ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଙ୍ଗ ଆପ୍ ଟିକଟକକୁ ନେଇ ଥମିବାର ନାଁ ଥରୁନି ବିବାଦ । ସର୍ଟ ଭିଡିଓ ପ୍ରସ୍ତୁତ କରିବା ପ୍ଲାଟଫର୍ମ ଆପ ଟିକଟକ କୁ ୟୁଜର୍ସଙ୍କ ଡାଟା ଚୋରି ଓ ରାଷ୍ଟ୍ରୀୟ ସୁରକ୍ଷାକୁ ନଜରରେ ରଖି ଭାରତରେ ବ୍ୟାନ କରାଯାଇଛି । ତେବେ କେବଳ ଭାରତ ନୁହେଁ ଅନ୍ୟ ଦେଶମାନେ ମଧ୍ୟ ଟିକଟକ ଆପ ଉପରେ ଆପତ୍ତି ଉଠାଇଛନ୍ତି । ସାଉଥ କୋରିଆ ଟିକଟକ୍ ଉପରେ ବଡ ଜୋରିମାନା ଲଗାଇଛି । ଟିକଟକ ପକ୍ଷରୁ ପିଲାଙ୍କ ସହ ଜଡିତ ଥିବା କିଛି ତଥ୍ୟକୁ ଚୋରି କରିବା ଅଭିଯୋଗରେ 155,000 ଡଲାର ଜୋରିମାନା ଲଗାଇଛି ।
ଦ କୋରିଆ କମ୍ୟୁନିକେସନ କମିଶନ(କେସିସି) ପକ୍ଷରୁ ଚାଇନିଜ କମ୍ପାନୀ ଉପରେ 186 ମିଲିୟନ ୱାନ (ପାଖାପାଖି1.1 କୋଟି ଟଙ୍କା)ଫାଇନ ଲଗାଯାଇଛି । କେସିସି କୋରିଆର ଏକ ଟେଲିକମ୍ୟୁନିକେସନ ଏବଂ ଡାଟା ସହ ସମ୍ପର୍କୀତ ସେକ୍ଟରରେ ପରିଚାଳନା କାର୍ଯ୍ୟର ତଦାରଖ କରେ । ତେବେ ଟିକଟକ୍ କମ୍ପାନୀ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ଲିକ କରୁଥିବା ଅଭିଯୋଗ ହୋଇଛି ।
ଖାସକରି କମ ବୟସର ୟୁଜର୍ସଙ୍କ ଡାଟାକୁ ନେଇ ଟିକଟକ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଗତବର୍ଷ ଅକ୍ଟୋବରରେ ଏହି ମାମଲାର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଟିକଟକ ଆପ୍ ଅଭିବାବକଙ୍କ ବିନା ଅନୁମତିରେ 14 ବର୍ଷରୁ କମ ପିଲାଙ୍କ ତଥ୍ୟକୁ ଚୋରି କରି ଅପହ୍ୟବହାର କରିବା ସହ ଅନ୍ୟ ଦେଶକୁ ଡାଟା ଦେଉଥିବା ଜଣାପଡିଛି ।