂଷଣର ମାତ୍ରା କମିବାରେ ଏହା ସାହାଯ୍ୟ କରିବ । ଏହା ସହିତ ଯେଉଁ ଅଞ୍ଚଳରେ ବାୟୁ ମଣ୍ଡଳର ଗୁରୁତର ଭାବେ ପ୍ରଦୂଷିତ ହୋଇଛି ସେହି ସ୍ଥାନରେ ଧାନ, ଗହମ ବଦଳରେ ବାଜରା ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ ଏବଂ ବୁଝାଇବା ଆବଶ୍ୟକ ରହିଛି । ଦିଲ୍ଲୀରେ ଗାଡ଼ିରୁ ନିର୍ଗତ ହେଉଥିବା ଧୁଆଁ ଫଳରେ ଅଧିକ ମାତ୍ରାରେ ବାୟୁ ମଣ୍ଡଳ ପ୍ରଦୁଷିତ ହୋଇଥାଏ । ତେବେ ଯୁଗ୍ମ-ଅଯୁଗ୍ମ ଭଳି ଅନ୍ୟ କିଛି ଉପାୟ ଉପରେ ବିଚାର କରାଯିବାର ଆବଶ୍ୟକତା ରହିଛି ।

ଏହା ସହିତ ଯେଉଁ ଶିଳ୍ପ ଗୁଡ଼ିକ ବ୍ୟାପକ ଭାବେ ବାୟୁ ପ୍ରଦୂଷଣ କରୁଛନ୍ତି, ସେଗୁଡ଼ିକ ବିରୋଧରେ କଡା଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି । AQI ଅଷ୍ଟ୍ରେଲିଆ, ବାରବାଡୋସ ଏବଂ କାନାଡ଼ା ଭଳି ଦେଶର ବାୟୁମଣ୍ଡଳ ଅତ୍ୟନ୍ତ ଉନ୍ନତ ଧରଣର ରହିଛି । ଏହି ଦେଶ ଗୁଡିକ ଭାରତର ବାୟୁ ମଣ୍ଡଳରେ ସୁଧାର ଆଣିବା ଦିଗରେ ନେତୃତ୍ବ ନେବାର ଏବଂ କାର୍ଯ୍ୟପନ୍ଥା ମଧ୍ୟ ସ୍ଥିର କରିବାର ଆବଶ୍ୟକତା ରହିଛି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.