ନୂଆଦିଲ୍ଲୀ: ମୋଦି ସରକାର ଦେଶରେ ଟିକଟକ୍ ସମେତ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରତିରକ୍ଷା, ସୁରକ୍ଷା ଓ ଗୋପନୀୟତା ଉପରେ ବିପଦକୁ ଗୁରୁତ୍ବର ସହ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଟିକଟକ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଟିକଟକ୍ କହିଛି ଯେ, କୌଣସି ଉପଭୋକ୍ତାଙ୍କର ସୂଚନା ଅନ୍ୟ ଦେଶ, ଏପରିକି ଚୀନକୁ ଦିଆଯାଇ ନାହିଁ।
ଟିକଟକ୍ କହିଛି ଯେ ସରକାରଙ୍କ ଆଦେଶ ପାଳନ କରାଯାଉଛି କିନ୍ତୁ ଚୀନ ସହିତ କିମ୍ବା ଅନ୍ୟ କୌଣସି ଦେଶ ସହ କୌଣସି ବି ଭାରତୀୟ ୟୁଜର୍ସଙ୍କ ସେୟାର କରାଯାଇ ନାହିଁ। ମୋଦି ସରକାର ସୋମବାର ଟିକଟକ୍ ସମେତ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଲଦାଖରେ ଉତ୍ତେଜନା ମଧ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ ବିରୋଧରେ ଏହା ଏକ ଶକ୍ତିଶାଳୀ ପଦକ୍ଷେପ ବୋଲି କୁହାଯାଇପାରେ ।
ଟିକଟକ୍ କହିଛି ଯେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ନିଆଯାଇଛି। ଟିକଟକ୍ ତରଫରୁ ଭାରତର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ ଟିକଟକ୍ ସମେତ 59 ଟି ଆପକୁ ନିଷେଧ କରିବା ପାଇଁ ଭାରତ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛି । ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ଆମକୁ ଡକାଯାଇଥିଲା ଓ ସ୍ପଷ୍ଟୀକରଣ ଦେବାକୁ ସୁଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି। ନିଖିଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଆମେ ଉପଭୋକ୍ତାଙ୍କର ଗୋପନୀୟତା ଓ ଅଖଣ୍ଡତାକୁ ଶୀର୍ଷରେ ରଖୁ । ତେବେ ସରକାରଙ୍କ ଦାବି ଭିନ୍ନ ଓ ଅତ୍ୟନ୍ତ ଗମ୍ଭୀର ଅଟେ ।
ଆଇଟି ଆକ୍ଟର ଧାରା 69-ଏ ଅନୁଯାୟୀ କେନ୍ଦ୍ର ସରକାର ଏହା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଏହି ଆପ ଗୁଡିକ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ପାଇଁ ବିପଦ ଥିଲା ।