ନୂଆଦିଲ୍ଲୀ: କେରଳରେ ଆଉ 3 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ କୋରୋନା ଆକ୍ରାନ୍ତ ତ୍ରିଶୂର ଓ କନ୍ନୁର ଜିଲ୍ଲାର ବୋଲି ଜଣାପଡିଛି । ଏହାସହ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି ।
ସେହିପରି କର୍ଣ୍ଣାଟକରେ ଆଉ ଜଣଙ୍କ ରକ୍ତ ନମୁନା କୋରୋନା ପଜିଟିଭ ରହିଛି । ତେବେ କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ତେବେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 76ରେ ପହଞ୍ଚିଛି ।
କେରଳରେ ଚିହ୍ନଟ କରାଯାଇଥିବା କୋରୋନା ଆକ୍ରାନ୍ତ ମାନେ ନିକଟରେ ବିଦେଶରୁ ଫେରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ