ETV Bharat / bharat

ଟିକଟକ୍ ଲୋଗୋରେ ଲାଗିଲା ଭାରତ ପତାକା, ‘RIP' କହିଲେ ୟୁଜର୍ସ

ଚୀନ୍‌ର ଲୋକପ୍ରିୟ ସର୍ଟ ଭିଡିଓ ମେକିଂ ଆପ୍ ଟିକଟକ୍ ନିଜର ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ­­­ ପ୍ରୋଫାଇଲ୍‌ ଫଟୋରେ ଭାରତ ପତାକାକୁ ସାମିଲ କରିଛି । ଯାହାକୁ ଦେଖି ଭାରତୀୟ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟିକଟକ୍ ଲୋଗୋରେ ଲାଗିଲା ଭାରତ ପତକା, ‘RIP' କହିଲେ ୟୁଜର୍ସ

author img

By

Published : Jun 28, 2020, 4:36 PM IST

ନୂଆଦିଲ୍ଲୀ: ଚୀନ୍‌ର ଲୋକପ୍ରିୟ ସର୍ଟ ଭିଡିଓ ମେକିଂ ଆପ୍ ଟିକଟକ୍ ନିଜର ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ­­­ ପ୍ରୋଫାଇଲ୍‌ ଫଟୋରେ ଭାରତ ପତାକାକୁ ସାମିଲ କରିଛି । ପୂର୍ବରୁ ଫେସବୁକ୍ ଏବଂ ଟ୍ବିଟରରେ ପ୍ରୋଫାଇଲ୍ ଫଟୋରେ କେବଳ ଟିକଟକର ଲୋଗୋ ଦୃଶ୍ୟମାନ ହେଉଥିଲା, କିନ୍ତୁ ବର୍ତ୍ତମାନ ଏହି ଦୁଇଟି ସ୍ଥାନରେ ଲୋଗୋର ଡାହାଣ ପାର୍ଶ୍ବରେ ଭାରତ ପତାକା ମଧ୍ୟ ଦୃଶ୍ୟମାନ ହେଉଛି । ଗୋଟିଏ ପଟେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଗିଥିବା ତିକ୍ତତାକୁ ନଜରରେ ରଖି ଭାରତୀୟ ସୋସିଆଲ ମିଡିଆରେ ଚୀନର ସାମଗ୍ରୀ ଏବଂ ଆପ୍ କୁ ବଏକଟ କରିବାକୁ ଦାବି କରୁଛି । ଅନ୍ୟପଟେ ଟିକଟକ ପ୍ରଫାଇଲରେ ତ୍ରୀରଙ୍ଗା ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଭାରତ ବିନା ଚୀନ କୌଣସି ବ୍ୟବସାୟରେ ଆଗକୁ ବଢିପାରିବ ନାହିଁ । ତେଣୁ ଭାରତୀୟଙ୍କ କ୍ରୋଧକୁ ନଜରରେ ରଖି ଏପରି ପଦକ୍ଷେପ ନେଇ ଟିକଟକ ।

ଟିକଟକ୍ ଲୋଗୋରେ ଲାଗିଲା ଭାରତ ପତକା, ‘RIP' କହିଲେ ୟୁଜର୍ସ
ଟିକଟକ୍ ଲୋଗୋରେ ଲାଗିଲା ଭାରତ ପତକା, ‘RIP' କହିଲେ ୟୁଜର୍ସ

ସୂଚନାଥାଉକି, ଟିକଟକକୁ ଭାରତରେ ପୂର୍ବରୁ ହିଁ ବିରୋଧ କରାଯାଉଥିଲା । ଏଭଳି ପରିସ୍ଥିତିରେ, ପ୍ରୋଫାଇଲ୍ ଫଟୋରେ ଭାରତ ପତାକା ଲଗାଇ ଗ୍ରାହକଙ୍କ ସହ ଚୀନର ଦୃଢ ସମ୍ପର୍କ ଥିବା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି । ଟିକଟକର ଅଫିସିଆଲ୍ ଫେସବୁକ୍ ପେଜରେ 1.5 କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି।

ଶନିବାର ସନ୍ଧ୍ୟାରେ ଟିକଟକ ଆପ୍‌ର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରାଯାଇଛି। ଏହା ପରେ ୟୁଜର୍ସ ଭାରତୀୟ ପତାକା ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫେସବୁକର ପ୍ରୋଫାଇଲ୍ ଫଟୋରେ, ଅନେକ ଉପଭୋକ୍ତା ‘RIP' (Rest in Peace) ଲେଖିଥିଲେ । ପ୍ରତିକ୍ରିୟାରେ ‘କ୍ରୋଧିତ' ଏବଂ ‘ମଜାଳିଆ' ଇମୋଜି ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.