ETV Bharat / bharat

ଧଳା ବାଘ କଳ୍ପନାର କୋରୋନା ରିପୋର୍ଟ ନେଗେଟିଭ

author img

By

Published : Apr 25, 2020, 7:55 AM IST

କଳ୍ପନା ନାମକ ଧଳା ବାଘ ବୃ୍ଦ୍ଧବସ୍ଥା ଏବଂ ବୃକକ ସମସ୍ୟା ନେଇ ନିକଟରେ ମୃତ୍ୟୁବରଣ କରିଥିଲା । ଶନିବାର ବାଘଟିର କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଦିଲ୍ଲୀ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ପ୍ରକାଶ କରିଛନ୍ତି ।

white tiger
ଧଳା ବାଘ କଳ୍ପନାର କୋରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: କଳ୍ପନା ନାମକ ଧଳା ବାଘର କୋରୋନା ରିପୋର୍ଟ ନେଗେଟିଭ । ଏହି ବାଘଟି ବୃ୍ଦ୍ଧାବସ୍ଥା ଏବଂ ବୃକକ ସମସ୍ୟା ନେଇ ନିକଟରେ ମୃତ୍ୟୁବରଣ କରିଥିଲା । ଶନିବାର ବାଘଟିର କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଦିଲ୍ଲୀ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ପ୍ରକାଶ କରିଛନ୍ତି ।

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନର ପରାମର୍ଶଦାତଙ୍କ ଅନୁଯାୟୀ, ସମସ୍ତ ଚିଡିଆଖାନାର ସୁରକ୍ଷା ବ୍ୟବସ୍ଥା କରାଯିବା ପରେ ବାଘଟିର ନମୂନା ସଂଗ୍ରହ କରାଯାଇ ବରେଲିର ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ (ଆଇଭିଆରଆଇ)କୁ ପଠାଯାଇଥିଲା। ପରେ ଆଇଭିଆରଆଇ କଳ୍ପନାର କୋରୋନା ରିପୋର୍ଟ ନେଗେଟିଭ ଥିବା କହିଥିଲେ । ପ୍ରକାଶ ଥାଉକି, ଗତ ବୁଧବାର ସନ୍ଧ୍ୟା 6:30 ସମୟରେ ଏହି ବାଘଟିର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.