ETV Bharat / bharat

ଲସ୍କରର 3 ନିହତ ଆତଙ୍କବାଦୀଙ୍କୁ ପୋତିଲା ପୋଲିସ - militants killed

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ନିହତ ହୋଇଥିବା ଲସ୍କରର ସମସ୍ତ 3 ଆତଙ୍କବାଦୀଙ୍କ ମୃତଦେହକୁ ପୋତି ଦିଆଯାଇଛି ।

ଲସ୍କରର 3 ନିହତ ଆତଙ୍କବାଦୀ
ଲସ୍କରର 3 ନିହତ ଆତଙ୍କବାଦୀ
author img

By

Published : Jul 13, 2020, 12:58 PM IST

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ଲସ୍କରର ସମସ୍ତ 3 ଆତଙ୍କବାଦୀଙ୍କ ମୃତଦେହକୁ ପୋତି ଦିଆଯାଇଛି । ସେମାନଙ୍କୁ ବାରାମୁଲ୍ଲା ଜିଲ୍ଲାର ଶେରି ଅଞ୍ଚଳରେ ପୋତି ଦିଆଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ନିହତ ଆତଙ୍କବାଦୀଙ୍କ ମୃତଦେହକୁ କେହି ଦାବି ନକରିବା ପରେ ପୋଲିସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ଉତ୍ତର କାଶ୍ମୀରର ସୋପୋରର ରେବାନ୍ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୋଇବାର 3 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବାସିନ୍ଦା ଉସମାନ ବୋଲି ଜଣାପଡିଛି । ଅନ୍ୟ 2 ଜଣ ସ୍ଥାନୀୟ ବାସିନ୍ଦା କିମ୍ବା ବିଦେଶୀ ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ସେପଟେ ସେମାନଙ୍କ ମୃତଦେହକୁ କେହି ଦାବି କରିବା ପାଇଁ କେହି ପୋଲିସ ପାଖକୁ ଯାଇନଥିଲେ । ତେଣୁ ପୋଲିସ ସେମାନଙ୍କୁ ପୋତି ଦେଇଥିବା କହିଛି ।

ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ଅନୁସରଣ କରି ପୋଲିସ ସେମାନଙ୍କୁ ପୋତି ଦେଇଥିବା ସୂଚନା ଦେଇଛି । ସେପଟେ ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ ହୋଇଛି । ସେମାନେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲେ ବୋଲି ଏଥିରୁ ଜଣାପଡିଥିବା ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.