ETV Bharat / bharat

ଫାଶୀ ପୂର୍ବରୁ ଖସି ପାରିବେନି ନିର୍ଭୟା ଦୋଷୀ, ପ୍ରତିଷ୍ଠା ହେଲା 4 ନୂଆ ସେଲ - ତିହାଡ ଜେଲରେ କଡାକଡି ସୁରକ୍ଷା ବ୍ୟବସ୍ଥା

ତିହାର ଜେଲରେ ପ୍ରତିଷ୍ଠା ହୋଇଛି 4ଟି ନୂଆ ସେଲ। ଆହୁରି ସୁଦୃଢ ହୋଇଛି ସୁରକ୍ଷା ବ୍ୟବସ୍ଥା। ଫାଶୀ ଦଣ୍ଡାଦେଶ କାର୍ଯ୍ୟ ହେବା ପୂର୍ବରୁ ନର୍ଭୟା ଦୁଷ୍କର୍ମ ମାମଲାରେ ଜଡିତ 4 ଜଣ ଦୋଷୀ ଖସିଯିବାକୁ କିମ୍ବା ନିଜର କୌଣସି କ୍ଷତି ଯେପରି ନପହଞ୍ଚାନ୍ତି, ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଏହି ସେ।

rape convicts of nirbhaya
ଖସି ପାରିବେନି ନିର୍ଭୟା ଦୋଷୀ
author img

By

Published : Jan 13, 2020, 7:59 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ମିଳିଥିବା ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆସି ସାରିଛି ଡେଥ ୱାରେଣ୍ଟ । ଏହାକୁ ଦୃଷ୍ଟିରେ ରଖି ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯାଇଛି। ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ସେହି 4 ଜଣ ଦୋଷୀ ଖସିଯିବାକୁ କିମ୍ବା ଯେ ପରି ନିଜର କୌଣସି କ୍ଷତି ନପହଞ୍ଚାନ୍ତି, ଏହାକୁ ଦୃଷ୍ଟିରେ ରଖି ତିହାର ଜେଲରେ ପ୍ରତିଷ୍ଠା ହୋଇଛି 4ଟି ନୂଆ ସେଲ।

ସୁଡଙ୍ଗ ଖୋଳିବା, ସମୟ ପୂର୍ବରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କିମ୍ବା ସେମାନଙ୍କ ଉପରେ ଅନ୍ୟ କେହି କଏଦୀ କିମ୍ବା ଜେଲ କର୍ମଚାରୀ ଆକ୍ରମଣ କରିବା ଭଳି ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ତିହାର ଜେଲ ନଂ-3ରେ ଆଉ 4ଟି ନୂଆ ସେଲ ପ୍ରସ୍ତୁତ ହୋଇଛି । ନୂତନ ଭାବେ ନିର୍ମିତ ଏହି ନୂଆ ସେଲରେ ସୁରକ୍ଷା ବଳୟ ଭିତରେ ରହିବା ସହ ଫାଶୀ ଦିଆଯିବାକୁ ଥିବା ସ୍ଥାନଠୁ ନିକଟତର।

ପୂର୍ବରୁ ଏଠାରେ ସଂସଦ ଆକ୍ରମଣ ଘଟଣାରେ ଜଡିତ ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ଅଫଜଲ ଗୁରୁକୁ ରଖାଯାଇଥିଲା। ସେ ରହୁଥିବା ସେଲରେ ଏହି 4 ଦୋଷୀଙ୍କ ମଧ୍ୟରୁ ଜଣେ କାହାକୁ ସେଠାରେ ରଖା ଯାଇପାରେ। ଏହି ସପ୍ତାହରେ ସେମାନଙ୍କୁ ଜେଲ ନଂ-3ରୁ ସ୍ଥାନାନ୍ତର କରାଯିବ। ଜେଲରେ କଡା ପହରା ଦିଆଯିବା ସହ ନଜର ରଖିବା କାରଣରୁ ସୁଡଙ୍ଗ ଖୋଳିବା ସମ୍ଭାବନା କମ ରହିଛି।

ରବିବାର ଛୁଟିଦିନ ହେବା ସ୍ବତ୍ତ୍ବେ ମଧ୍ୟ ନୂଆ ସେଲର ପ୍ରସ୍ତୁତି କାମ ଚାଲିଛି। ଏଥିପାଇଁ ଜେଲର ସମସ୍ତ ଅଧିକାରୀ ନିୟୋଜିତ ଥିବାବେଳେ ନୂଆ ସେଲକୁ ଭଲ ଭାବେ ଯାଞ୍ଚ କରାଯାଉଛି। ନିର୍ଭୟା ଘଟଣାର ଦୋଷୀଙ୍କୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସେଲ ବାହାରେ ସିସିଟିଭି ଲଗାଯିବ। ସେହି 4 ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମାକୁ ଜେଲ ନମ୍ବର-4ରେ ଓ ଅନ୍ୟ 3ଜଣଙ୍କୁ ଜେଲ ନଂ-2ରେ ରଖାଯାଇଛି।

ମୃତ୍ୟୁ ପୂର୍ବରୁ ଏମାନଙ୍କ ଆଚାର ବ୍ୟବହାରକୁ ଅନୁଧ୍ୟାନ କରାଯାଉଛି। ଏଥିପାଇଁ ପ୍ରତିଦିନ ଜଣେ ମନସ୍ତତ୍ତ୍ବବିଦ ଆସି ସେମାନଙ୍କ ସହ କଥା ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବ୍ୟବହାରରେ କୌଣସି ପ୍ରକାର ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ପଟିଆଲା ହାଉସ କୋର୍ଟ ଗତ ୭ ତାରିଖରେ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିସାରିଛନ୍ତି। ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.