ETV Bharat / bharat

ବ୍ୟାନ ପରେ ବି ଡାଉନଲୋଡ ହେଉଛି ଟିକ୍‌ ଟକ୍ - directly from a browser through a special link in gujarat

ବ୍ୟାନ ପରେ ବି ପୁଣିଥରେ ଏହି ଆପ୍ ସମସ୍ତଙ୍କ ଆଢୁଆଳରେ ଭାରତରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ସ୍ବତନ୍ତ୍ର ଲିଙ୍କ ଦ୍ବାରାଟ ଡାଉନଲୋଡ ହେଉଛି ଟିକଟକ ଆପ୍ ।

ଡାଉନଲୋଡ ହେଉଛି ଟିକଟକ୍
ଡାଉନଲୋଡ ହେଉଛି ଟିକଟକ୍
author img

By

Published : Jul 14, 2020, 4:01 PM IST

ଅହମ୍ମଦାବାଦ: ଜୁନ 30 ରେ, ଭାରତ ସରକାରଙ୍କ ପକ୍ଷରୁ ବହୁ ଲୋକପ୍ରିୟ ଟିକଟକ ଆପ୍ କୁ ଭାରତରେ ନିଷେଧ କରାଯାଇଛି । ତେବେ ବ୍ୟାନ ପରେ ବି ପୁଣିଥରେ ଏହି ଆପ୍ ସମସ୍ତଙ୍କ ଆଢୁଆଳରେ ଭାରତରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏଥର ଆପ୍ ଷ୍ଟୋର୍ କିମ୍ବା ଗୁଗୁଲ୍ ପ୍ଲେଷ୍ଟୋର ବଦଳରେ ଏହାକୁ ଏକ ସ୍ବତନ୍ତ୍ର ଲିଙ୍କ୍ ମାଧ୍ୟମରେ ବ୍ରାଉଜରରୁ ସିଧାସଳଖ ଡାଉନଲୋଡ୍ କରାଯାଉଛି । ଏହି ଲିଙ୍କ କେବଳ ବଛାବଛା କିଛି ମୋବାଇଲ ଫୋନକୁ ପଠାଯାଉଛି ।

ଗୁଜୁରାଟ ଅହମ୍ମଦାବାଦରେ ରହୁଥିବା ଅନେକ ଲୋକ ମଧ୍ୟ ଏହି ଆପ୍ ବ୍ୟାନ ସତ୍ତ୍ୱେ ଡାଉନଲୋଡ କରିଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ୟୁଜର୍ସଙ୍କ ଫୋନରେ ଡାଉନଲୋଡ ଏବଂ ଆକ୍ଟିଭେଟ ହେବା ଦେଖି ଏହାକୁ ଯାଞ୍ଚ କରାଯିବା ପରେ ସାଇବର ବିଶେଷଜ୍ଞ, ଏଥିକଲ ହ୍ୟାକର୍ସ ଏବଂ ସାଇବର ପୋଲିସ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ।

ଯାହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଟିକଟକ୍ ଆପ ହୁଏତ କୌଣସି ତୃତୀୟ ପାର୍ଟି ସାହାଯ୍ୟରେ ଏଭଳି କରାଯାଇ ଥାଇପାରେ । ଯାହାକୁ ତୁରନ୍ତ ସରକାରୀ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

ତେବେ ଯେଉଁମାନେ ପୂର୍ବରୁ ଟିକଟକ୍ ର ୟୁଜର୍ସ ରହିସାରିଛନ୍ତି, ଏବଂ ଫୋଟୋ ଭିଡିଓ ଅପଲୋଡ କରୁଥିଲେ, ସେମାନଙ୍କୁ ଏବେ ହ୍ବାଟସଆପ, ଇମେଲ,ମେସେଜ କିମ୍ବା ମେସେଞ୍ଜରରୁ APK ଫର୍ମାଟରେ ପଠାଯାଉଛି । ଗୁଗୁଲରେ ଖୋଜୁଥିବା ଲୋକମାନଙ୍କୁ ମଧ୍ୟ ମେଲ ଆସୁଥିବା ଦେଖାଯାଉଛି ।

ସୂଚନା ମୁତାବକ, ହ୍ବାଟସଆପରେ ଆସୁଥିବା ଲିଙ୍କକୁ କ୍ଲିକ୍ କରିବା ପରେ ଏହା ହ୍ବାଟସପର ଆକସେସ ମାଗୁଛି । ଓକେ ବଟନରେ କ୍ଲିକ କରିବା ପରେ ଏହା ଆକଟିଭ ହେଇ ଯାଉଛି । ଏହା ବ୍ୟତୀତ ମେସେଞ୍ଜର ଲିଙ୍କରେ ଫେସବୁକର ଆକସେସ ମାଗୁଛି । ଯଦି ଆପଣଙ୍କ ପାଖରେ ଏହି ଭଉୟ 2ଟି ଆପ୍ ପୂର୍ବରୁ ନଥିଲେ, ଟିକଟକ ଡାଉନଲୋଡ ହେଇପାରିବ ନାହିଁ ।

ମାତ୍ର ଏଥର ଡାଉନଲୋଡ କରୁଥିବା ଲୋକଙ୍କୁ ଫୋନର ସମସ୍ତ ଆକସେସ ଦେବାକୁ ପଡିବ । ଏଥର ଟିକଟକର ଭିଡିଓ ଅନ୍ୟ ସୋସିଆଲ ମିଡିଆ ଆପରେ ସେୟାର ହୋଇପାରୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.