ETV Bharat / bharat

ଜନ୍ମଦିନର ତିନି ମାସ ପରେ କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ - କୋରୋନାରେ ସିଆରପିଏଫ ଯବାନ

ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ସହକାରୀ ସବ୍-ଇନ୍ସପେକ୍ଟର କୋରୋନା ବିରୋଧୀ ଯୁଦ୍ଧରେ ହାରିଯାଇଛନ୍ତି । ନିଜ ଜନ୍ମଦିନ ପାଳନ କରିବାର ତିନି ମାସ ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

CRPF cop dies of COVID-19
ଜନ୍ମଦିନର ତିନି ମାସ ପରେ କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ
author img

By

Published : May 21, 2020, 11:40 PM IST

ନୂଆଦିଲ୍ଲୀ: କୋରୋନା କାଳରେ ସମଗ୍ର ଦେଶରୁ ହୃଦୟବିଦାରକ ଓ ସମ୍ବେଦନଶୀଳ ଘଟଣାମାନ ସାମ୍ନାକୁ ଆସୁଛି । ପ୍ରତିଦିନ ଗଣମାଧ୍ୟମରେ କୋରୋନା ବିତ୍ପାତ ସହ କୋରୋନାର କରାଳତା ଆଗରେ କିଭଳି ମନୁଷ୍ୟ ଲାଚାର, ଗରିବୀର ଦାରୁଣ ଚିତ୍ର ଶିରୋନାମା ପାଲଟୁଛି । ଏମିତି ଏକ ଖବର ପୁଣି ଥରେ କୋରୋନାର ପ୍ରକୋପକୁ ସାମ୍ନାାକୁ ଆଣିଛି । ନିଜ 50ତମ ଜନ୍ମଦିନ ପାଳନର ତିନି ମାସ ପରେ କୋରୋନା ଯୁଦ୍ଧରେ ହାରିଯାଇଛନ୍ତି ସିଆରପିଏଫର ଯବାନ । ସିଆରପିଏଫରେ କୋରୋନା ଯୋଗୁଁ ଏହା ଦ୍ବିତୀୟ ମୃତ୍ୟୁ ରିପୋର୍ଟ ।

ସୂଚନା ଯେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ସହକାରୀ ସବ୍-ଇନ୍ସପେକ୍ଟର କୋରୋନା ବିରୋଧୀ ଯୁଦ୍ଧରେ ହାରିଯାଇଛନ୍ତି । ନିଜ ଜନ୍ମଦିନ ପାଳନ କରିବାର ତିନି ମାସ ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସିଆରପିଏଫର 84 ତମ ବାଟାଲିୟନରେ ନିୟୋଜିତ ଏଏସଆଇ ବୁଧବାର ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବିହାରର ଏହି ସିଆରପିଏଫ ଯବାନ ଲିଭର କ୍ୟାନସରରେ ମଧ୍ୟ ପୀଡିତ ଥିଲେ । ତେବେ ସିଆରପିଏଫରେ ଏହା ଦ୍ବିତୀୟ କୋରୋନା ମୃତ୍ୟୁ । ଏହାପୂର୍ବରୁ 55 ବର୍ଷିୟ ସବ୍-ଇନ୍ସପେକ୍ଟର ଏପ୍ରିଲରେ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ।

ବର୍ତ୍ତମାନ ସୁଦ୍ଧା 335 ସିଆରପିଏଫର ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରୁ 121 ଜଣ ସକ୍ରିୟ ରିପୋର୍ଟ ଥିବା ବେଳେ 212 ଆରୋଗ୍ୟ ହୋଇଛନ୍ତି । ଦୁଇଜଣ ମାରାତ୍ମକ ଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.