ETV Bharat / bharat

ୟୁପିରେ ଏନକାଉଣ୍ଟର, 4 ଦୁର୍ବୃତ୍ତ ଆହତ - ଏନକାଉଣ୍ଟରରେ 4 ଦୁର୍ବୃତ୍ତ ଆହତ

ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ 4 ଦୁର୍ବୃତ୍ତ ଆହତ । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢ଼ନ୍ତୁ...

three miscreants held after encounter with police
ପୋଲିସ ଏନକାଉଣ୍ଟର, 4 ଦୁର୍ବୃତ୍ତ ଆହତ
author img

By

Published : Oct 25, 2020, 3:15 PM IST

ଲକ୍ଷ୍ନୌ: ଦୁର୍ବୃତ୍ତଙ୍କୁ ଏନକାଉଣ୍ଟର । ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ 4 ଦୁର୍ବୃତ୍ତ ଆହତ । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ରବିବାର ୟୁପି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ରାତିରେ ନୋଏଡା ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ 4 ଜଣ ଅଭିଯୁକ୍ତ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଦୁର୍ବୃତ୍ତମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲା । ଯାହାଫଳରେ ସେମାନେ ଆହତ ହୋଇଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଆହତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ପଳାଇ ଯିବାରେ ସଫଳ ହୋଇଥିବା ଜଣାପଡ଼ିଛି । ବାକି ସମସ୍ତ ଦୁର୍ବୃତ୍ତଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେମାନଙ୍କ ନିକଟରୁ ଗୋଟିଏ କାଟ୍ରିଗ୍ସ, ଏକ ବାଇକ, ଅଲ୍ଟୋ କାର ଏବଂ 9 ଟି ମୋବାଇଲ ଫୋନ ଜବତ କରାଯାଇଛି ।

ସଂପୃକ୍ତ ଦୁର୍ବୃତ୍ତମାନଙ୍କ ଅପରାଧିକ କାର୍ଯ୍ୟକଳାପର ଇତିହାସ ସମ୍ବନ୍ଧରେ ପୋଲିସ ତଦନ୍ତ କରୁଛି । ପଳାତକ ଆଉ ଜଣେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବାକୁ ଚେଷ୍ଟା କରାଯାଉଥିବା ଡେପୁଟି କମିଶନର ହରିଶ ଚନ୍ଦ୍ର ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.